No Result
View All Result
୧୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ଗୋଷ୍ଠୀଶିକ୍ଷାଧିକାରୀ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମିଳିତ ତତ୍ତ୍ବାବଧାନରେ ୩ଦିନ ଧରି ସୁନେତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନେତ୍ର ପରିକ୍ଷା କରାଯାଇ ଆଶୁ ସମାଧାନ ପୂର୍ବକ ଚଷମା ପ୍ରଦାନ ଲକ୍ଷନେଇ ଉକ୍ତ କାର୍ଯ୍ୟକ୍ରମ ପ୍ରଥମ ଦିବସରେ ଛେଳିଗଡ ସରକାରୀ ଉର୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୋଷ୍ଠୀଶିକ୍ଷାଧିକାରୀ ବିରେନ୍ଦ୍ର ମଣ୍ଡଳଙ୍କ ତତ୍ତ୍ବାବଧାନରେ ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ଯୁଧିଷ୍ଠିର ବେହେରା , ଗୋଷ୍ଠୀଶିକ୍ଷାଧିକାରୀଣି ଡ. ନିବେଦିତା ପଣ୍ଡାଙ୍କ କରକମଳରେ ଉଦ୍ଘାଟନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଆର,ଉଦୟଗିରି ଗୋଷ୍ଠୀକେନ୍ଦ୍ରର ଦେବରାଜ ଜେନା ଓ ରୁବି ହସିପିଟାଲ ବ୍ରହ୍ମପୁରର ଭିଷ୍ମ ବେହେରା, ଜ୍ୟୋତିରଞ୍ଜନ ନାୟକ ଚକ୍ଷ୍ୟୁ ସହାୟକଭାବେ କାର୍ଯ୍ୟ ନିର୍ବାହକରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାଙ୍କୁଡ ସମସ୍ତ ଶିକ୍ଷକ ଶିକ୍ଷୟିତୀ ତଥା ସମସ୍ତ ସିଆରସି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ପରିଚାଳନା କରିଥିଲେ । ସୁରେଷ କୁମାର ଲିମ୍ମା, ଅଭୟ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛେଳିଗଡ, ମହେନ୍ଦ୍ରଗଡ, ଛେଳାଗଡ, ଶିଆଳିଲଟି, ପୁରୁଣାପାଣି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରୁ ୧୩୦ ଜଣ ଛାତ୍ର ୧୩୦ ଜଣ ଛାତ୍ରୀ ଯୋଗଦେଇ ଚକ୍ଷ୍ୟୁ ପରୀକ୍ଷା କରାଯାଇଥିଲା ।


No Result
View All Result