No Result
View All Result
ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ନବିନ ଓଡ଼ିଶା ର ବିକାଶ କାର୍ଯ୍ୟ ଧାରାକୁ ଅବ୍ୟାହତ ରଖିଲେ ଓ ସମସ୍ତ ଙ୍କ ସହଯୋଗ ରହିଲେ ଆଗାମୀ ଦିନରେ ଅଞ୍ଚଳରେ ଆହୁରି ବିକାଶ ହେବ : ଉପମୁଖ୍ୟ ସଚେତକ ।

୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ଗ୍ରାମ ରେ ନବନିର୍ମିତ କଲ୍ୟାଣ ମଣ୍ଡପ ର ଶୁଭ ଉଦ୍ଘାଟନ ପାଟଣାଗଡ଼ ବିଧାୟକ ତଥା ସରକାରୀ ଉପ ମୂଖ୍ୟ ସଚେତକ ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡବ୍ଳୁଡିସିଓ ସଦସ୍ୟ ସରୋଜ କୁମାର ମେହେର ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମେହେର ଯୋଗ ଦେଇ ପ୍ରିୟ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନବିନ ଓଡ଼ିଶା ଓ ବିଭିନ୍ନ ଯୋଜନା ର ବିକାଶ କୁ ଲୋକ ଙ୍କ ପାଖକୁ ପହଞ୍ଚାଇବା ପାଇଁ କାର୍ଯ୍ୟଧାରା ଅବ୍ୟାହତ ରଖିବା ତତ୍ ସହିତ ସମସ୍ତ ଙ୍କ ସହଯୋଗରେ ହିଁ ଆହୁରି ଅଞ୍ଚଳର ବିକାଶ ହୋଇପାରିବ ବୋଲି ଉପସ୍ଥିତ ଗ୍ରାମବାସୀ ଙ୍କୁ କହିଥିଲେ।

ଏଥିରେ ସମ୍ମାନୀତ ଅତିଥି ଭାବେ ଖପ୍ରାଖୋଲ ବିଡିଓ ଆକାଶ ରଞ୍ଜନ ସାହୁ , ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଣ୍ଡା , ଉପାଧ୍ୟକ୍ଷା ସୁଖିରାମ ଷାଣ୍ଢ ,ଜିଲ୍ଲାପରିଷଦ ସଦସ୍ୟା ପ୍ରମିଳା ପାଥର , ସ୍ଥାନୀୟ ସରପଞ୍ଚ ସୁଶୀଳ କୁମାର ଗୁରୁ ,ସମିତି ସଭ୍ୟ ରାଜକିଶୋର ମେହେର , ସହକାରୀ ଯନ୍ତ୍ରୀ କୁଳମଣି ଭୋଇ ,କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଭାନୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚାୟତ ବିଜେଡ଼ି ଯୁବ ସଂଗଠକ ଗୁଣନିଧି ରଥ , ଦିଲ୍ଲୀପ କୁମାର ମେହେର ,ଖପ୍ରାଖୋଲ ବ୍ଳକ ବିଧାୟକ ନୋମିନୀ ରମେଶ ପ୍ରଧାନ ,

ଯୁବରାଜ ବଗାର ,କୁଳମଣି ପ୍ରଧାନ ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ,।ଗ୍ରାମବାସୀ ଙ୍କ ଦ୍ଵାରା ବିଧାୟକ ଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ଚଙ୍ଗରିଆ ଚାରି ଛକ୍ ସ୍ଥିତ ମାଁ ପାଟଣେଶ୍ଵରୀ ଡିଗ୍ରୀ କଲେଜ କୁ ବିଧାୟକ ସରୋଜ କୁମାର ମେହେର ପରିଦର୍ଶନରେ ଯାଇଥିଲେ । ସେଠାରେ ମହାବିଦ୍ୟାଲୟ ପକ୍ଷରୁ ବିଧାୟକୁ ଙ୍କୁ ସ୍ବାଗତ ସମର୍ଦ୍ଧନା କରାଯାଇଥିଲା । ପରେ ବିଧାୟକ ଛାତ୍ର ଛାତ୍ରୀ ମାନଙ୍କ ସହିତ କଲେଜ ର ଅଭାବ ଅସୁବିଧା ଉପରେ ଆଲୋଚନା କରିଥଲେ ।


No Result
View All Result