• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ପ୍ରେସ୍ ଦିବସ ପାଳିତ ସାମ୍ବାଦିକ ମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୈତିକତାକୁ ବଳି ଦେବା ଅନୁଚିତ : ରାଜ୍ୟପାଳ

Proprietor Abhimanyu Maharana by Proprietor Abhimanyu Maharana
November 18, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ପ୍ରେସ୍ ଦିବସ ପାଳିତ ସାମ୍ବାଦିକ ମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୈତିକତାକୁ ବଳି ଦେବା ଅନୁଚିତ : ରାଜ୍ୟପାଳ
Share on FacebookShare on TwitterWhatsapp

୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସାମ୍ବାଦିକମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୈତିକ ମୂଲ୍ୟବୋଧକୁ ବଳି ଦେବା ଅନୁଚିତ ବୋଲି ରାଜ୍ୟପାଳ ରଘୁବର ଦାସ ମତବ୍ୟକ୍ତ କରିଛନ୍ତି । ଗୁରୁବାର ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍ ଇନ୍‌ଫରମେସନ ବ୍ୟୁରୋ (ପିଆଇବି), ସେଣ୍ଟ୍ରାଲ ବ୍ୟୁରୋ ଅଫ କମ୍ୟୁନିକେଶନ (ସିବିସି) ଏବଂ ଏକାଡ଼େମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍‌ଫରମେସନ ଟେକ୍ନୋଲୋଜି (ଅମିତ୍‌)ର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ ଯେ, ବର୍ତ୍ତମାନ ସମୟରେ ଆମେ ସମସ୍ତେ ତୁରନ୍ତ ଖବର ପାଇବାକୁ ଆଗ୍ରହୀ ଥିଲାବେଳେ ଏହା ମାଧ୍ୟମରେ ଆସୁଥିବା ମିଛ ଖବର ପ୍ରତି ମଧ୍ୟ ସତର୍କ ରହିବା ଜରୁରୀ ।

ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ସହ ସଚେତନତା କରାଇବା ମଧ୍ୟ ଗଣମାଧ୍ୟମର କାର୍ଯ୍ୟ । ଛୋଟ ଛୋଟ ସମ୍ବାଦପତ୍ର ବଡ଼ ବଡ଼ ଦୁର୍ନୀତିର ମୁଖା ଖୋଲିଛନ୍ତି । ତେଣୁ ତୋପ କିମ୍ବା ତରବାରୀ ଠାରୁ ସମ୍ବାଦପତ୍ର ଅଧିକ ଶକ୍ତିଶାଳୀ ବୋଲି ରାଜ୍ୟପାଳ କହିଛନ୍ତି । ନିଷ୍ଠାପର କାର୍ଯ୍ୟ ଦ୍ୱାରା ଗଣମାଧ୍ୟମ ସରକାରଙ୍କ ନୀତିକୁ ନିଜେ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ଏକ ସ୍ୱାଧୀନ ଗଣମାଧ୍ୟମ ଦେଶର ନିର୍ମାଣ ଓ ବିକାଶ କ୍ଷେତ୍ରରେ ରାଷ୍ଟ୍ରକୁ ଶୀର୍ଷ ସ୍ଥାନକୁ ନେଇପାରେ ।

ସ୍ୱାଧୀନତା ଆନ୍ଦୋଳନ ସମୟରୁ ଏପର୍ଯ୍ୟନ୍ତ ଗଣମାଧ୍ୟମ ରାଷ୍ଟ୍ର ନିର୍ମାଣ ଦିଗରେ ସକରାତ୍ମକ ଭୂମିକା ଗ୍ରହଣ କରିଥିବାରୁ ରାଜ୍ୟପାଳ ଗଣମାଧ୍ୟମ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଇଂରେଜ ସମୟରେ ମଧ୍ୟ ଗଣମାଧ୍ୟମ ଉପରେ କୌଣସି ପ୍ରକାରର କଣ୍ଠରୋଧ କଲାଭଳି ପଦକ୍ଷେପ ନିଆଯାଉ ନଥିଲା । ୧୭୮୦ ମସିହାରୁ ଅଗଷ୍ଟସ୍ ହିକିଙ୍କ ବେଙ୍ଗଲ ଗେଜେଟ ପ୍ରକାଶ ପାଇ ସେହି ଇଂରେଜ ଶାସନ ବିରୁଦ୍ଧରେ ଲେଖି ଚାଲିଥିଲା । ୧୮୦୭ ମସିହାରେ ଇଂରେଜମାନେ ଏହି ସମ୍ବାଦପତ୍ରକୁ ବନ୍ଦ କରାଇଥିଲେ ।

ଆମ ରାଜ୍ୟରେ ଉତ୍କଳ ଦୀପିକା ଭଳି ସମ୍ବାଦପତ୍ର ସ୍ୱାଧୀନତାର ଆନ୍ଦୋଳନକୁ ଉଜ୍ଜିବୀତ ରଖି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉତ୍ସାହିତ କରୁଥିଲେ । ସମ୍ବାଦପତ୍ର ଓ ଗଣମାଧ୍ୟମ ସମ୍ପର୍କିତ ବିଭିନ୍ନ ପ୍ରକାର ଆଇନ ରହିଥିବା ସତ୍ତ୍ୱେ ଗଣମାଧ୍ୟମ ଓ ସମ୍ବାଦପତ୍ର ପ୍ରକାଶ ପାଉଥିଲା । ତେବେ ଏସବୁ ସତ୍ତ୍ୱେ ଗଣମାଧ୍ୟମର ସ୍ୱାଧୀନତା କ୍ଷେତ୍ରରେ ଭାରତର ସ୍ଥାନ ୧୮୦ଟି ଦେଶ ମଧ୍ୟରୁ ଗତବର୍ଷ ୧୫୦ରେ ଥିବା ସ୍ଥଳେ ଚଳିତବର୍ଷ ୧୬୧ ର‌୍ୟାଙ୍କିଙ୍ଗକୁ ଖସି ଆସିଛି । ବର୍ତ୍ତମାନ ସାମ୍ବାଦିକମାନେ ନିଜ ନିଜ ଭିତରେ ଭାଗ ଭାଗ ହୋଇଯାଉଥିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦରେ ଶେଖର ଶର୍ମା କହିଥିଲେ ଯେ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତାର ଯୁଗରେ ଆମକୁ ଏକ କଠିନ ସମୟ ଦେଇ ଗତି କରିବାକୁ ପଡୁଛି । ଏସବୁ ସତ୍ତ୍ୱେ ଦେଶର ସାର୍ବଭୌମତାକୁ ରକ୍ଷା କରିବା କ୍ଷେତ୍ରରେ ଗଣମାଧ୍ୟମ ଦାୟିତ୍ୱବାନ ହେବା ଉଚିତ । ଏହି ଅବସରରେ ସେ ସମ୍ବାଦିକ ମାନଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ଦୈନିକ ସମ୍ବାଦପତ୍ର ‘ସମାଜ’ର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ରଥଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୩’ ପ୍ରଦାନ କରାଯିବା ସହିତ, ଝାଡ଼ଖଣ୍ଡର ରିତେଶ କାଶ୍ୟପ ଓ ବଣ୍ଟି ଜୟସ୍ୱାଲ, ବାଙ୍ଗାଲୋରର ରଞ୍ଜନ ଆଚାର୍ଯ୍ୟ, କୋଲକତାର ବିଷ୍ଣୁ ଅଗ୍ରୱାଲ, ଦିଲ୍ଲୀର ସନ୍ତୋଷ ପାଣ୍ଡେ ଓ ମୃଣାଳ ମଞ୍ଜରୀ ମଲ୍ଲଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୬ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଏହାଛଡ଼ା ଓଡ଼ିଶା ଖଣି ନିଗମର ମାନବ ସମ୍ବଳ ବିଭାଗର ନିର୍ଦ୍ଦେଶକ ଆଲୋକ କୁମାର ପାଲଙ୍କୁ ପବ୍ଲିକ ରିଲେସନ ଓ ହ୍ୟୁମାନ ରସୋର୍ସ ଡ଼େଭଲପମେଣ୍ଟ ସମ୍ମାନ-୨୦୨୩ ପ୍ରଦାନ କରାଯାଇଥିଲା ।

୨୦୨୨ ମସିହାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱରର ଛାତ୍ରୀ ଇପ୍ସିତା ମହାନ୍ତିଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୩’, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ରୀ ଇତିଶ୍ରୀ ମଲ୍ଲିକଙ୍କୁ ‘ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ-୨୦୨୩’ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ନାଫିସା ପରୱିନୀଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୩’, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ଅଖିଳ ତରାଇଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୩’, ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମାସ୍ କମ୍ୟୁନିକେଶନ (ଆଇଆଇଏମ୍‌ଏସ୍‌)ର ଛାତ୍ର ସତ୍ୟବ୍ରତ ପାଣିଗ୍ରାହୀଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୩’,

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ରୀ ମିସ୍ ଷ୍ଟେନି ନାୟକଙ୍କୁ ‘ଅରିନ୍ଦମ୍ ଦାଶ ସ୍ମାରକୀ ସମ୍ମାନ-୨୦୨୩’ ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ର ସ୍ୱାଧୀନ ମହାନ୍ତିଙ୍କୁ ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୩ରେ ସମ୍ମାନିତ କରାଯାଇଥିଲା । ରାଜ୍ୟର ୩୨ଜଣ ବରିଷ୍ଠ ସାମ୍ବାଦିକ ମହେଶ୍ୱର ମୂଳିଆ, ଦୁଲାଲ ମିଶ୍ର, ପ୍ରଦୋଷ ପଟ୍ଟନାୟକ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଅରୁଣ କୁମାର ପଣ୍ଡା, ସୁଦାମ ଚରଣ ନାୟକ, ସୁରେନ୍ଦ୍ର ସାହୁ, ଅର୍ଜୁନ ରଞ୍ଜନ ପଣ୍ଡା, ପ୍ରବୋଧ କୁମାର ମିଶ୍ର, ସାରଦା ପ୍ରସନ୍ନ ନନ୍ଦ, ଶରତ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅକ୍ଷୟ କୁମାର ପତି, ହଳଧର ଧୀର, ରମେଶ ଚନ୍ଦ୍ର ମହାନ୍ତି, ସେକ୍ ଅବଦୁଲ ମନାନ, ସର୍ବେଶ୍ୱର ଦାସ, ଭାଗବତ ତ୍ରିପାଠୀ, ବସନ୍ତ କୁମାର ଦାଶ,

ଶ୍ରୀରାମ ଦାଶ, ଗୁରୁ କଲ୍ୟାଣ ମହାପାତ୍ର, ବାଉରୀବନ୍ଧୁ ମହାରଣା, ସୁଜ୍ଞାନ ଚୌଧୁରୀ, ରବି ରଥ, ଗୌରାଙ୍ଗ ଚରଣ ହୋତା, ତ୍ରିଲୋଚନ ମହାପାତ୍ର, ଅମ୍ବିକା କାନୁନଗୋ, ପ୍ରସନ୍ନ କୁମାର ନାୟକ, ସୁବାସ ପାଣିଗ୍ରାହୀ, ସତ୍ୟ ରାୟ, ଶିବାରାମ ଦାସ ଓ ଦିବାକର ପ୍ରଧାନଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପେନ୍‌ସନ ପ୍ରଦାନ କରାଯାଇଥିଲା । ମଧ୍ୟାହ୍ନରେ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଶୀର୍ଷକ ଏକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କୃତ୍ରିମ ବୃଦ୍ଧିମତା ପ୍ରତ୍ୟେକ କ୍ଷେତ୍ରକୁ ଗ୍ରାସ କରିସାରିଛି । ଏଭଳି ସମୟରେ ସମୟର ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଇ ଚଳିବାକୁ ପଡ଼ିବ । କାରଣ କୃତ୍ରିମ ବୁଦ୍ଧିମତାକୁ ବାଦ୍‌ ଦେଇ ଗଣମାଧ୍ୟମର ବୃତ୍ତିକୁ ବଜାୟ ରଖିବା ସମ୍ଭବ ନୁହେଁ । ବାଚସ୍ପତି ଶ୍ରୀମତୀ ମଲ୍ଲିକ କହିଥିଲେ ଯେ,

ଆଜି ପ୍ରତିଷ୍ଠିତ ସାମ୍ବାଦିକମାନେ ଦେଶ ଗଠନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ସେମାନଙ୍କ ନିକଟରେ ନିଷ୍ଠାପର ସାମ୍ବାଦିକତା ପାଇଁ ମୁଣ୍ଡ ନଇଁଯାଏ । ଗଣମାଧ୍ୟମ ଏବଂ ଏହାର ପ୍ରତିନିଧିମାନେ ସରକାରଙ୍କ ଯୋଜନାକୁ ନିଚ୍ଛକ ଭାବରେ ସମ୍ବାଦପତ୍ର ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଚିତ୍ । ଏପରି ହେଲେ ସରକାରଙ୍କ ସହିତ ଜନସାଧାରଣ ମଧ୍ୟ ଉପକୃତ ହୋଇପାରିବେ । ଏହି ଅଧିବେଶନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରେସ୍ କାଉନସିଲ୍ ଗଠନ ଠାରୁ ଏପର୍ଯ୍ୟନ୍ତ ଜାତୀୟ ପ୍ରେସ୍ ଦିବସର ଇତିହାସର ସୂଚନା ଦେଇ ଦେଶ ଗଠନର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଭାବେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ଏଥିସହିତ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କର ସ୍ୱାଧୀନତା ରକ୍ଷା ଏବଂ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ପରିମାଣ ୨ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ଚଳିତ ବର୍ଷ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରିବା ସହ ସେ କୃତ୍ରିମ ବୁଦ୍ଧିମତାର ସକରାତ୍ମକ ଓ ନକରାତ୍ମକ ପ୍ରଭାବର ବିଶ୍ଲେଷଣ କରିଥିଲେ । ପ୍ରାରମ୍ଭରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସଭାପତି ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ସାଧାରଣ ସମ୍ପାଦକ ସନତ ମିଶ୍ର ବିବରଣୀ ପାଠ କରିଥିଲେ । ଶେଷରେ କଲ୍ୟାଣ ବୋର୍ଡ଼ର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅଧିବେଶନରେ ଆକଶବାଣୀ ଓ ଦୂରଦର୍ଶନର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ସହକାରୀ ବାର୍ତ୍ତା ନିର୍ଦ୍ଦେଶକ ଗୋପାଳ ମହାପାତ୍ର, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଡଃ ଅଶୋକ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ, ଭାଗବତ ତ୍ରିପାଠୀ, ରମେଶ ଚନ୍ଦ୍ର ମହାନ୍ତି, ସୁଜ୍ଞାନୀ ଚୌଧୁରୀ, ଆୟୁଷ ନାରାୟଣ ମହାନ୍ତି, ଦିଲ୍ଲୀସ୍ଥିତ ୟୁଟିମିରର୍ ପତ୍ରିକାର ସମ୍ପାଦକ ସନ୍ତୋଷ ପାଣ୍ଡେ, ଝାଡ଼ଖଣ୍ଡର ପ୍ରତୀମ ସିଂ ଭାଟିଆ, ସୁରେଶ ମନ୍ତ୍ରୀ, ଅମିତ କଲେଜର ନିର୍ଦ୍ଦେଶକ ପ୍ରଫେସର ଡଃ ସୁପ୍ରିତା ପାଲିତ ଓ ତ୍ରିଦେବ ନାରାୟଣ ମହାନ୍ତି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

June 22, 2026
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026

Recent News

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

June 22, 2026
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ?

June 22, 2026
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version