No Result
View All Result
୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଶନିବାର ଦିନକିଆ ଗ୍ରସ୍ତରେ ଦକ୍ଷିଣାଞ୍ଚଳ ରାଜ୍ୟସ୍ବ କମିଶନର ଟି. ଆଓ ପରିଦର୍ଶନ ଆସିଥିଲେ । ପ୍ରଥମେ ବ୍ଳକ କାର୍ଯ୍ୟାଳୟର ବୈଠକ କରି ଆଥିକ ପରିଚାଳନା, ଉନ୍ନୟନ,

ମନରେଗା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମାଜ ମଙ୍ଗଳ ତଥା ପେନସନ ଇତ୍ୟାଦି ସମସ୍ତ ବିଭାଗର କାଗଜପତ୍ର ଯାଞ୍ଚ କରବା ସହିତ ଏହା ସବୁ ଠିକ ଭାବେ ପରିଚାଳିତ ହେଉଛି କି ନାହିଁ ତାହା ପଙ୍ଖାନୁପଙ୍ଖା ଭାବେ ତଦାରଖ କରିଥିଲେ ।

ନୁଆଗଡ ସଦକୁମା ଉଦ୍ଘାଟନ ଅପେକ୍ଷାରେ ଥିବା ନୁତନ ବସଷ୍ଟାଣ୍ଡ ପରିଦର୍ଶନ କରି ଯାତ୍ରା ପ୍ରତୀକ୍ଷାଳୟ ପାନୀୟଜଳ, ବିଦ୍ୟୁତ ବ୍ୟବସ୍ଥା , ଜଳପାନ କକ୍ଷ , ବଜାର ଗୃହ କର୍ମଚାରୀଙ୍କ ପାଇଁ ବିଶ୍ରାମ ସ୍ଥାନ ଇତ୍ୟାଦି ବିଷୟ ବୁଲି ଦେଇଥିଲେ ।

ଏଥିରେ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସନ ଫାଲଗୁନି ମାଝ, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , ସହକାରୀ ନିର୍ବାହୀ ଯନ୍ତୀ ପଦ୍ୟୁମ୍ନ କୁମାର ଦାସ, ଭାରପ୍ରାପ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ରଙ୍କ ସମେତ ବ୍ଳକର ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।

No Result
View All Result