No Result
View All Result
୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ବିଗତ ତିତିଲି ଓ ହୁଡୁହୁଡୁ ଝଡ ବାତ୍ୟାର ପ୍ରକୋପ ଓ ପ୍ରଳୟ ଭୂଲି ନଥିବା ଗଜପତି ଜିଲ୍ଲାବାସୀ ଚଳିତ ବାତ୍ୟା ପାଣିପାଗ ବିଭାଗର ବାରମ୍ବାର ପ୍ରଚାର ପ୍ରସାର ଯୋଗୁଁ ସମ୍ପୂର୍ଣ ଆତଙ୍କିତ ଥିଲେ । ହେଲେ ଗଜପତି ଜିଲ୍ଲାରେ ଏହାର କୌଣସି ପ୍ରଭାବ ଦେଖାଦେଇନଥିଲା. ତଥାପି ଗଜପତି ଜିଲ୍ଲା ପ୍ରଶାସନ ସେ ସବୁକୁ ମୁକାବିଲା କରିବା ପାଇଁ ସବୁ କଳବଳ ଲଗାଇ ସଜାଗ ରହିବା ସହ ସବୁ ପ୍ରକାର ପ୍ରତିକାରତ୍ମକ ପଦକ୍ଷେପ ନେଇଥିଲେ ।
ଗଜପତି ଜିଲ୍ଲା ସୀମାନ୍ତ ମାଛିଲିପାଟନାମର ଲ୍ୟାଣ୍ଡଫଲ କରୁଥିବାରୁ ସମସ୍ତେ ଭୟଭୀତ ଥିଲେ। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ କଣ୍ଟ୍ରୋଲ ରୁମରେ ବସି ତଦାରଖ କରୁଥିଲେ। କିନ୍ତୁ ଗଜପତି ଜିଲ୍ଲାର ଆଶା କରାଯାଉଥିବା ବର୍ଷା କି ପବନ ହୋଇନାହିଁ । ସୂଚନା ଅନୁଯାୟୀ, ୬ ତାରିଖ ସନ୍ଧ୍ୟା ସୁଦ୍ଧା କାଶୀନଗରରେ ୧୯.୩ମିମି,
ପାରଳା ସଦରମହକୁମା ୧୪.୪ ମିମି, ରାୟଗଡ଼ା ୧୦.୦୦ ମିମି, ଗୁମ୍ଫା ୧୦.୨ ମିମି, ନୂଆଗଡ଼ ୧୨.୨ ମିମି, ମହୋନା ୧୪.୮ ମିମି ଓ ଗୋଷାଣୀ ବ୍ଲକରେ ୮.୦୦ ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି । ଲ୍ୟାଣ୍ଡ ଫଲ ହୋଇସାରିଥିବା ହେତୁ ମିଚାଭଙ୍ଗ ବାତ୍ୟାର ପ୍ରକୋପ ହେବାର ସମ୍ଭାବନା ନାହିଁ । ମୋଟ ଉପରେ ମିଚାଉଙ୍ଗ ବାତ୍ୟାର ପ୍ରକୋପ ଗଜପତିରେ ପ୍ରଭାବଶୂନ୍ୟ ହୋଇଛି ଓ ସାଧାରଣ ଜନତା ଆଶ୍ଵସୁ ହୋଇଛନ୍ତି ।

No Result
View All Result