୧୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ଏକାନ୍ତ ପାର୍ଶ୍ଵରେ ଖୋର୍ଦ୍ଧା ଜିଲ୍ଲା ସୀମାକୁ ଲାଗି ପାଞ୍ଚଟି ଛୋଟ ବଡ଼ ଗ୍ରାମର ୧୧ ଟି ୱାର୍ଡକୁ ନେଇ ଗଠିତ କୁଳାସର ଗ୍ରାମ ପଂଚାୟତ। ୫୦୦୦ ରୁ ଅଧିକ ଜନସଂଖ୍ୟା ହୋଇଥିବା ବେଳେ ୨୨୦୦ ରୁ ଅଧିକ ଭୋଟର ମଧ୍ୟରୁ ଅଧିକାଂଶ ବାସିନ୍ଦା ଚାଷ ଉପରେ ନିର୍ଭର କରି ଚଲୁଛନ୍ତି। ଅବଶ୍ୟ ଗମନା ଗମନ ଓ ଶିକ୍ଷା କ୍ଷେତ୍ରରେ କୁଳାସର ପଂଚାୟତର ସବୁ ଗ୍ରାମ ପାଇଁ ସୁବିଧା ଏକ ପ୍ରକାର ଭଲ ଅଛି। କିନ୍ତୁ ସ୍ବଚ୍ଛତା ଓ ପାନୀୟ ଜଳ ଯୋଗାଣ ଉପରେ କୁଳାସର ପଂଚାୟତ ବହୁତ୍ ପଛରେ।
ବର୍ତମାନ ସୁଦ୍ଧା ପଂଚାୟତର ୧୧ ଟି ୱାର୍ଡ଼ରୁ କୁଳାସର ଗ୍ରାମର ମାତ୍ର ୨ ଟି ୱାର୍ଡ଼ ଓ ନିଳପଲ୍ଲି ୧ ଟି ୱାର୍ଡ଼ କୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ବଳକା କୁଳାସର ର ଅନ୍ୟ ୱାର୍ଡ଼ ଗୁଡିକ, ବେଣୁଧରପୁର, କେଶିଆପଲ୍ଲୀ , ଅରଖପଲ୍ଲୀ ଓ ନିରାକାରପୂର ବାସୀ ମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଈ ନାହିଁ। ଏ ଅଞ୍ଚଳରେ ଜଳରେ ଫ୍ଲୋରାଇଡ ର ମାତ୍ରା ଅଧିକ ଥିବାରୁ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଏବେ ଆସିବା ପରିଚ୍ଛନ୍ନତା ଉପରକୁ,ପଞ୍ଚାୟତରେ ପ୍ରାୟ ୪୩ ଟି ସ୍ଵୟଂ ସହାୟକ ମହିଳା ଗୋଷ୍ଠୀରେ ୪୭୫ ଜଣ ମହିଳାଙ୍କୁ ନେଇ ଏକ ମାତ୍ର ପଞ୍ଚାୟତ ସ୍ଥରୀୟ ମହିଳା ମହାସଂଘ ଗୃହ ଅଛି ,

ଯେଉଁଥିରେକକି ମାତ୍ର ୨୦ ରୁ ୨୫ ଜଣ ବସି ପାରିବେ ଇତମଧ୍ୟରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଗଠନ ପରେ ଚାରି ଚାରି ଜଣ ସରପଞ୍ଚ ଦାୟିତ୍ୱ ତୁଲାଇ ସାରିଲେଣି ଓ ବର୍ତ୍ତମାନ ଲଗାତର ଦୁଇ ଜଣ ମହିଳା ସରପଞ୍ଚ ହେଲେଣି, କିନ୍ତୁ ମହିଳା ମାନଙ୍କ ପାଇଁ କାହାରି ଚିନ୍ତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ଏଇଥି ପାଇଁ ମହିଳା ମହାସଂଘ ନିକଟରେ ଅଦ୍ୟାବଧି ଶୌଚାଳୟ କିମ୍ବା ପରିସ୍ରାଗାର ଟିଏ ନାହିଁ । ଏଠି ମହାସଂଘର ପ୍ରତିଦିନ ଅଫିସ୍ ଚାଲିବା ସହିତ ମାସକୁ ଚାରିଥର ରୁ ଅଧିକ ଅଧିକାଂଶ ଗ୍ରୁପ୍ ର ମହିଳା ମାନେ ଏକତ୍ରିତ ହୋଇ ସଭା ଆୟୋଜନ କରିଥାନ୍ତି ।
କିନ୍ତୁ ଶୌଚାଳୟ ଓ ପରିସ୍ରାଗାର ନଥିବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଂଚାୟତ ଚାରିପାଖରେ ଅନାବନା ଗଛ ଗୁଡିକ ଉଠି ପଂଚାୟତ ପରିବେଶର ଶୋଭା ନଷ୍ଟ କରୁଛି। ପଂଚାୟତ ପାଚେରୀ ଭାଙ୍ଗି ଯାଇଥିଲେ ବି ଅଦ୍ୟାବଧି ନିର୍ମାଣ ନ ହୋଇଥିବାରୁ ପରିବେଶ ମଇଳା ଆବର୍ଜନା ରେ ପରିପୂର୍ଣ୍ଣ। ବୃଦ୍ଧ ବୃଦ୍ଧାଙ୍କ ଭତା ବଣ୍ଟନ ଓ ଗ୍ରାମ ସଭାଭଳି କାର୍ଯ୍ଯ ପାଇଁ ଗୋଟିଏ ବଡ଼ କମୁନିଟି ହଲ ନଥିବାରୁ ଖରା ବର୍ଷା ଶୀତରେ ବୃଦ୍ଧ ବୃଦ୍ଧା ମାନେ ହଇରାଣ ହେଉଛନ୍ତି।

କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ର ଯୋଜନ ଏଠି ଫେଲ୍ ମାରିଛି। ଅଳିଆ ବୁହା ଗାଡ଼ି ଗୁଡିକ କିଣା ହୋଇ ପଂଚାୟତ ଗୃହ ମଧ୍ୟରେ ପଡ଼ି ରହିଛି । ଏଣୁ ଯଥା ଶୀଘ୍ର କୁଳାସର ପଂଚାୟତ ନିକଟସ୍ଥ ମହିଳା ମହାସଂଘ ଗୃହ ନିକଟରେ ଶୌଚାଳୟ ନିର୍ମାଣ ସହିତ ସଂଘ ପାଇଁ ବଡ ଗୃହ ଓ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଭତା ବଣ୍ଟନ ନିମନ୍ତେ ବଡ଼ କମୁନିଟି ହଲ ନିର୍ମାଣ ଓ ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବକୁ ସାଧାରଣରେ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଓ ବିଧାୟକଙ୍କ ନିକଟରେ ଦାବି ।













