No Result
View All Result

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖଣ୍ଡପଡା :-> ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଭାପୁର ବ୍ଲକ ଶାଳପଡା ପଞ୍ଚାୟତରେ” ଆମ ଓଡ଼ିଶା,ନବୀନ ଓଡ଼ିଶା “କାର୍ଯ୍ୟକ୍ରମ ଶୁକ୍ରବାର ଦିନ ସର୍ବାଧିକ ଜନସମାଗମ ସହିତ ଅନୁଷ୍ଠିତ ହୋଇଯାଇଛି । ୧୦୦ରୁ ଉର୍ଦ୍ଧକର୍ମୀ ବାଇକ ରାଲି ମାଧ୍ୟମରେ ନୟାଗଡ ଜିଲ୍ଲା ବିଜେଡି ଉପସଭାପତି ଗୟାଧର ପରିଡ଼ା ତାଙ୍କ ବାସଭବନରୁ ସଭାସ୍ଥଳରେ ପହଞ୍ଚିଥିଲେ. ଶ୍ରୀ ପରିଡାଙ୍କ ନେତୃତ୍ୱରେ “ଆମ ଓଡିଶା, ନବୀନ ଓଡିଶା ” କାର୍ଯ୍ୟକ୍ରମରେ ୨୦ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ,୧୯ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ,

ନୟାଗଡ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ରଣସିଂହ,କଟକ ଲୋକସଭା ସାଂସଦଙ୍କ ପ୍ରତିନିଧି ତୋଫାନ କୁମାର ପ୍ରଧାନ,ନୟାଗଡ ଜିଲ୍ଲା ମହିଳା ବିଜେଡି ଉପସଭାପତି ଶୈଳନ୍ଦ୍ରି ସାହୁ, ବାଇଗୁଣିଆ ସରପଞ୍ଚ ନିରୁପମା ମହାରଣା,ବଡ଼ସହରା ସରପଞ୍ଚ ବ୍ରଜକିଶୋର ଆଳୁକ, ଶାଳପଡ଼ା ସରପଞ୍ଚ ସନ୍ତୋଷ କୁମାର ପଣ୍ଡା, କେନ୍ଦୁପଲ୍ଲୀ ସରପଞ୍ଚ ତାରେଶ୍ୱର ମାଝୀ, ସମିତି ସଭ୍ୟ କେନ୍ଦୁପଲ୍ଲୀ ଦୀପକ କୁମାର ଜେନା, ବିଜିପୁର ସରପଞ୍ଚ ବାସନ୍ତୀ ପରିଡା, ସମିତିସଭ୍ୟା ମଧୁସ୍ମିତା ମହାନ୍ତି,

ଭାପୁର ପଞ୍ଚାୟତ ସରପଞ୍ଚ ସୁରେଖା ସାହୁ,ସମିତିସଭ୍ୟା ସୁଭଦ୍ରା ବେହେରା, ଫତେଗଡ଼ ସରପଞ୍ଚ ମଞ୍ଜୁଲତା ସେଠୀ,ପୂର୍ବତ୍ତନ ସରପଞ୍ଚ କରବର ମମତା ସ୍ୱାଇଁ, ପୂର୍ବତ୍ତନ ସରପଞ୍ଚ ବଡ଼ସହରା ମାଟିଆ ସ୍ୱାଇଁ,ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ପଟ୍ଟନାୟକ, ଭଗବାନପୁର ପଞ୍ଚାୟତ ବିଜୁ ଜନତା ଦଳର ଦକ୍ଷ ସଙ୍ଗଠକ ଅପର୍ତ୍ତି ପ୍ରଧାନ,କୈଳାସ ଚନ୍ଦ୍ର ରାଉତରାୟ,ପ୍ରକାଶ ଜେନା,କାର୍ତ୍ତିକ ଚନ୍ଦ୍ର ପ୍ରଧାନ,ଯୋଗିନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିବାବେଳେ ୨୦ ଗୋଟି ପଞ୍ଚାୟତରୁ ୧0ହଜାରରୁ ଉର୍ଦ୍ଧ୍ବ ବିଜୁ ପ୍ରେମୀ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଉପସ୍ଥିତ ଅତିଥି ମାନେ ବିଜେଡିର ବିକାଶ ଏବଂ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିଥିଲେ । ବିଜେଡି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିପରି ଭାବରେ ଜନସାଧାରଣଙ୍କୁ ସହୋଯୋଗର ହାତ ବଢ଼େଇଛି ସେ ସମ୍ପର୍କରେ ଅତିଥି ମାନେ ଉପସ୍ଥିତ କର୍ମୀମାନଙ୍କୁ ବୁଝାଇଥିଲେ । ଆଗାମୀ ନିର୍ବାଚନରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଗୟାଧର ପରିଡାଙ୍କୁ ବିଧାୟକ ପ୍ରାର୍ଥି କରିବାକୁ ସମସ୍ତ ନେତା ଓ କର୍ମୀମାନେ ସନ୍ଦେଶ ଦେଇଥିଲେ। ଦୀର୍ଘ ଦୁଇବର୍ଷ ପରେ ଗୟାଧର ପରିଡା ଆଜିର ଏହି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ତାଙ୍କର ଶକ୍ତି ପଦର୍ଶନ କରିଥିଲେ !

ଶ୍ରୀ ପରିଡା ତାଙ୍କ ବକ୍ତବ୍ୟରେ କହିଥିଲେ ଆପଣମାନେ ଆଜି ହଜାର ହଜାର ସଂଖ୍ୟାରେ ଯୋଗଦେଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ଼ ବିଜୁ ଜନତା ଦଳକୁ ଏବଂ ମୋତେ ଭଲ ପାଉଥିବାର ପ୍ରମାଣ ଦେଇଛନ୍ତି । ଆପଣମାନଙ୍କ ମୋ ପ୍ରତି ଥିବା ଭଲପାଇବା,ସ୍ନେହ,ଶ୍ରଦ୍ଧାକୁ କେବେ ଭୁଲିବି ନାହିଁ ଓ ବଞ୍ଚିଥିବା ପର୍ଯ୍ୟନ୍ତ ଆପଣମାନଙ୍କ ସାଥିରେ ରହି ସେବା
କରିବାର ଶପଥ କରିଥିଲେ।

ଫତେଗଡ ଥାନା ଏବଂ ଭାପୁର ଆଉଟ୍ ପୋଷ୍ଟ ର ଆରକ୍ଷୀ ବାହିନୀ ଶାନ୍ତି ଶୃଙ୍ଖଳା ପାଇଁ ନିୟୋଜିତ ହୋଇଥିଲେ ! ପରିଶେଷରେ ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ଉପସ୍ଥିତ ଥିବା କର୍ମୀମାନଙ୍କୁ ନୂତନ ବର୍ଷ 2024 ଉପଲକ୍ଷେ ଶୁଭେଚ୍ଛା ଓ଼ ଅଭିନନ୍ଦନ ଜଣାଇ ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ !


No Result
View All Result