• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅପପ୍ରଚାର ବିରୋଧରେ ଛାତ୍ରଗୋଷ୍ଠୀଙ୍କ ନାରାବାଜି ଓ କାର୍ଯ୍ୟାନୁଷ୍ଠାନ ଦାବି

Proprietor Abhimanyu Maharana by Proprietor Abhimanyu Maharana
December 30, 2023
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଅପପ୍ରଚାର ବିରୋଧରେ ଛାତ୍ରଗୋଷ୍ଠୀଙ୍କ ନାରାବାଜି ଓ କାର୍ଯ୍ୟାନୁଷ୍ଠାନ ଦାବି
Share on FacebookShare on TwitterWhatsapp

ଘଟଣା ନେଇ ଖବର ପ୍ରସାରଣ ପରେ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ତଦନ୍ତ

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଏକ ଚିଠିକୁ ନେଇ ସ୍ଥାନୀୟ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଓ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ମହଲରେ ତୀବ୍ର ନିନ୍ଦା ଓ ପ୍ରତିକ୍ରିୟା ଦେଖା ଦେଇଛି । ଏଭଳି ଅପପ୍ରଚାର ବିରୋଧରେ ପୁରାତନ ଛାତ୍ର ସଂସଦ ସହ ପୂର୍ବତନ ୭ଜଣ ସଭାପତି, ସମ୍ପାଦକ ଓ ବହୁ ଅଭିଭାବକ ଅପପ୍ରଚାରକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଧବାର ଦାବି କରିଛନ୍ତି । ହିଞ୍ଜିଳିକାଟୁ କଲେଜ ବିରୁଦ୍ଧରେ ୨ଟି ବେନାମୀ ଚିଠି ଜରିଆରେ ଉଚ୍ଚ ଶିକ୍ଷା ବିଭାଗରେ ବହୁ ଅଭିଯୋଗ ହୋଇଛି ।

ଅଭିଯୋଗକାରୀ ଆର କେ ପାଢ଼ି ନାମକ ବ୍ୟକ୍ତି ଏକ ପତ୍ରିକାର ରିପୋର୍ଟର ଥିବା ଦର୍ଶାଇ ହିଞ୍ଜିଳିକାଟୁ କଲେଜରେ ଆର୍ଥିକ ତୋଷାରପାତ, ବିଶୃଙ୍ଖଳା ଇତ୍ୟାଦି ସହ ଜଣେ ଅଧ୍ୟାପିକା କଲେଜ କ୍ୱାର୍ଟରରେ ରହି ଗତ ୨ବର୍ଷ ଧରି ସେକ୍ସ ର‌୍ୟାକେଟ ଚଳାଇଥିବା ନେଇ ଉକ୍ତ ଚିଠିରେ ଅଭିଯୋଗ ହୋଇଛି । ତେବେ ଉକ୍ତ ଅଭିଯୋଗକାରୀଙ୍କ ନାମରେ ସ୍ଥାନୀୟ ଅଞ୍ଚଳରେ କୌଣସି ବ୍ୟକ୍ତି ସେ ଦର୍ଶାଇଥିବା ଗଣମାଧ୍ୟମ ସହ ସଂପୃକ୍ତି ନାହାନ୍ତି । ଅନ୍ୟ ଏକ ଚିଠିର ଅଭିଯୋଗ ସମ୍ପୂର୍ଣ୍ଣ ବେନାମୀ ଅଟେ । ତେଣୁ ଏହି ୨ ଟି ଚିଠିର ଅଭିଯୋଗର ସତ୍ୟାସତ୍ୟ କେତେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ କିଛି ଟିଭି ଚ୍ୟାନେଲ, ୱେବ ଚ୍ୟାନେଲ ଓ କିଛି ଗଣମାଧମ ପ୍ରମୁଖ ଭାବେ ସେକ୍ସ ର‌୍ୟାକେଟ ପ୍ରସଙ୍ଗ ନେଇ ଅତିରଞ୍ଜିତ କରିଛନ୍ତି ।

ଯାହାକୁ ନେଇ ବୁଧବାର କଲେଜ ଛାତ୍ରୀଛାତ୍ର ଓ ପୁରାତନ ଛାତ୍ର ସଂସଦ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଆଲୋଡନ ଓ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ହିଞ୍ଜିଳିକାଟୁ କଲେଜର ସୁନାମରେ ଆଞ୍ଚ ଆଣି ବଦନାମ କରିବା ଉଦ୍ଦେଶ୍ୟରେ କିଛି ସ୍ୱାର୍ଥନ୍ବେଷି ହୀନ ଚକ୍ରାନ୍ତ କରିଥିବା ବେଳେ ରାଜନୈତିକ ବାଛ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳର ଏହି ପ୍ରତିଷ୍ଠିତ କଲେଜକୁ ବଦନାମ କରିବା ପାଇଁ କିଛି ମିଡ଼ିଆ ହୀନ ପ୍ରୟାସ କରୁଛନ୍ତି ବୋଲି ପୁରାତନ ଛାତ୍ର ସଂସଦ ସଭାପତି ତଥା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହି ଓ ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନୀଳମଣି ପଟ୍ଟନାୟକ ଅଭିଯୋଗ କରି କହିଛନ୍ତି ।

ଉଚ୍ଚ ଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ଚିଠି ସଂଖ୍ୟା ୫୬୨୧୩/ତା ୨୨-୧୨-୨୦୨୩ରିଖରେ ଗଞ୍ଜାମ ଜିଲ୍ଲାର ବିଜ୍ଞାନ ମହାବିଦ୍ୟାଳୟ ହିଞ୍ଜିଳିକାଟୁ ସମେତ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ତ୍ତୃପକ୍ଷ ଓ କିଛି କର୍ମଚାରୀଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଗୁଡ଼ିକର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ଜଣାଇଥିଲେ । ବୁଧବାର ଘଟଣାର ତଦନ୍ତ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ବ୍ରହ୍ମପୁର ସିଦ୍ଧାର୍ଥ ଶଙ୍କର ପାଢ଼ି, ଯୁକ୍ତ ଦୁଇ ଆଞ୍ଚଳିକ ନିର୍ଦ୍ଦେଶକ ବ୍ରହ୍ମପୁର ସୁଶାନ୍ତ କୁମାର ଦାଶ ଓ ଯୁକ୍ତ ଦୁଇ ଉପ ନିର୍ଦ୍ଦେଶକ ବ୍ରହ୍ମପୁର କୁଳମଣି ଓଝା ବୁଧବାର ହିଞ୍ଜିଳିକାଟୁ କଲେଜରେ ପହଞ୍ଚି ଅଧ୍ୟକ୍ଷା ଡ଼ ସ୍ୱସ୍ତିକା ପାଢ଼ି , କଲେଜ ଅଧ୍ୟାପିକା ଅଧ୍ୟାପକ , ଅଣ ଶିକ୍ଷାଦାନ କର୍ମଚାରୀ, ପୁରାତନ ଛାତ୍ର ସଂସଦ, ହଷ୍ଟେଲ ଛାତ୍ରୀଛାତ୍ର ଇତ୍ୟାଦିଙ୍କ ବୟାନ ଗ୍ରହଣ କରିଛନ୍ତି ।

କଲେଜର ସୁନାମକୁ ଆଞ୍ଚ ଆଣିବା ପାଇଁ କିଛି ବ୍ୟକ୍ତି ଏପରି ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରୁଛନ୍ତି ଓ ବିଭାଗୀୟ ତଦନ୍ତକୁ ସେ ସ୍ୱାଗତ କରିବା ସହ ସବୁ ପ୍ରକାର ସହଯୋଗ ପ୍ରମାଣ ଦେବେ ବୋଲି କଲେଜ ଅଧ୍ୟକ୍ଷା ଡ଼ ସ୍ୱସ୍ତିକା ପାଢ଼ି କହିଛନ୍ତି । କଲେଜ ଅଧ୍ୟକ୍ଷା ଡ଼ ସ୍ୱସ୍ତିକା ପାଢ଼ି ଚଳିତ ମାସରେ ଅବସର ନେଉଛନ୍ତି ତେଣୁ ତାଙ୍କୁ ବଦନାମ କରିବା ପାଇଁ ଏପରି ମିଥ୍ୟା ଅଭିଯୋଗ ହୋଇଥିବା କୁହାଯାଇଛି । ଅନ୍ୟ ପକ୍ଷରେ କଲେଜ ମ୍ୟାନେଜମେଣ୍ଟର ଏକ ତରଫା ନିଷ୍ପତ୍ତି, ପରିଚାଳନା ତ୍ରୁଟି ଓ ୨ଗୋଷ୍ଠୀ ଅଧ୍ୟାପକ ମଧ୍ୟରେ ଶୀତଳଯୁଦ୍ଧ ଓ ବିଶୃଙ୍ଖଳା ଏହି ବେନାମୀ ଚିଠି ମୁଖ୍ୟ କାରଣ ବୋଳି ସନ୍ଦେହ କରାଯାଉଛିି । ବେନାମୀ ଚିଠି କରି ଅନୁଷ୍ଠାନକୁ ବଦନାମରେ ଶିକ୍ଷା ସହ ଜଡ଼ିତ କିଛି ବାହାର ବ୍ୟକ୍ତିଙ୍କ ସଂପୃକ୍ତିକୁ ମଧ୍ୟ ସନ୍ଦେହ କରାଯାଉଛି ।

କଲେଜର ପରିଚାଳନା ଦାୟିତ୍ୱ ନିଜେ ସରକାର ନିଅନ୍ତୁ , ନୂତନ ଅଧ୍ୟକ୍ଷ ନିଯୁକ୍ତି ବେଳେ ପ୍ରଶାସନିକ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ଦାୟିତ୍ୱ ପ୍ରଦାନ କରାଯିବାକୁ ଦାବି ହୋଇଛି । ବେନାମୀ ଅଭିଯୋଗକାରୀ ଓ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ସରକାର ଦୃଢ଼ ପଦକ୍ଷେପ ନେବାକୁ ଆଲୁମିନ ସଭାପତି ପବିତ୍ର ମୋହନ ପାଣିଗ୍ରାହି, ସମ୍ପାଦକ ନୀଳମଣି ପଟ୍ଟନାୟକ, ପୂର୍ବତନ ଛାତ୍ର ସଭାପତି ସଞ୍ଜୟ କୁମାର ପଣ୍ଡା, ବିରଞ୍ଚି ନାରାୟଣ ପଣ୍ଡା, ପପୁ ପଣ୍ଡା, ରାହୁଲ ପାଣିଗ୍ରାହି , ତାପସ କୁମାର ପଣ୍ଡା , ବିନାୟକ ପ୍ରସାଦ ପଟ୍ଟନାୟକ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ତଦନ୍ତ ବେଳେ ଲିଖିତ ଦାବି କରିଛନ୍ତି । ଗୁରୁବାର ଛାତ୍ର ଛାତ୍ରୀ ଗୋଷ୍ଠୀ ଖବର ପ୍ରକାଶନ ସଂସ୍ଥା ଉପରେ ଭୀଷଣ ଖୁବ୍ଧ ହୋଇ ପ୍ରବଳ ନାରାବାଜି ସହ ଦୃଢ଼ ପ୍ରତିବାଦ କରିଥିଲେ।ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

April 30, 2026
ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version