ବାଣପୁର ଵ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ନାଚୁଣୀ ସରପଞ୍ଚ ସ୍ବପ୍ନାଞ୍ଜଳୀ ପଲାଇ, ବାଲୁଗାଁ ଏନ୍ ଏ ସି କାଉନସେଲର ଅଭିମନ୍ୟୁ ସ୍ବାଇଁ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ବାଣପୁର ଵ୍ଲକ ଓ ଏନ୍ ଏ ସି ର ୧୩ ରୁ ୩୫ ବୟସ ଉଭୟ ପୁଅ ଝିଅ ଖେଳାଳି ଭାଗ ନେଇ ଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ହକି, ଫୁଟବଲ,
ଭଲିବଲ, ଖୋଖୋ, କବାଡି, କ୍ରିକେଟ ଆଦି ୫ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଦାବରୀଶ ସରକାରୀ ହାଇସ୍କୁଲର କ୍ରୀଡା ଶିକ୍ଷକ ସୌମ୍ୟକାନ୍ତ ସାହୁ ଓ ଗମ୍ଭାରିମୁଣ୍ଡା ପତିତପାବନ ସରକାରୀ ହାଇସ୍କୁଲ ର କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ଜେନା ଖେଳ ପରିଚାଳନା କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ସହିତ ପୁରସ୍କାର ବିତରଣ କରାଯାଇଥିଲା ।

© 2023 Odisha Taza News.