No Result
View All Result

୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ନୂଆଗଡ଼ ଦାଣ୍ଡକୂଳ ସାହିର ଜନସାଧାରଣ, ବୀଦ୍ୟୁତ ଲାଇନ ଲୋ ଭୋଲଟେଜ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଏନେଇ ଦାଣ୍ଡକୂଳ ସାହିର ଯୁବକ ଏବଂ ଜନସାଧାରଣ ଆଉ ଗୋଟିଏ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଯାଇଥିଲେ ।

ଏହି ଟ୍ରାନ୍ସଫର୍ମର ବସାଇବା ପାଇଁ କଟକ ସଦର ବିଧାୟକ ଏବଂ ସ୍ଥାନୀୟ କର୍ପୋରେଟରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏନେଇ ବିଧାୟକ ଏବଂ କର୍ପୋରେଟର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ । ବିଧାୟକ , କର୍ପୋରେଟର ଏବଂ ସାହିର ଯୁବକଙ୍କ ଦାବିକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଏକ ୧୦୦ କେ ଭି ର ଏକ ଟ୍ରାନ୍ସଫର୍ମର ଦାଣ୍ଡକୂଳ ସାହିରେ ବସାଇଥିଲେ । ଯାହାକୁ ଆଜି ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଉଦଘାଟନ କରିଥିଲେ ।

ଟ୍ରାନ୍ସଫର୍ମର ଉଦଘାଟନ ପରେ ସାହିର ଲୋକଙ୍କ ମନରେ ଖୁସି ଦେଖା ଦେବି ସହିତ , ଦୀର୍ଘ ଦିନର ଲୋ ଭୋଲଟେଜରୁ ତ୍ରାହି ମିଳିବ ବୋଲି ଗ୍ରାମବାସୀ ମାନେ ଆଶା କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ ଶତପଥୀ, ୱ।ର୍ଡ଼ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ଜେନା, ବିଜୟ କୁମାର ପ୍ରଧାନ, କାଳନ୍ଦି ପ୍ରଧାନ, ସୁଶାନ୍ତ ପ୍ରଧାନ, ଅଭୟ ମହାନ୍ତି, ପ୍ରଭାତି ରାଉତ, ରଞ୍ଜନା ପତ୍ର, ପ୍ରମୁଖ ଉପସ୍ଥିତ ଥିଲେ ।


No Result
View All Result