୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର/ଚାନ୍ଦପୁର -> ଗତ କାଲି ଦନ୍ତା ଛିଡା ହେବାରେ ଅସମର୍ଥ ହେଉଥିଲା । ଗତ ସୋମବାର ସକାଳେ ଅସୁସ୍ଥ ଦନ୍ତା କୁ ଟ୍ରାଙ୍କୁଲାଇଜ କରିଥିଲା ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଚିକିତ୍ସା କରୁଥିଲା ବନ ବିଭାଗ । ଭୁବନେଶ୍ୱର ନନ୍ଦନ କାନନ ସହ ଓୟୁଏଟି ରୁ ଆସିଥିଲେ ବିଶେଷଜ୍ଞ ଦଳ ।

ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ହରିହର ପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ବୁଲୁଥିବା ନେଇ ଖବର ପ୍ରସାରଣ କରିଥିଲା ଓଡ଼ିଶା ତାଜାନ୍ୟୁଜ ଓ ନନ୍ଦିଘୋଷ ଟିଭି । ଅସୁସ୍ଥ ଦନ୍ତା ଟ୍ରାଙ୍କୁଲାଈଜ କରି ଚିକିତ୍ସା କରୁଥିଲା ରଣପୁର ବଣ ବିଭାଗ।ଏଥିପାଇଁ ହରିହର ପୁର ଜଙ୍ଗଲରେ ଡେରା ପକାଇଥିଲା ରଣପୁର ବନବିଭାଗ । ଗତ କାଲି ରାତିରେ ମୃତ୍ୟ ହୋଇଛି ଅସୁସ୍ଥ ଦନ୍ତା ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିଲା.
















