୧୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :-> କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସବକା ସାଥ ସବାକା ବିକାଶ ଓ ସ୍ବଚ୍ଛ ଭାରତ ର ନାରା ସାରା ଦେଶରେ ଦେଉ ଥିବା ବେଳେ ଏଠି କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ ସୁନାଖଳା ପଞ୍ଚାୟତ ଯାହାକି ଖୋର୍ଦ୍ଦା ନୟାଗଡ଼ ମଝିରେ ପଡ଼େ, ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ନୟାଗଡ଼ ଜିଲ୍ଲା ତଥା ରାଜ୍ୟରେ ପରିଚତ । ରାଜ ସୁନାଖଳା ମିଶ୍ର ସାହି ବିଦ୍ୟୁତ ଟ୍ରାନ୍ସଫର୍ ନିକଟରେ କୁଢ଼ କୁଢ଼ ପଲିଥିନ ଅଳିଆ ଦୀର୍ଘଦିନ ଧରି ପଡି ନିକଟ ଅଞ୍ଚଳ ଦୂର୍ଗନ୍ଧରେ ଅସ୍ଥବ୍ୟସ୍ଥ ହେଇଛି ।

ଅବଶ୍ୟ ଲୋକେ ଅଳିଆ ନ ପକାଇବେ କାହିଁକିନା ନିକଟରେ ଏକ ବର୍ଜ୍ୟବସ୍ଥୁ ଗୃହ ରାସ୍ତା କଡ଼ରେ ସରକାରଙ୍କ ତରଫରୁ ନିର୍ମାଣ ହୋଇଛି। ଯାହାକି ଏତେବଡ ଗାଁ ଓ ବଜାର ପାଇଁ ଅତି କ୍ଷୁଦ୍ର ଭଳି ମନେ ହୁଏ। କିନ୍ତୁ ସେହି ସ୍ଥାନରୁ ଅଳିଆ ସମାୟାନୁକ୍ରମେ ଖାଲି କରାଯାଉ ନାହିଁ। କିନ୍ତୁ ବ୍ଲକ୍ ତରଫରୁ ୭୫ ହଜାର ଟଙ୍କା ବ୍ୟୟରେ ତିନିଟା ଲେଖାଏଁ ତିନି ଚକିଆ ଗାଡ଼ି ପ୍ରତି ପଞ୍ଚାୟତକୁ ଆବର୍ଜନା ମୁକ୍ତ ପଞ୍ଚାୟତ କରିବା ପାଇଁ ମିଳିଛି।

-
ରାଜ ସୁନାଖଳା ମିଶ୍ର ସାହି ବିଦ୍ୟୁତ ଟ୍ରାନ୍ସଫର୍ ନିକଟରେ କୁଢ଼ କୁଢ଼ ପଲିଥିନ ଅଳିଆ ଦୀର୍ଘଦିନ ଧରି ପଡି ନିକଟ ଅଞ୍ଚଳ ଦୂର୍ଗନ୍ଧରେ ଅସ୍ଥବ୍ୟସ୍ଥ ହେଇଛି : କେବେ ସମାସ୍ୟା ଦୁରହେବ
-
ବ୍ଲକ୍ ତରଫରୁ ୭୫ ହଜାର ଟଙ୍କା ବ୍ୟୟରେ ତିନିଟା ଲେଖାଏଁ ତିନି ଚକିଆ ଗାଡ଼ି ପ୍ରତି ପଞ୍ଚାୟତକୁ ଆବର୍ଜନା ମୁକ୍ତ ପଞ୍ଚାୟତ କରିବା ପାଇଁ ମିଳିଛି ।
-
ସରକାରଙ୍କ ଆବର୍ଜନା ପରିଚାଳନା ଯୋଜନା ଏଠି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
-
ସରପଞ୍ଚ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ପାଇଛନ୍ତି ।
କିନ୍ତୁ ଗାଡ଼ି ଗାଡ଼ି ଜାଗାରେ , ଅଳିଆ ଅଳିଆ ସ୍ଥାନରେ । ସରକାରଙ୍କ ଆବର୍ଜନା ପରିଚାଳନା ଯୋଜନା ଏଠି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗାଈ ଗୋରୁ ମାନେ ଅଳିଆ ଆବର୍ଜ୍ଜନାରୁ ଖାଦ୍ୟ ଖାଇବାକୁ ଯାଇ ଖାଦ୍ୟ ସହିତ ପଲିଥିନ ଗୁଡ଼ିକୁ ଖାଇ ଦିଅନ୍ତି।ପାଖରେ ଯେଉଁ ରାସ୍ତାଟି କୁମ୍ଭାରି ଛକ ପେଟ୍ରୋଲ ପମ୍ପ ଠାରୁ କାସନ୍ଦା , ସୁର୍କାବାଡି ଆଡକୁ ଯାଇଛି,ରାଜ ସୁନାଖଳା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୋଷ୍ଟ ଅଫିସ, ପଂଚାୟତ ଅଫିସ, ଏବଂ ନିଜନିଜ ଗୃହକୁ ଛାତ୍ର ଛାତ୍ରୀ ଓ ସାଧାରଣ ଲୋକେ ଯାଇଥାନ୍ତି।

ଏହି ରାସ୍ତାରେ ଦୈନଦିନ ହଜାର ହଜାର ଲୋକ ଅନ୍ୟ ଗ୍ରାମ ଓ ପଞ୍ଚାୟତକୁ ଯିବା ଆସିବା କରନ୍ତି । ସମସ୍ଥେ ଏଠି ନାକ ବୁଜି ବୁଜି ଯିବ ଆସିବା କରିଥାନ୍ତି । ସ୍ଥାନୀୟ ସରପଞ୍ଚ ରାଜସୁନାଖଳା ମହୋତ୍ସବର ସଂପାଦକ ହୋଇ ଏତେ ବଡ ଆୟୋଜନ କରି ପାରୁ ଥିବାବେଳେ ମିଲ୍ ପାଖ ଅଞ୍ଚଳକୁ ନଜର ଅନ୍ଦାଜ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରପଞ୍ଚ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ପାଇଛନ୍ତି ବୋଲି ଖବର ନେବାରେ ଜଣାପଡ଼ିଥିଲେ ମଧ୍ୟ ପଂଚାୟତରେ ଅପରିଷ୍କାରତା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଭଳି ଅଳିଆ ଆବର୍ଜନା ଗଦା ହୋଇ ପଡ଼ି ରହିଲେ ନିକଟସ୍ଥ ଅଞ୍ଚଳରେ ରୋଗୀ ମାନଙ୍କ ସଂଖ୍ୟା ବଡିବା ନିଶ୍ଚିନ୍ତ ହେବାର ଯଥେଷ୍ଟ ସମ୍ଭାବନା । ଏଣୁ ଏ ଅଞ୍ଚଳକୁ ଯଥା ଶୀଘ୍ର ସଫା କରି ” ବର୍ଯ୍ୟବସ୍ଥୁ ମୁକ୍ତ ଅଞ୍ଚଳ ” ବୋର୍ଡ ଲଗାଇ ଅନ୍ୟତ୍ର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସ୍ଥାନ ଚୟନ କରି ଉପଯୋଗ କରିବା ପାଇଁ ରାଜ ସୁନାଖଳା ପଞ୍ଚାୟତ, ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ସ୍ଥାନିୟ ଜନ ସାଧାରଣ ଅନୁରୋଧ କରିଛନ୍ତି ।















