No Result
View All Result
୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ପର୍ଯ୍ୟଟନ ସ୍ଥଳୀ “ବୃନ୍ଦାବନ ପ୍ୟାଲେସ” ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ଓଡ଼ିଶା ଅନ୍ତର୍ଗତ ସମନ୍ୱିତ ଯୁବବିକାଶକାର୍ଯ୍ୟକ୍ରମ ଆଧାରରେ ସାମାଜିକ କାର୍ଯ୍ୟ କଳାପ-୨୦୨୩ରେ ସ୍ୱଚ୍ଛତା ଶିବିର ତଥା ସଫେଇ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା କନିଷ୍ଠ ମହା ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।

ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ନୋଡାଲ ଅଧିକାରୀ ଅଧ୍ୟାପକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଏହି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପର୍ଯ୍ୟଟନ ସ୍ଥଳୀ ପରିବେଶକୁ କିଭଳି ସ୍ୱଚ୍ଛ ଓ ସଫାସୁତୁରା ରଖାଯାଇ ପାରିବ ଏବଂ ଏ ଦିଗରେ ଯୁବ ସମାଜର ଭୂମିକା କିଭଳି ଅଧିକ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ଅନୁଷ୍ଠିତ ଏକ ସଚେତନତା ସଭାରେ କୁହା ଯାଇଥିଲା ।
ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ବୃନ୍ଦାବନ ପ୍ୟାଲେସ ପର୍ଯ୍ୟଟନ ସ୍ଥଳୀର ଅପରିଷ୍କାର ତଥା ଅଳିଆ ଆବର୍ଜନା ଝାଡୁ ମାରି ସଫାସୁତୁରା କରିବା ସହ ଏଣେ ତେଣେ ପଡ଼ି ରହିଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବଂ ଭଙ୍ଗା କାଚ ବୋତଲ ଗୋଟାଇ ଜରି ବେଗରେ ଭର୍ତ୍ତି କରି ରଖିବା ଏବଂ ଅନାବନା ଘାସ ବୁଦା ଓ ଲମ୍ବିଥିବା ଡାଳ କାଟି ସଫା କରିଥିଲେ ଚତୁପାର୍ଶ୍ଵ ପରିବେଶ ଅନ୍ୟପକ୍ଷରେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲିଥିବା ସମୟ ମଧ୍ୟରେ ବୃନ୍ଦାବନ ପ୍ୟାଲେସ ପର୍ଯ୍ୟଟନ ସ୍ଥଳୀ କୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସ୍ୱଚ୍ଛତା ର ସଚେତନତା ବାର୍ତ୍ତା ପହଞ୍ଚା ଯାଇଥିଲା

ସମସ୍ତଙ୍କ ମଧ୍ୟରେ ସଫେଇ-ସ୍ୱଚ୍ଛତା ଦିଗରେ ଏକ ମାନସିକ ଚେତନା ତଥା ବୌଦ୍ଧିକ ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମର ଏକ ମହତ୍ ଆଭିମୁଖ୍ୟ ରହିଛି ଏବଂ ସ୍ୱଚ୍ଛତା ଦିଗରେ ଓଡ଼ିଶାକୁ ଆଗକୁ ନେବା ପାଇଁ ଏହା କିଞ୍ଚିତ ସହାୟକ ହୋଇପାରିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ କହିଛନ୍ତି । ସେହିଭଳି ମହାବିଦ୍ୟାଳୟର ଛାତ୍ରୀ ନଳିନୀ ପଣ୍ଡା ଏବଂ ଛାତ୍ର ଶ୍ରୀ ଲିଭିଙ୍ଗ ଲାଇଟ ଗମାଙ୍ଗ ସ୍ୱଚ୍ଛତା ଉପରେ କହିଥିଲେ। ଏହି କାର୍ଯ୍ୟକ୍ରମରେମହାବିଦ୍ୟାଳୟର ନୋଡାଲ ଅଧିକାରୀ ତଥା ଅଧ୍ୟାପକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ , ଅଧ୍ୟାପିକା ଡଃ ନଳିନୀ ସାବତ , ଅଧ୍ୟାପକ ଶ୍ରୀ ପି: ପ୍ରସାଦ ରାଓ , ଶ୍ରୀମତୀ ବିଜୟ ଲକ୍ଷ୍ମୀ ପରିଛା , ରଜନୀ ପାତ୍ର ଏବଂ ଶ୍ରୀ ପ୍ରଭାକର ପାତ୍ର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

No Result
View All Result