No Result
View All Result
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ନିଆଳି ବ୍ଲକ ସମେତ ବିଭିନ୍ନ ବ୍ଲକ ପରିସର ରୁ ଆଜି ଅର୍ପଣ ରଥ ବିଡ଼ିଓ ଉଲ୍ଲାସ କୁମାର ସେଠୀ ଙ୍କ ଦ୍ଵାରା ଶୁଭ ଉଦ୍ଘାଟିତ ହୋଇଯାଇଛି. ନିଆଳି ବ୍ଲକର ସମସ୍ତ 23ଟି ଏବଂ କଣ୍ଟାପଡ଼ା ବ୍ଲକ ର ୧୪ ଟି ପଞ୍ଚାୟତ ରେ ସୁସଜ୍ଜିତ ରଥ ଗ୍ରାମେ ଗ୍ରାମେ ଭ୍ରମଣ କରିବ.

ପୁରୀ ରେ ଆସନ୍ତା 17ତାରିଖରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜିଲ୍ଲାର ପ୍ରତି ପଞ୍ଚାୟତ ରେ ଏହି ରଥ ଭ୍ରମଣ କରି ପ୍ରତି ଘରୁ ଗୁଆ ,ଅରୁଆ ଚାଉଳ ସଂଗ୍ରହ କରାଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି. ଏହି ଅବସର ରେ ନିଆଳି ବ୍ଲକ ଏବଂ କଣ୍ଟାପଡ଼ା ବ୍ଲକ ସମେତ ବିଭିନ୍ନ ବ୍ଲକ ପରିସର ରେ ସଙ୍କୀର୍ତ୍ତନ ଭଜନ ମାଧ୍ୟମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା.

ଏହି ରଥକୁ ଗ୍ରାମର ମହିଳା ପୁରୁଷମାନେ ସ୍ଵାଗତ କରିବା ସହ ନାମ ସଂକ୍ରିତନ୍, ହୁଳ ହୁଳି, ଶଙ୍ଖ ଧୋନୀ ଦେଇ ରଥକୁ ପାଛୋଟି ନେଉଛନ୍ତି । ଦାଣ୍ଡରେ ଝୋଟି ଚିତ୍ର କରି ରଥକୁ ଗୁଆ ,ନଡ଼ିଆ ,ଫୁଲ ଦେଇ ଭାବ ବିହୋଳ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ରାଜ୍ୟରେ ସବୁ ବ୍ଲକ ଅଂଚଳରେ ପାଳନ କରା ଯାଉଛି ।

No Result
View All Result