୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ଜିଲ୍ଲା ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପରିକ୍ରମା କରିଥିଲା ଜୟ ଜଗନ୍ନାଥଙ୍କ ଅର୍ପଣ ରଥ । ସରପଞ୍ଚ ନରୋତ୍ତମ ଦାସଙ୍କ ନେତୃତ୍ୱରେ ଅର୍ପଣ ରଥ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା ।

ଅର୍ପଣ ରଥ ଯେଉଁ ଗ୍ରାମରେ ପହଁଞ୍ଚୁଥିଲା ସେଠାରେ ଉପସ୍ଥିତ ଥିବା ମହିଳା ପୁରୁଷ ଯୁବକ ମାନେ ହରିବୋଲ ହୁଳହୁଳି ଦେବା ସହିତ ଘଣ୍ଟ ବଜାଇ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିବା ସହିତ ଘରକୁ ଘର ବୁଲି ଅରୁଆ ଚାଉଳ ଗୁଆ ଆଦାୟ କରୁଥିଲେ ।

ଏହି ଶୋଭାଯାତ୍ରାରେ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମଲ୍ଲିକ, ବାରଙ୍ଗ ବ୍ଳକ ବିଜେଡି ସଭାପତି ଗୋଲଖ ପାତ୍ର, ଜିଲ୍ଲା ମହିଳା ସଂପାଦିକା ସାଧନା ଜେନା, ସମସ୍ତ ୱ।ର୍ଡ଼ର ସଭ୍ୟ ସଭ୍ୟା, ପିଓ ବବୁଲ ବାହାନ କାନୁନଗୋ, କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ରାଉତ,
ଜିଆରଏସ ଆଶିଷ ମହାପାତ୍ର, ସମାଜସେବୀ ପ୍ରଣବ ପଟ୍ଟନାୟକ,ପ୍ରଶାନ୍ତ ଦାସ, ବିକାଶ ପାତ୍ର , ନଳିନୀକାନ୍ତ ପଟ୍ଟନାୟକ, ଜୟନ୍ତ ରଥ, ସନ୍ତୋଷ ରଥ, ସୁବୋଧ ମହାନ୍ତିଙ୍କ ସମେତ ବିଭିନ୍ନ ଗ୍ରାମର ଶହଶହ ପୁରୁଷ ମହିଳା, ଯୁବକ ,ଯୁବତୀ ମାନେ ଅଂଶଗ୍ରହଣ କରି ଜଗନ୍ନାଥ ଅର୍ପଣ ରଥକୁ ସ୍ୱ।ଗତ ସମ୍ବର୍ଦ୍ଧନା ଜଣାଇଥିଲେ ।














