No Result
View All Result
୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଆଡମ୍ବର ସହ ବିଦ୍ୟାଳୟରେ ଅଧ୍ୟୟନ କୁନି କୁନି ଛାତ୍ର ଛାତ୍ରୀଙ୍କ ପ୍ରତିଭା ସରଗୀ ଫୁଲମାଧ୍ୟମରେ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଦୁଇ ଦିନ ଧରି ଚାଲିଥିଲା। ଏହି ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ରାଣୀ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବର ବିଜେଡି ଜିଲ୍ଲା ସଭାପତି ଦଣ୍ଡାସି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବରେ ଯୋଗଦେଇଥିବା ଛାତ୍ର ଛାତ୍ରୀଙ୍କ ମଙ୍ଗଳ କାମନା କରିଥିଲେ ।

ଏହା ସହ ସରଗି ଫୁଲ ଉଦଘାଟନ ସମାରୋହରେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ବଡଖଣି ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ ନାୟକ, ଲାଞ୍ଜିଆ ସୌରା ଉନ୍ନୟନ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ମୋହନା ଥାନା ଅଧିକାରୀ, ଜିଲ୍ଲା ଅତିରିକ୍ତ ମଙ୍ଗଳ ଉନ୍ନୟନ ଅଧିକାରୀ, ବ୍ଲକ ମଙ୍ଗଳ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଦେଶର ଭବିଷ୍ୟତ ସେମାନେ ଯଦି ଉପରକୁ ଉଠି ସଫଳ ହେଲେ ଦେଶ ଜାତି ଜିଲ୍ଲା ଏବଂ ବିଦ୍ୟାଳୟର ସୁନାମ ହେବ ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ ।

ତତ୍ ସଙ୍ଗେ ସଙ୍ଗେ ଜିଲ୍ଲାର ୬୪ଟି ବିଦ୍ୟାଳୟରୁ ଶତାଧିକ ଛାତ୍ର ଛାତ୍ରୀ ଏହି ସମାରୋହରେ ଉପସ୍ଥିତ ରହିବା ସହ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ପଦର୍ଶନ କରିଥିଲେ । ଏହା ସଙ୍ଗେ ଜିଲ୍ଲା ସ୍ତରୀୟ ଭଲିବଲ ଖେଳ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏହା ଦୁଇ ଦିନ ଧରି ଚାଲିଥିବା ଉତ୍ସବରେ ଦ୍ୱିତୀୟ ଦିନ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀ ଅତିଥି ଭାବେ ଉପସ୍ଥିତ ରହି ପ୍ରତିଭା ଧାରୀ ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ।

ଜିଲ୍ଲାର ଜନ ଜାତି ଛାତ୍ର ଛାତ୍ରୀ ଙ୍କ ଲୁକାୟିତ ପ୍ରତିଭା ଉଚ୍ଚ କୋଟୀର ହୋଇଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ଏହାକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସୁ ପରିଚାଳନା କରିଥିଲେ। ସ୍ଥାନୀୟ ପୋଲିସ ଏହି ସମାରୋହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ମହାଶୟା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସଙ୍ଗେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି କୃତ୍ତି ପ୍ରତିଯୋଗୀ ମାନଙ୍କ ଉଚ୍ଚ କୋଟିର ପ୍ରତିଭା ଦେଖି ଆତ୍ମ ବିଭୋର ହେବା ସହ ପ୍ରତିଯୋଗୀଙ୍କ ମଙ୍ଗଳ କାମନା କରିଥିଲେ ।

No Result
View All Result