୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଶରଣକୁଳ :-> ମହାମହିମ ରାଜ୍ୟପାଳ ରଘୁବର ଦାସ ନୟାଗଡ଼ ଜିଲ୍ଲା ପରିଦର୍ଶନରେ ଆସିଥିବା ବେଳେ ଓଡ଼ଗାଁ ବ୍ଲକ ନନ୍ଦିଘୋର ଠାରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ କୃଷକ ମାନଙ୍କ ଗହଣରେ ରହି ସେମାନଙ୍କ ଅଭାବ ଅସୁବିଧା ଶୁଣିଥିବା ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋଚନା କରିଥିଲେ । ଏହା ସହିତ ମହାମହିମ ରାଜ୍ୟପାଳ ଶରଣକୁଳ ଠାରେ ବିଜେ ଓଡ଼ିଶା ପ୍ରସିଦ୍ଧ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବାଙ୍କ ଦର୍ଶନ କରିଥିଲେ ।

ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ଼,ଓଡ଼ଗାଁ ରଘୁନାଥ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଓ ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ପ୍ରଭୁତି ପୁଷ୍ପଗୁଛ ଦେଇ ମହାମହିମ ରାଜ୍ୟପାଳ ଙ୍କୁ ସ୍ୱାଗତ କରିଥିବା ବେଳେ ଲଡୁବାବା ମନ୍ଦିର ସେବାସୀମାନଙ୍କ ତରଫରୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା ।

ମନ୍ଦିରରେ ପ୍ରଭୁ ଲଡୁବାବାଙ୍କ ଦର୍ଶନ ସାରି ମହାମହିମ ରାଜ୍ୟପାଳ ଫେରିବା ସମୟରେ ତାଙ୍କୁ ଦେଖିବା ପାଇଁ ମନ୍ଦିର ସମ୍ମୁଖରେ ଉପସ୍ଥିତ ଶହ ଶହ ଜନତାଙ୍କ ପାଖକୁ ଯାଇ ମହାମହିମ ରାଜ୍ୟପାଳ ନମସ୍କାର କରି ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।ମହାମହିମ ରାଜ୍ୟପାଳଙ୍କ ସହିତ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୂ ଓ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଉପସ୍ଥିତ ରହି ରାଜ୍ୟପାଳଙ୍କ ଗ୍ରସ୍ଥ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଏହି ଗ୍ରସ୍ଥ କାର୍ଯ୍ୟକ୍ରମରେ ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଧାକର ସାହୂ ଓ ଶରଣକୁଳ ଥାନା ଆରକ୍ଷୀ ବାହିନୀ ସମ୍ପୂର୍ଣ ସହଯୋଗ କରିଥିଲେ ।














