No Result
View All Result
୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ ଜିଲ୍ଲା :-> ଜାତୀୟ ଆଇନ ସେବା ପ୍ରାଧିକାରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୯ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୫, ୪୦, ୮୩୫ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୫୭ ଟି ଦେୱାନି ମାମଲା ଫଇସଲା କରାଯାଇଥିଲା ।

ଏନ. ଆଇ. ଆକ୍ଟ କେସ ୦୨ ଟି ଏବଂ ବିବାହଜନିତ ୦୩ ମାମଲା ଫଇସଲା କରାଯାଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୫୦ଜଣ ଋଣ ଗ୍ରହିତାଙ୍କଠାରୁ Rs. ୮୪,୦୧, ୯୮୧ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୧୦୨ ମାମଲା ଫଇସଲା କରାଯାଇ Rs. ୫୬୦୦ ଟଙ୍କା ଆଦାୟ କରଯାଇଥିଲା । ୪୮ଟି ପ୍ରାକ ବିଜୁଳି ମାମଲା ଫଇସଲା କରାଯାଇ ୬,୨୯,୨୦୫.୦୬ ଟଙ୍କା ଆଦାୟ କରଯାଇଥିଲା ।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଲିଲି ସେନାପତି, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ବିଶ୍ଵଜିତ ନାୟକ, ଉପଖଣ୍ଡ ଫୌଜଦାରୀ ବିଚାରପତି ସୌଭାଗ୍ୟ ରଞ୍ଜନ ପ୍ରଧାନ,

ଜେ.ଏମ. ଏଫ.ସି ସାବିତ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ (ପୋକସୋ ) ଅଦାଲତ ଶ୍ରୀଯୁକ୍ତ ମାନସ କୁମାର ପଣ୍ଡା ଓ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶୃତିସ୍ନିଗ୍ଧା ଦାସ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ଡଃ ରୀନତି ମିଶ୍ର ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ଡଃ ନିଶାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result