୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଜସୁନାଖଳା, ରଣପୁର :-> ରାଜସୁନାଖଳା ମହୋତ୍ସବ କାଉଁରୀ 2023 ମଙ୍ଗଳବାର ଅନ୍ତିମ ସଂଧ୍ୟାରେ ପ୍ରବଳ ଜନସମାଗମ ଥିବା ବେଳେ ବିଭିନ୍ନ ଜିନିଷର ଦୋକାନ, ଦୋଳି, ମୀନା ବଜାର, ଓ ଖାଦ୍ୟ ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଜମିଥିଲା ।

ଓଡିଶା ସରକାରଙ୍କର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ସହାଭାଗିତା ରେ ଚାଲିଥିବା ଏହି ମହୋତ୍ସବ ରେ କମିଟି ଅଧକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ,
ସମ୍ମାନିତ ବକ୍ତା ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟନାୟକ,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ଶ୍ରୀଯୁକ୍ତ ସର୍ବେଶ୍ୱର ସାହୁ,ଶିଶିର କୁମାର ସାହୁ,ସେବା ମହୋତ୍ସବ ଅଧକ୍ଷ ଶିବରାମ ମହାପାତ୍ର, ମହୋତ୍ସବ ପ୍ରଚାର ପ୍ରସାର କମିଟି ସମ୍ପାଦକ ତଥା ଯୁବ ସାମ୍ବାଦିକ ରାଜେନ୍ଦ୍ର କୁମାର ସାହୁ,

ନୟାଗଡ଼ ଜିଲ୍ଲା ପରିଷଦ ସରୋଜ କୁମାର ସିଂ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ | ମଞ୍ଚରେ ସୁନ୍ଦର ସଙ୍ଗୀତ ଗାନ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ପରିଶେଷରେ ମହୋତ୍ସବ କମିଟିର ସମ୍ପାଦକ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ଅଂଚଳର ବିଭିନ୍ନ ପ୍ରତିଭା ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର , ଉତ୍ତରୀୟ ଓ ଫୁଲ ଗୁଚ୍ଛଦେଇ ସମ୍ମାନୀତ କରାଯାଇଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆସାମ ର ଲୋକ ନୃତ୍ୟ ବିହୁ ମଧ୍ୟ ପରିବେଷଣକୁ ଦର୍ଶକ ମାନେ ଉପଭୋଗ କରିଥିଲେ ।

ପରେ ପରେ ଶେଷ ଦିବସକୁ ସ୍ମରଣୀୟ କରିବା ପାଇଁ ଅତସବାଜି ପଦର୍ଶନ ହୋଇଥିଲା । ପରେ ପରେ କାଉଁରୀ ମହୋତ୍ସବ ର ଉଦଯାପନୀ ସନ୍ଧ୍ୟା ର ପରିସମାପ୍ତି ହୋଇଥିଲା ।



















