No Result
View All Result
୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣୀ ପେଣ୍ଠ ଗ୍ରାମର ଜବାନ ପିଲା ରବି କୁମାର(୩୬)ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ପି.ରବି କୁମାର ମଧ୍ୟ ପ୍ରଦେଶର ଗୋୱାଲିୟର ଠାରେ ସିଗ୍ନନାଲ ମ୍ୟାନ ଭାବେ କାର୍ଯ୍ୟରତଥିଲେ କାର୍ଯ୍ୟରତ ସମୟରେ କୌଣସି ଏକ ସ୍ଥାନକୁ ଯାଉଥିବା ସମୟରେ ଗତ ମାସ ନଭେମ୍ବର ୨୭ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଚଳିତ ମାସ ଦୁଇ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା ।

ତାଙ୍କ ମରଶରୀରକୁ ନିଜ ଗ୍ରାମ ରାଣୀପେଣ୍ଠ ଗ୍ରାମକୁ ଆଣିବା ପାଇଁ ସୈନ୍ୟ ବିଭାଗ ପକ୍ଷରୁ ଚେଷ୍ଟା କରାଯାଇଥିଲେ ମଧ୍ୟ ପାଗ ଅନୁକୁଳ ନଥିବା ଯୋଗୁଁ ବିମାନ ଯୋଗେ ନିକଟସ୍ଥ ବିମାନ ବନ୍ଦର ଆନ୍ଧ୍ରର ବିଶାଖାପାଟଣାକୁ ଆଣିବା ସମ୍ଭପର ହୋଇନଥିଲା । ତେଣୁ ଆଜି ସକାଳ ସମୟରେ ଆନ୍ଧ୍ରର ଏଲୁରୁ ସହରକୁ ବିମାନ ଯୋଗେ ମୃତ ଶରୀରକୁ ଅଣାଯାଇ ସେଠାରୁ ସଡକପଥରେ ଅଣାଯାଇଥିଲା । ଯାହାକି ପାଞ୍ଚ ଦିନ ବିଳମ୍ବ ଘଟିଥିଲା । ଆଜି ସନ୍ଧ୍ୟା ୬ଘଣ୍ଟା ସମୟରେ ଅମର ଜବାନଙ୍କ ମୃତ ଶରୀର ପାରଳା ସହର ସୀମାନ୍ତରେ ପହଞ୍ଚିବାପରେ ରାଣୀପେଣ୍ଠ ଗ୍ରାମବାସୀ ହାତରେ ତ୍ରିରଙ୍ଗା ପତାକା ଧରି ରବିକୁମାର ଅମର ରହେ ସ୍ଲୋଗାନ ମାନ ଦେଇ ବାଇକ ରାଲିରେ ବାହାରି ରାଣୀପେଣ୍ଠ ସ୍ଥିତ ତାଙ୍କ ବାସଭବନକୁ ନେଇଥିଲେ ।
ପରେ ଅନ୍ତେଷ୍ଠିକ୍ରିୟା ପାଇଁ ନିଜ ଗାଁ ମାଟିର ଶ୍ମଶାନକୁ ନେଇଯାଇଥିଲେ । ନିଜ ଗାଁ ମାଟିର ମଶାଣିରେ ଶହୀଦ ରବୀ କୁମାରଙ୍କୁ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ପୋଲିସ ବାହୀନୀ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବାପରେ ଅନ୍ତେଷ୍ଠକ୍ରିୟା ସମାପନ ହୋଇଥିଲା । ଶହୀଦ ଜବାନଙ୍କ ତିନି ଭାଇ ରହିଥିବା ବେଳେ ସେ ବିବାହିତ ଏବଂ ତାଙ୍କର କୌଣସି ସନ୍ତାନ ନଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି l

No Result
View All Result