No Result
View All Result
ସହକାରୀ ଯନ୍ତ୍ରୀଙ୍କ ନାମରେ ୩୦୭ ଦଫା ଲଗାଇ ଗିରଫ କରିବାକୁ କୋଶଳ କ୍ରିୟାନୁଷ୍ଠାନ କମିଟିର ସାମ୍ବାଦିକ ସମ୍ମିଳନୀ ରେ ଦାବି ।
୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିରର ପାରିପାସ୍ଵିକ ବିକାଶ କାମ ଚାଲିଥିବା ବେଳେ କାମର ମାନକୁ ନେ଼ଇ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ ଓ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସ ଙ୍କ ମଧ୍ୟରେ କଥା କଟାକଟି ଭିଡିଓ ଭାଇରାଲ ସହ ସହକାରୀ ଯନ୍ତ୍ରୀ ସରପଞ୍ଚ ଗୁରୁ ଙ୍କ ଗଳାଚାପି ଧରିଥିବା ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଥିଲା । ଏନେଇ ଉଭୟ ପକ୍ଷରୁ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଥିବା ବେଳେ ଉଭୟଙ୍କୁ ପୋଲିସ ଅଟକ ରଖି ପଚରଉଚରା କରୁଥିବା ଜଣା ଯାଇଛି ।
ସୂଚନା ଅନୁସାରେ ମନ୍ଦିର ପାଖ କାମକୁ ନେଇ ଗତକାଲି ଉଭୟେ କଥା କଟାକଟି ହୋଇଥିବା ବେଳେ ସହକାରୀ ଯନ୍ତ୍ରୀ ଉତ୍ୟକ୍ତ ହୋଇ କୋଶଳ ମୁକ୍ତି ମୋର୍ଚ୍ଚା ଆବାହକ ସୁଶୀଳ ଗୁରୁଙ୍କୁ ଚାପି ଧରିଥିବା ଭିଡିଓ ଭାଇରାଲ ହୋଇଥିଲା । ଏନେଇ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସ ଙ୍କୁ ପଚାରିବାରୁ ସୁଶୀଲ ଗୁରୁ ନିମ୍ନ ମାନର କାମ ହେଉଥିବା କହି ପ୍ରଥମେ ପାଟି ତୁଣ୍ଡ କରିବାସହ ଅସଭ୍ୟ ଭାଷାରେ ଗାଳଗୁଲଜ କରିଥିଲେ । ପରେ ଏକ କାଠରେ ଆକ୍ରମଣ କରିଥିବା କହିଥିଲେ । ସେହିପରି ସୁଶୀଲ ଗୁରୁଙ୍କୁ ପଚାରିବାରୁ ନିମ୍ନମାନର କାମ ହେଉଥିବା ଦେଖି ବିଭାଗୀୟ ଅଧିକାରୀ ଙ୍କୁ କହିବାରୁ ସଙ୍ଘବଦ୍ଧଭାବେ ସହକାରୀ ଯନ୍ତ୍ରୀ ଓ ଅନ୍ୟ ମାନେ ଆକ୍ରମଣ କରି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ଯାହାକି ଭିଡ଼ିଓରେ ଭାଇରାଲ ହେଉଥିବା କହିଛନ୍ତି ।
ଘଟଣାର ଗୁରୁତ୍ବକୁଦେଖି ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା , ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ ପ୍ରମୁଖ ଉପସ୍ଥିତ ରହି ତଦନ୍ତ ଚଳାଇ ଥିବାବେଳେ ଖପ୍ରାଖୋଲ ଥାନା କେସ ନମ୍ବର ୨୭୪/୨୩ ଓ ୨୭୫/୨୩ ରେ ଦୁଇଟି ମାମଲା ରୁଜୁ କରି ଉଭୟେ ଙ୍କୁ କୋର୍ଟରୁ ଜାମିନରେ ଯାଇଥିଲେ । ସରପଞ୍ଚ ସୁଶିଲ କୁମାର ଗୁରୁଙ୍କୁ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସ ଓ ତାଙ୍କ ଦୁଇ ଜଣ ସହ ଯୋଗୀ ଦ୍ଵାରା ଜୀବନରୁ ମାରିଦେବା ଙ୍କୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ଯନ୍ତ୍ରୀ ନାମରେ ୩୦୭ ଦଫା ଲଗାଇ ନଥିବା ନେଇ ଆଜି କୋଶଳ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୩ ଦଫା ଦାବି ନେଇ ଗୋକୁଳ ରେଷ୍ଟୁରାଣ୍ଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯନ୍ତ୍ରୀ ଙ୍କ ନାମରେ ୩୦୭ ଦଫା ଲଗାଇବା ସହ ଚାକିରିରୁ ବରଖାସ୍ତ କରିବା ,
ହରିଶଙ୍କରରେ ଚାଳିଥିବା ଉନ୍ନତି ମୂଳକ କାର୍ଯ୍ୟର ଗୁଣବତ୍ତା ବିଧାନ ସଭାର ପବ୍ଲିକ ଆକାଉଣ୍ଟ କମିଟୀ ଦ୍ବାରା ଯାଞ୍ଚ କରିବା , ସରପଞ୍ଚ ଶୁସିଲ ଗୁରୁଙ୍କ ବିରୁଦ୍ଧରେ ରୁଜୁ କରାଯାଇ ଥିବା ମିଥ୍ୟା କେଶକୁ ପ୍ରତ୍ୟାହାର କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଏହି ଘଟଣାକୁ ନେଇ କୋଶଳ ରାଏଜ ଜଏଣ୍ଟ ଏକ୍ସନ କମିଟି ,ସରପଞ୍ଚ ସଂଘ ହରିଶଙ୍କରରେ ଚାଳିଥିବା କାମକୁ ବନ୍ଦ କରିବା ସହ ଆନ୍ଦୋଳନକୁ ଉହ୍ଲାଇବାକୁ ଚେତାବନୀ ଦେଇଛନ୍ତି । କୋଶଳ ରାଏଜ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଉଦ୍ଧେଶ୍ୟରେ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଡିଙ୍ଗର କୁମ୍ଭାର ,ଜନସନ ନାଗ , ସୁବାଷ ଆଚାର୍ଯ୍ୟ ,ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର ,ବାଘମୁଣ୍ଡ ସରପଞ୍ଚ ଦେବାଶିଷ ସାହୁ ,ପଡିଆବାହାଲ ସରପଞ୍ଚ ଦେବରାଜ ପ୍ରଧାନ , ବରଗଡ଼ କୋଶଳ ସେନା ସଦସ୍ୟ ଅର୍ପଣ କୁମାର ଦାସ ,ଝାରସୁଗୁଡା କୋଶଳ ସେନା ସଦସ୍ୟ ସଦାନନ୍ଦ ସାହୁ ଙ୍କ ସମେତ ଶତାଧିକ କୋଶଳ ପ୍ରେମୀ ଉପସ୍ଥିତ ଥିଲେ ।

No Result
View All Result