୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରଣପୁରରେ ଦୀର୍ଘ ପନ୍ଦର ବର୍ଷରୁ ଉର୍ଦ୍ଧ୍ବ ହେବ ରଣପୁର ମହୋତ୍ସଵ “ଅର୍ଜୁନ” ପ୍ରତି ବର୍ଷ ଜାନୁଆରୀ ପାଞ୍ଚ ତାରିଖରୁ ଆରମ୍ଭ ହୁଏ ଏଵଂ ଏ ବର୍ଷ ଏହା ପାଞ୍ଚଦିନ ବ୍ୟାପି ଚାଲିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଆୟୋଜନ ହୋଇଥିବା ବେଳେ
ମୟୂର୍ଝାଲିଆ ପଞ୍ଚାୟତ ତଥା ଗ୍ରାମର ଶହୀଦ ଅର୍ଜ୍ଜୁନ ରାଉତଙ୍କ ପରିବାରଙ୍କୁ ଉକ୍ତ ଉତ୍ସବରେ ସାମିଲ ହେବା ତଥା ସମ୍ମାନ ଟିକିଏ ଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ସ୍ବର୍ଗତ ଶହୀଦ ଅର୍ଜୁନ ରାଉତଙ୍କ ପୁତୁରା କାହୁଁ ଚରଣ ରାଉତ ଓ ଅଣ ନାତି ପବିତ୍ର କୁମାର ରାଉତ କହିଛନ୍ତି । ମହୋତ୍ସବ ଆରମ୍ଭ ବେଳେ ତତ୍କାଳୀନ ବିଧାୟିକା ସୁରମା ପାଢ଼ୀ ତାଙ୍କ ଘରଠାରୁ ଜ୍ୟୋତି ଆଣୀ ଉତ୍ସବ ଆରମ୍ଭ କରୁଥିଲା ବେଳେ
ବର୍ତ୍ତମାନ ବିଧାୟକ କିମ୍ବା ମହୋତ୍ସବ କମିଟି କି ଜିଲ୍ଲା ପ୍ରଶାସନ କେହିବି ଯୋଗା ଯୋଗ କରୁନାହାଁନ୍ତି , କିନ୍ତୁ ଘର ପରିବର୍ତ୍ତେ କଲେଜ ଠାରୁ ଜ୍ୟୋତି ନିଆ ଯାଉଛି ଯାହାକି ତାଙ୍କ ପରିବାରକୁ ଅସମ୍ମାନିତ କରା ଯାଇଛି ବୋଲି ଅଣ ନାତି ଓ ଅଣ ନାତୁଣୀ ବୋହୂ ଲକ୍ଷ୍ମୀପ୍ରିୟା ସାହୂ କହିଛନ୍ତି। ତାଙ୍କ ପରିବାରରେ ଗ୍ରାଜୁଏଟ ସଦସ୍ୟ ଥିଲା ବେଳେ ସରକାରୀ ଚାକିରୀ ଟିଏ ନାହିଁ।
ପୁରୁଣା ମାଟି କାନ୍ଥ ଓ ଆଜବେଷ୍ଟ ଘରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସଟିଏ ମିଳି ନଥିବା ପରିବାର ବର୍ଗ ଜଣାଇଛନ୍ତି। ମହୋତ୍ସବରେ ପରିବାର ବର୍ଗଙ୍କୁ ନିମନ୍ତ୍ରଣ ନକରିବା ଗ୍ରାମର କିଛି ବାସିନ୍ଦା ପ୍ରଶାସନର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଜିଲ୍ଲାପାଳ ଏଥି ପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି ।

© 2023 Odisha Taza News.