୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଭାରତୀୟ ଜୀବନ ବୀମାନିଗମ ଦଶପଲ୍ଲା ଶାଖାର ଅଭିକର୍ତା ମାନଙ୍କୁ ନେଇ ବରିଷ୍ଠ ବିମା ପରାମର୍ଶଦାତା ଶ୍ରୀ କମଳ ଲୋଚନ ରଥ ଙ୍କ ଆୟୋଜିତରେ ଦଶପଲ୍ଲା ସ୍ଥିତ ହରି ଓଁ ପାହାଡ଼ ନିକଟରେ ଏକ ବଂଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲଳିତ କୁମାର ପରିଡ଼ା (ସିନିୟର୍ ବ୍ରାଞ୍ଚ ମ୍ୟାନେଜର ନୟାଗଡ଼), ପଙ୍କଜ କୁମାର ପ୍ରଧାନ(ସହ- ଶାଖା ପ୍ରବନ୍ଧକ ବିକ୍ରୟ) ,

ରବୀନ୍ଦ୍ର କୁମାର ଓଝା (ପୂର୍ବତନ ଦଶପଲ୍ଲା ଶାଖା ପରିଚାଳକ) ଉପସ୍ଥିତ ରହିଥିବା ବେଳେ ଦଶପଲ୍ଲା ଅଞ୍ଚଳର ଅନେକ ଏଲ. ଆଇ.ସି ଏଜେଣ୍ଟ ଯୋଗଦେଇଥିଲେ ।ଏବଂ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଏଲ. ଆଇ. ସିର ସମସ୍ତ ପଲିସ ସମ୍ପର୍କରେ ଏଜେଣ୍ଟ ମାନଙ୍କ ସହ ଆଲୋଚନା କରିବା ସହ ଏଜେଣ୍ଟ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ଆସିଥିବା ଅତିଥି ମାନେ ।













