ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟିକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳ ଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ବସନ୍ତ ମଞ୍ଜରୀ ଦାଶ,
ରବିଶଙ୍କର ହୋତା,ସଙ୍ଗ୍ରାମ ମିଶ୍ର,ପ୍ରମୁଖ ସାଂସ୍କୃତିକ ଚେତନା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ଏକକ ନ୍ରୃତ୍ୟ ପ୍ରତିଯୋଗିତା ର ଵିଚାରକ ଭାବେ ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ,ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ ଯୋଗ ଦେଇ କ୍ରୃତୀ ପ୍ରତିଭା ମାନଙ୍କ ର ମୂଲ୍ୟାଙ୍କନ କରିଥିଲେ। ଅଧ୍ୟାପିକା ମମତା ମହାପାତ୍ର, ପ୍ରଦୀପ କୁମାର ବଳବନ୍ତ ରାୟ, ପ୍ରଶାନ୍ତ କୁମାର ମଙ୍ଗରାଜ,ବିପିନ ବିହାରୀ ସାମନ୍ତରାୟ ପ୍ରମୁଖ ସହାୟତା କରିଥିଲେ।

© 2023 Odisha Taza News.