• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଚାସଢା ମାଂସ ଦୁର୍ଗନ୍ଧରେ ନାକ ଫାଟୁଛି

Proprietor Abhimanyu Maharana by Proprietor Abhimanyu Maharana
December 18, 2023
in ଓଡ଼ିଶା, ଗଞ୍ଜାମ, ହୋମ୍
0
ପଚାସଢା ମାଂସ ଦୁର୍ଗନ୍ଧରେ ନାକ ଫାଟୁଛି
Share on FacebookShare on TwitterWhatsapp

ମାଛ, କୁକୁଡାର ଟୁକୁରା ଅଂଶ ସହ ଛେଳି ଚମଡା ଓ ପୁଟା ଅଂଶ କେନାଲରେ ଭାସୁଛି

ଅତ୍ୟାଧୁନିକ ଆମିଷ ବଜାରରେ ଘୋର ଅବ୍ୟବସ୍ଥା : ସ୍ଥାୟୀ ପ୍ରତିକାର ଦାବି

୧୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :-> ରାସ୍ତା ପାର୍ଶ୍ଵରେ ବସି ଗୁଜରାଣ ମେଣ୍ଟାଉଥିବା ଆମିଷ ବ୍ୟବସାୟୀଙ୍କ ବ୍ୟାବସାୟିକ ଆନୁଷଙ୍ଗିକ ସୁବିଧା ଓ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟ ନେଇ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ନିର୍ମାଣ କରାଯାଇଥିଲା ଅତ୍ୟାଧୁନିକ ମାଛ,ମାଂସ ବଜାର। କିନ୍ତୁ ବାସ୍ତବରେ ପୌରପରିଷଦର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଫଳ ରୂପାୟନ ହେଉ ନଥିବା ଭଳି ପରିଲକ୍ଷିତ ହେଉଛି । ମାଛ, ମାଂସ ବ୍ୟବସାୟୀଙ୍କ ପାଇଁ ପିଣ୍ଡି ନିର୍ମାଣ ହେବା ସହ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିଛି । କିନ୍ତୁ ସମସ୍ତ ନିୟମକୁ ବେଖାତିରି କରି ପିଣ୍ଡିରେ ବସିବା ବଦଳରେ ବେପାରୀ ପୂର୍ବଭଳି ବିକ୍ରି ପାଇଁ ରାସ୍ତାକଡ ବ୍ୟବସାୟକୁ ଆପଣେଇଛି ।

ଫଳରେ ହିଞ୍ଜିଳିକାଟୁ ସହର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ପ୍ବାର୍ଶ୍ବ ସଙ୍କୁଚିତ ହେବା ସହ ଅପରିଷ୍କାର ଯୋଗୁଁ ମୁଖ୍ୟ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ଆମିଷ ଗନ୍ଧରେ ନାକ ଫାଟି ପଡୁଛି । ଆମିଷ ବେପାରୀଙ୍କ ପାଇଁ ପୌର ପରିଷଦ ପକ୍ଷରୁ ଗତ ୨୦୨୧ ମସିହା ଫେବୃଆରୀ ୧୧ ତାରିଖରେ ୧ କୋଟି ୨୬ଲକ୍ଷ୮୨ ହଜାର ଟଙ୍କା ବ୍ୟୟ ବରାଦ କରାଯାଇ ଅତ୍ୟାଧୁନିକ ଆମିଷ ବଜାର ନିର୍ମିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଅଭାଷୀ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ । ସହରର ଅତ୍ୟନ୍ତ ଜନଗହଳି ପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ବିଜୁ ପଟ୍ଟନାୟକ ଛକ ସମେତ ପୂର୍ବରୁ ଅବସ୍ଥାପିତ ଜେଏମଏଫସି ନ୍ୟାୟାଳୟ, ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ନିକଟରେ ଆମିଷ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଉଛେଦ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ପୌର ପରିଷଦ ପକ୍ଷରୁ ନିର୍ମିତ କୋଠାରେ ପିଣ୍ଡି ଆବଣ୍ଟନ କରାଯାଇଥିଲା। କିନ୍ତୁ କିଛି ବେପାରୀ ନିଜ ପିଣ୍ଡିରେ ମାଛ ବ୍ୟବସାୟ କରୁଥିବା ବେଳେ ଆଉ କିଛି ବ୍ୟବସାୟୀ ୫୯ନଂ ଜାତୀୟ ରାଜପଥର ଚଣା ପଡିଆ ସମ୍ମୁଖ,ମିନି ଷ୍ଟାଡିୟମ ନିକଟ, ଗୀତା ମନ୍ଦିର ଓ କନକ ଦୁର୍ଗା ମନ୍ଦିର ପ୍ରବେଶ ରାସ୍ତା କଡରେ ନିଜ ନିଜ ବ୍ୟବସାୟ ଚଳାଇ ଥିବା ଦେଖାଯାଇଛି । ଫଳରେ ସମ୍ପୃକ୍ତ ଅଞ୍ଚଳର ପରିବେଶ ଦୁର୍ଗନ୍ଧ ଯୁକ୍ତ ଓ ପ୍ରଦୂଷିତ ହେବା ସହ ଟ୍ରାଫିକ ସମସ୍ୟା ବି ଉତ୍କଟ ହେବାରେ ଲାଗିଛି । ଏଭଳି ଏକ ଅସ୍ୱାସ୍ଥ୍ୟକର ଓ ଅପରିଷ୍କାର ପରିବେଶ ମଧ୍ୟରେ ବ୍ୟବସାୟୀ ମାନେ ବ୍ୟବସାୟ ଚଳାଇ ଥିବା ବେଳେ ଏକ ଅସୁରକ୍ଷିତ ସ୍ଥିତିରେ ଗ୍ରାହକଙ୍କ ଭିଡ଼ ବୃଦ୍ଧି ପାଉଛି ।

ଏଭଳି ସ୍ଥିତିରେ ୫୯ନଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ହାଲୁକା ଓ ଭାରୀଯାନ ଗୁଡିକର ଦୃତ ଗତିରେ ଗାଡି ଚାଳନା ଗ୍ରାହକ ଓ ପଥଚାରୀଙ୍କ ଧନ ଜୀବନ ପ୍ରଭାବିତ ହେବା ନଜିର ରହିଛି। ପୌର ପରିଷଦ ପକ୍ଷରୁ ସହରକୁ ସବୁଜ, ସୁନ୍ଦର ଓ ସ୍ୱଚ୍ଛତା ସହ ପରିମଳ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଇଛି । କିନ୍ତୁ ରାସ୍ତାପାର୍ଶ୍ଵ ଓ ଅତ୍ୟାଧୁନିକ ମାଛ, ମାଂସ ବ୍ୟବସାୟୀଙ୍କ ଏଭଳି ମନମୁଖୀ କାର୍ଯ୍ୟକଳାପ ପ୍ରତି ପ୍ରଶାସନ ପକ୍ଷରୁ ତଦାରଖ ହେଉ ନଥିବା ପରିବେଶ ଓ ପରିସ୍ଥିତିରୁ ଜଣାପଡିଛି । ନିୟମ ଅନୁଯାୟୀ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟର ବିଭାଗୀୟ ଅଧିକାରୀ ମାଛ ଓ ମାଂସ ସ୍ୱାସ୍ଥ୍ୟ ପକ୍ଷେ କେତେ ଉପଯୋଗୀ ତାର ଗୁଣବତ୍ତା ନିୟମିତ ଯାଞ୍ଚ କରିବା କଥା ।

କିନ୍ତୁ ବିକ୍ରି ହେଉଥିବା ଆମିଷ ଦ୍ରବ୍ୟର ଗୁଣବତ୍ତା ଆଦୌ ଯାଞ୍ଚ ହେଉ ନଥିବା ବହୁ ଗ୍ରାହକଙ୍କ ଠାରୁ ଶୁଣିବାକୁ ମିଳୁଛି । ଏପରି ସ୍ଥଳେ ଆମିଷ ଦ୍ରବ୍ୟର ଦୈନନ୍ଦିନ ଦରରେ ଫରକ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିବା ବେଳେ ଗୁଣବତ୍ତାକୁ ମଧ୍ୟ ପରଖିବାରେ ଗ୍ରାହକ ଚାପ ଓ ଦ୍ଵନ୍ଦରେ ରହୁଥିବା ଜଣାପଡିଛି । ଯଦିଓ ଜଣେ ସାଧାରଣ ଲୋକଙ୍କ ସକାଶେ ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ଯାପନର ପ୍ରୟୋଜନ ରହିଛି । ତେବେ ଦୀର୍ଘ ଦିନ ଧରି ମନୁଷ୍ୟକୃତ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ଉପରେ କାହାର ନିୟନ୍ତ୍ରଣ କରିବା ଦାୟିତ୍ୱ ରହିଛି ତାହା ଏବେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆଉ ଏକ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ ହେଲା ସଂପୃକ୍ତ ଅଞ୍ଚଳର ବ୍ୟବସାୟ କରୁଥିବା ମାଛ, ମାଂସ ବ୍ୟବସାୟୀ ମାନେ ମାଛ କାତି ସହ କୁକୁଡା ପର, ଗୋଡ ଏବଂ ଛେଳି ଚମଡା ଓ ପୁଟାକୁ ଅତ୍ୟାଧୁନିକ ଆମିଷ ବଜାର ପ୍ବାର୍ଶ୍ବ ଦେଇ ପ୍ରବାହିତ ୭ ନଂ କେନାଲରେ ଭସାଇ ଦେଉଥିବା ଦେଖିବାକୁ ମିଳିଛି । ଉକ୍ତ କେନାଲରେ ଆମିଷ ଆବର୍ଜନା ପଡି ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ଜଳ ପ୍ରଦୂଷଣ ହେଉଛି । ସଂପୃକ୍ତ କେନାଳ ଜଳ ବହୁ ଚାଷଜମିରେ ପଡିବା ଦ୍ବାରା ବହୁ ସମୟରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ଏପରିକି ଗତ କିଛି ଦିନ ଧରି ଆଧୁନିକ ଆମିଷ ବଜାର ପରିସର ମଦ୍ୟପ ଓ ନିଶା ସେବନକାରୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ସଞ୍ଜ ନଇଁଗଲେ ସମ୍ପୃକ୍ତ ସ୍ଥାନ ପାଲଟି ଯାଏ ଅସାମାଜିକଙ୍କ ମୁକ୍ତାକାଶ ବାର । ବିଳମ୍ବିତ ରାତି ଯାଏଁ ନିଶାସକ୍ତଙ୍କ ପ୍ରାଦୁର୍ଭାବ ଉପଖଣ୍ଡ ଡାକ୍ତରଖାନାକୁ ଯିବା ଆସିବା କରୁଥିବା ରୋଗୀ ଓ ସମ୍ପର୍କୀୟଙ୍କ ମନରେ ଅତ୍ୟନ୍ତ ଭୟ ଓ ଆତଙ୍କଜନିତ ବାତାବରଣ ସୃଷ୍ଟି ହେଉଥିବା ଆଭାସ ମିଳିଛି । ଏଣୁ ଏଭଳି ଅବ୍ୟବସ୍ଥା ଓ ଅସ୍ବାସ୍ଥ୍ୟକର ପରିବେଶ ଓ ଅସୁରକ୍ଷିତ ପରିବେଶ ଉପରେ ପୌର ପରିଷଦ ଓ ପୋଲିସ ପ୍ରଶାସନ ପକ୍ଷରୁ ଅନୁକୂଳ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

July 27, 2026
ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

July 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

July 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version