୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଓଡ଼ଗାଁ :-> ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁ ଖେଳପଡ଼ିଆରେ ନୂଆ-ଓ, ଯୁବ ଓଡ଼ିଶା,ନବୀନ ଓଡ଼ିଶା କ୍ରୀଡା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି । ସମାଜ ବିଜ୍ଞାନ ବିଭାଗୀୟ ମୁଖ୍ୟ ସମ୍ବିତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସଭାରେ ମୂଖ୍ୟ ଅତିଥିରୂପେ ନୂଆ ଓ ସଂଯୋଜକ ପ୍ରଦୀପ୍ତ କୁମାର ବିଶ୍ବାଳ,ସମ୍ମାନୀତ ଅତିଥିରୂପେ ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର,
କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର,ବିଶିଷ୍ଟ ଅତିଥିରୂପେ ଅଧ୍ୟାପକ ସୋହମ ପଣ୍ଡା ପ୍ରମୁଖ ଯୋଗ ଦେଇ ଯୁବଶକ୍ତିଙ୍କ ସର୍ବାଙ୍ଗୀନ ବିକାଶ ଦେଶ ପାଇଁ ମଙ୍ଗଳଦାୟକ। ଏହି ଆଭିମୁଖ୍ୟକୁ ଚରିତାର୍ଥ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ।ଏକ ସୁସ୍ଥ ମନ ସୁସ୍ଥ ଶରୀରରେ ଅବସାନ କରେ।ତେଣୁ ପାଠ ପାଇଁ ସୁସ୍ଥ ମନ ଦରକାର ଓ ସୁସ୍ଥ ମାନସିକ ଅବସ୍ଥା ପାଇଁ ସୁସ୍ଥ ସ୍ୱାସ୍ଥ୍ୟ ନିହାତି ଆବଶ୍ୟକ ଓ ଏହା ଖେଳ କୁଦ ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

୩ ଦିନି ଧରି ଚାଲିଥିବା କ୍ରୀଡା ଉତ୍ସବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲମ୍ବ ଡିଆଁ,ଉଚ୍ଚ ଡିଆଁ,ଜାଭେଲିନ,ଦୌଡ଼,କ୍ରିକେଟ, ବ୍ୟାଡମିଣ୍ଟନ, ଚେସ,କ୍ୟାରମ,ଭଲି,ସଟପୁଟ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୩୦ ତାରିଖ ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯିବ । ସମସ୍ତ କାର୍ଯ୍ୟକ୍ରମକୁ ନୂଆ ଓ ନୋଡାଲ ଅଫିସର ଜିତେନ କୁମାର ପରିଡା ପୌରହିତ୍ୟ କରିଥିଲେ । ପରିଶେଷରେ କ୍ରୀଡା ପତାକାକୁ ଅବତରଣ କରିବା ପରେ ଛାତ୍ରଛାତ୍ରୀମାନେ ସ୍ଲୋ ମାର୍ଚ୍ଚ ଦେଇ ସସମ୍ମାନରେ ପତାକାକୁ କ୍ରୀଡା ଶିକ୍ଷକ ଶତାଦ୍ଦୀ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଥିଲେ ।
ଶେଷରେ ସମବେତ ଭାବରେ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମରପରିସମlପ୍ତି ଘୋଷଣା କରାଯାଇଥିଲା । ସୁଶାନ୍ତ କୁମାର ପରିଡା,ମନୋରଞ୍ଜନ ରାଉତ,ବଳଭଦ୍ର ବରାଡ଼, ଦେବୀପ୍ରସାଦ ଦାସ,ଜଗନ୍ନାଥ ପରିଡା ବିଚାରକ ଦାୟିତ୍ୱ ତୁଲାଇଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ପବିତ୍ର କୁମାର ସାହୁ,ମନୋଜ କୁମାର ସାହୁ,ସନ୍ଦୀପ କୁମାର ନନ୍ଦ,ରତ୍ନଭୂଷଣ ପାଢ଼ୀ,ସ୍ୱୟଂପ୍ରଭା ବେହେରା ପରିଚାଳନା କରିଥିବାବେଳେ ଗ୍ରନ୍ଥାଗାରିକ ଅର୍ଜୁନ ସାହୁ,ବିଜୟ କୁମାର ନାୟକ,ଜିତେନ୍ଦ୍ର କୁମାର ସାହୁ ସକ୍ରିୟ ସହଯୋଗ କରିଥିଲେ ।














