No Result
View All Result
୧୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,.ଉଦୟଗିରି :-> ଗଜପତି ଜିଲ୍ଲା ଆର .ଉଦୟଗିରି ନିକଟସୁ ଛେଳିଗଡ଼ ଅଞ୍ଚଳରେ ହେଉଥିବା ଜଳ ସେଚନ ବିଦ୍ୟୁତ ପ୍ରକଳ୍ପରେ କ୍ଷତି ଗ୍ରସ୍ତ ହେଉଥିବା ବିସ୍ଥାପିତ ମାନଙ୍କୁ ନ୍ୟାୟ ଦେବାଲାଗି ଯେଉଁ ସଂଗ୍ରାମ ସମିତି ଗଠନ ହୋଇଥିଲା ସେହି ସଂଗ୍ରାମ ସମିତିର ବରିଷ୍ଠ ସଦସ୍ୟ ଭାସ୍କର ଦଳାଇଙ୍କ ପରଲୋକ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ 50 ବର୍ଷ ହୋଇଥିବା ବେଳେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରି ନିଜର ସେସ ନିଶ୍ବାସ ତ୍ୟାଗ କରିଥିଲେ | ଏଥିଲାଗି ବିସ୍ଥାପିତ ସଂଗ୍ରାମ ସମିତି ମୃତକଙ୍କ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ଏକ ଶୋକ ସଭା କରିଥିଲେ ।

ଏଥିରେ ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁ, ସମ୍ପାଦକ ଇଶ୍ବର ରଇତ, ନାରାତୁମ୍ବ ରଇତ, ସନ୍ତୋସ, ଦଣ୍ଡପାଣି, ଗୋପାଳ ମାହାଙ୍କୁଡ, କୃଷ୍ଣଚନ୍ଦ୍ର ଦଳେଇ, ରବୀନ୍ଦ୍ରନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ପରିବାରକୁ ଶାନ୍ତିନା ଦେଇଥିଲେ ।
No Result
View All Result