୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ନିର୍ଦ୍ଦେଶ ମୁତାବକ ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଗ୍ରାମପଞ୍ଚାୟତ ରେ ଆଜି ଅର୍ପଣ ସଂଗ୍ରହ ଉଦ୍ଦେଶ୍ୟରେ ଅର୍ପଣ ରଥର ଶୁଭ ଉଦ୍ ଘାଟନ କରାଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଛି। ଆଜି ପୂର୍ବାହ୍ନରେ ଜୀବନଦେଈପୁର ସ୍ଥିତ ମା ସର୍ବମଙ୍ଗଳା ଙ୍କ ପୀଠରେ ବୈଦିକ ପୂଜାର୍ଚ୍ଚନା ମଧ୍ୟରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି।

ନାଚୁଣୀ ପଞ୍ଚାୟତ ର ସରପଞ୍ଚ ଶ୍ରୀ ମତୀ ସ୍ବପ୍ନାଞ୍ଜଳୀ ପଲାଇ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ କିଶୋର ଖଟେଇ,ଆଡ୍ ଭୋକେଟ୍ ଦିଲ୍ଲୀପ କୁମାର ପଟ୍ଟନାୟକ, ନାଚୁଣୀ ମହାବିଦ୍ୟାଳୟ ର ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସାମ୍ବାଦିକ ପ୍ରଦୋଷ କୁମାର ଦାସ, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ପଲେଇ, ନାଚୁଣୀ ପଞ୍ଚାୟତ ସମିତି ସଭ୍ୟ ବିରଞ୍ଚିନାରାୟଣ ରାଉତ,

ପ୍ରମୁଖ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ପୁରୁଷ ଓ ମହିଳାମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯିବା ପରେ ଜୀବନଦେଈପୁର ଶାସନ, କହ୍ନେଇ ପୁର,ବଡପଦର ଓ କଲେଜ୍ ରୋଡ଼ ସ୍ଥିତ ଅଞ୍ଚଳ ଉଚ୍ଛ୍ଵସିତ ଧର୍ମୀୟ ସମ୍ଵର୍ଦ୍ଧନା,ହରିବୋଲ, ହୁଳହୁଳି ଧ୍ବନି ମଧ୍ୟରେ ଅର୍ଘ୍ୟ ଅର୍ପଣ ଅଭିଯାନ ଆରମ୍ଭ ହୋଇଥିଲା।ବହୁ ମହିଳା ଶ୍ରଦ୍ଧାଳୁ ଙ୍କ ଵ୍ୟତୀତ ବରିଷ୍ଠ ଧର୍ମ ପରାୟଣ ବ୍ୟକ୍ତି ଙ୍କ ସହ ସମ୍ରୃକ୍ତ ଓ୍ଵାର୍ଡ ସଭ୍ୟ, ଶିଶୁ ଯୋଗ ଦେଇ ଅର୍ଘ ସଂଗ୍ରହ ରେ ସହାୟତା କରିଥିଲେ।














