୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ଗୋଡିପଟଣା ସାହି ସ୍ଥିତ ସହିଦ ରଘୁ ଦିବାକର ଭବନରେ ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ସି ପି ଆଇ (ଏମ) ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ବିଶ୍ୱ ପରିସ୍ଥିତିରେ ଆମେରିକା ର ଯୁଦ୍ଧଖୋରି ମନୋଭାବ ଓ ଆର୍ଥିକ ଦାଦାଗିରି କୁ ବକ୍ତା ମାନେ ତୀବ୍ର ସମାଲୋଚନା କରିଥିଲେ ।କେନ୍ଦ୍ର ମୋଦୀ ସରକାର ଦେଶର ସ୍ବତନ୍ତ୍ରତା ଯାହାକି ଧର୍ମନିରପେକ୍ଷତା ଓ ବିଶ୍ୱରେ ଯୁଦ୍ଧ ପରିବର୍ତ୍ତେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ନିଜକୁ ଉପସ୍ଥାପିତ କରି ପାରିନାହିଁ ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ । କେନ୍ଦ୍ର ମୋଦୀ ସରକାର ଦୀର୍ଘ ୯ ବର୍ଷ ହେଲା ଗ୍ରହଣ କରି ଚାଲିଥିବା ଜନବିରୋଧୀ ନୀତି,ଶ୍ରମିକ କୃଷକ ବିରୋଧୀ ନୀତି ,

ଆକାଶଛୁଆଁ ଦରଦାମ ବୃଦ୍ଧି,ବେକାରୀ ବିରୋଧୀ ନୀତି ଓ ଜି ଏସ ଟି କୁ ରାଜ୍ୟ ନବୀନ ସରକାର ଅନ୍ଧଭାବେ ଗ୍ରହଣ କରି ଲାଗୁ କରିଛନ୍ତି । ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି।ରଣପୁର ସମେତ ରାଜ୍ୟରେ ୬୭ ଟି ବ୍ଳକରେ ମରୁଡି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ମରୁଡି ଘୋଷଣା କରୁନାହାନ୍ତି । କେନ୍ଦ୍ର ସରକାର ସହ ରାଜ୍ୟ ସରକାରଙ୍କ ଅଘୋଷିତ ମେଣ୍ଟ ଚାଲିଥିଲା ବେଳେ ଲୋକଙ୍କୁ ଭୁଆଁ ବୁଲାଇ ଦେଶ ଓ ରାଜ୍ୟକୁ ଲୁଟି ଚାଲିଛନ୍ତି । ଆମଦେଶ ବିଶ୍ୱରେ ୨୦୧୪ ରେ ଭୋକିଲା ତାଲିକାର ୧୨୧ ଦେଶ ମଧ୍ୟରୁ ୬୫ ସ୍ଥାନରେ ଥିଲା ବେଳେ ବର୍ତ୍ତମାନ ୧୧୧ରେ ପହଞ୍ଚିବା ଏକ ଆଶ୍ଚର୍ଯ୍ୟ ର କଥା ।

ନିଜର ପ୍ରତିଶୃତି ପୂରଣ କରିବାରେ ଓ ଲୋକଙ୍କୁ ସୁବିଧା ଦେବାରେ ବିଫଳ ହୋଇଥିବା ବିଜେପି ଶ୍ରୀରାମଙ୍କ ନାମ ଓ ମନ୍ଦିର ନେଇ ଏବଂ ବିଜେଡି ଜଗନ୍ନାଥଙ୍କ ନାମକୁ ନେଇ ଫମ୍ପା ରାଜନୀତି କରି ୨୦୨୪ ନିର୍ବାଚନ ପାରିହେବା ପାଇଁ ପ୍ରୟାସ କରୁଛନ୍ତି । ଏଥିପାଇଁ ଆମ ପାର୍ଟି ଦେଶରେ ପ୍ରମ୍ମୁଖ ଭୂମିକା ନେବାକୁ ପଡିବ।ଦେଶରେ ଇଣ୍ଡିଆ ମେଣ୍ଟ କୁ ଆଗେଇ ନେଇ ବିଜେପି ହଟାଅ ଦେଶ ବଞ୍ଚାଅ ,ମୋଦୀ ହଟାଅ ଦେଶ ବଞ୍ଚାଅ ଏକମାତ୍ର ରାଜନୈତିକ କାର୍ଯ୍ୟକୁ ସଫଳ କରିବା ପାଇଁ ରାଜ୍ୟ ନେତୃତ୍ୱ ଆହ୍ବାନ ଦେଇଥିଲେ ।

ସେହିଭଳି ରାଜ୍ୟରେ ବିଜେଡି ସରକାରକୁ ହଟାଇ ବାକୁ ମଧ୍ୟ ଆହ୍ବାନ ଦେଲା ବେଳେ ଇଣ୍ଡିଆ ମେଣ୍ଟକୁ ଶକ୍ତିଶାଳୀ କରିବା ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ କରିବାକୁ ଆହ୍ବାନ ଦେଇଥିଲେ । ଜନ ସାଧାରଙ୍କ ବିଭିନ୍ନ ସମସ୍ୟାକୁ ତୋଳିଧରି ସ୍ଥାନୀୟ ଭାବେ ଆନ୍ଦୋଳନ ଗଢି ତୋଳିବାକୁ ଦଳ ତରଫରୁ ଆହ୍ବାନ ଦିଆଯାଇଛି । ଏହି କର୍ମୀ ସଭାରେ ଶତାଧିକ କର୍ମୀ ଯୋଗ ଦେଇଥିଲେ ।
ଏହି ସାଧାରଣ ସଭାରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ,ଦୁଷ୍ମନ୍ତ ଦାସ ,ସୁରେଶ ସ୍ବାଇଁ ,ସରୋଜ ନାୟକ ଓ ଦୁଃଶାସନ ଜେନା ପ୍ରମୁଖ ଆଲୋଚନା କରିଥିଲେ ।















