• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବୁଟକ୍ୟାମ୍ପ ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
November 9, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବୁଟକ୍ୟାମ୍ପ ଆୟୋଜିତ
Share on FacebookShare on TwitterWhatsapp

୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->  ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ପକ୍ଷରୁ ଆଜି ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବୁଟକ୍ୟାମ୍ପ ଆୟୋଜିତ ହୋଇଯାଇଛି, ଯେଉଁଥିରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ଷ୍ଟାର୍ଟଅପ ଇକୋସିଷ୍ଟମ ବିଷୟରେ ଦୃଷ୍ଟିକୋଣ ହାସଲ କରିବା ସହିତ ଶିଳ୍ପ ବିଶେଷଜ୍ଞମାନଙ୍କ ସମ୍ମୁଖରେ ନିଜର ଅଭିନବ ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୋଣରେ ରାଜ୍ୟରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ମହିଳାମାନେ କେନ୍ଦ୍ରରେ ରହିଛନ୍ତି । ସେ ଅତିକମରେ ୩୩% ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପର ଲକ୍ଷ ରଖିଥିଲେ କିନ୍ତୁ ଧ୍ୟାନକେନ୍ଦ୍ରିତ ପ୍ରୟାସ ସହିତ ବର୍ତମାନ ଆମ ପାଖରେ ୪୧% ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ ରହିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡା. ଓମକାର ରାଏ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଡା. ଓମକାର ରାଏ କହିଛନ୍ତି ଯେ, “ଏହି କାର୍ଯ୍ୟକ୍ରମରେ ଆମେ ଛାତ୍ରଛାତ୍ରୀମାନଙ୍କ ଠାରୁ ଅତ୍ୟନ୍ତ ଉତ୍ସାହଜନ ସମର୍ଥନ ପାଇଛୁ ।

ମୋର ଦୃଢ଼ ବିଶ୍ୱାସ ଯେ ଏଗୁଡ଼ିକ ମଧ୍ୟରୁ ଅନେକ ଚିନ୍ତାଧାରା ସଫଳ ଷ୍ଟାର୍ଟଅପ ରୂପେ ବିକଶିତ ହେବେ ।” ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସମେତ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟର ବିଭିନ୍ନ ସ୍କୁଲ ଏବଂ କଲେଜଗୁଡ଼ିକରେ ଅନେକ ଭ୍ୟାନ କ୍ୟାମ୍ପ ଏବଂ ବୁଟକ୍ୟାମ୍ପ ଆୟୋଜିତ ହେଉଥିବାବେଳେ, ଶେଷ ସୁଦ୍ଧା ୫୦୦୦ ନୂଆ ଚିନ୍ତାଧାରା ସୃଷ୍ଟି କରିବା ଲାଗି ଆମେ ଆଶାବାଦି ବୋଲି ଡା. ରାଏ କହିଛନ୍ତି ।

ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି, “ରାଜ୍ୟରେ ଷ୍ଟାର୍ଟଅପ ଓ ନବସୃଜନ ଇକୋସିଷ୍ଟମକୁ ଆକାର ଦେବାରେ ଷ୍ଟାର୍ଟଅପ ଓଡ଼ିଶା ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ମୁଁ ନିଶ୍ଚିତ ଯେ, ଆମ ରମାଦେବୀ ବିଶ୍ୱବିଦ୍ୟାଳୟର କିଛି ଛାତ୍ରୀ ସେମାନଙ୍କର ବିଚାରଧାରାର ସ୍ୱପ୍ନକୁ ସାକାର କରିପାରିବେ । ଏହି ଯାତ୍ରା ମାଧ୍ୟମରେ ଆମେ ଝିଅମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବାର ସବୁଠାରୁ ଉପଯୁକ୍ତ ଉପାୟକୁ ଦେଖିପାରିବୁ ।

ପ୍ରତ୍ୟେକ ଝିଅ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସେହିଦିନ ମଧ୍ୟ ପାଖେଇ ଆସୁଛି ଯେତେବେଳେ ଆମ ଦେଶ ଆତ୍ମ-ନିର୍ଭରଶୀଳ ଲକ୍ଷ୍ୟକୁ ହାସଲ କରିବ ।” ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସରେ ଛାତ୍ରୀମାନଙ୍କର ଅଂଶଗ୍ରହଣ ଉଦ୍ଭାବନ ଏବଂ ଉଦ୍ୟମୀତା କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି । ସେମାନଙ୍କର ସକ୍ରିୟ ଅଂଶଗ୍ରହଣ କେବଳ ସେମାନଙ୍କୁ ସଶକ୍ତ କରିବ ନାହିଁ ବରଂ ଷ୍ଟାର୍ଟଅପ ଇକୋସିଷ୍ଟମର ସାମଗ୍ରିକ ବିବିଧତା ଏବଂ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ମଧ୍ୟ ଯୋଗଦାନ କରିବ । ଯାହାକି ରାଜ୍ୟରେ ଏକ ଅଧିକ ଜୀବନ୍ତ ଏବଂ ଗତିଶୀଳ ଉଦ୍ୟୋଗୀ ପରିଦୃଶ୍ୟକୁ ଦୃଢ଼ୀଭୁତ କରିବ ।

ଏହି ଅଭିଯାନ ନିଜର ଚୂଡାନ୍ତ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ ଏକାଧିକ ବୁଟ୍‌କ୍ୟାମ୍ପର ଆୟୋଜନ କରାଯିବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି ଯାହା ଅଭିନବ ବିଚାରଧାରା ସୃଷ୍ଟି କରିବା କ୍ଷେତ୍ରରେ ନୂଆ ରେକର୍ଡ ସ୍ଥାପନ କରିବ । ଏହି ଅଭିଯାନ ଛାତ୍ର ସମୁଦାୟକୁ ରାଜ୍ୟର ବିକାଶ ପ୍ରକ୍ରିୟାରେ ସାମିଲ କରି ଏବଂ ସେମାନଙ୍କର ଔଦ୍ୟୋଗିକ ଉତ୍ସାହକୁ ପ୍ରତିପୋଷଣ କରିବ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସେପ୍ଟେମ୍ବର ୧୧ ତାରିଖ ୨୦୨୩ରେ ଶୁଭାରମ୍ଭ ହୋଇଥିବା ଏହି ଯାତ୍ରାକୁ ଦୁଇମାସ ସମ୍ପୂର୍ଣ୍ଣ ହେବାକୁ ବସିଥିବାବେଳେ ଏହା ରାଜ୍ୟବ୍ୟାପୀ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ପହଂଚି ନୂଆ ନୂଆ ବିଚାରଧାରା ସଂଗ୍ରହ କରିଛି ।

ଏହି ସମୟ ମଧ୍ୟରେ ଭ୍ୟାନ୍ କ୍ୟାମ୍ପେନ୍ ଓ ବୁଟକ୍ୟାମ୍ପଗୁଡିକ ସଫଳତାର ସହ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ କଲେଜ ଓ ୫୦ରୁ ଅଧିକ ସ୍କୁଲ ସମେତ ୨୫୪ଟି ଶିକ୍ଷାନୁଷ୍ଠାନ ଗସ୍ତ କରିଛି ଯେଉଁଥିରେ ୩୩,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ଏବଂ ୩୭୦୦ରୁ ଅଧିକ ନୂଆ ଚିନ୍ତାଧାରା ସୃଷ୍ଟି ହୋଇଛି । ଏହି ଅଭିଯାନ ନିଜର ଶେଷ ପର୍ଯ୍ୟାୟରେ ପହଂଚିଥିବାରୁ, ଆମେ ଛାତ୍ରଛାତ୍ରୀଙ୍କଠାରୁ ଆହୁରି ଅଧିକ ଅଭିନବ ବିଚାରଧାରା ଗ୍ରହଣ କରିବା ପାଇଁ ଆଶା ରଖିଛୁ । ଏହି ଯାତ୍ରାର ୩୭ତମ ଦିବସରେ ରମାଦେବୀ ବିଶ୍ୱବିଦ୍ୟାଳୟରେ ବୁଟକ୍ୟାମ୍ପ ଆୟୋଜିତ ହେବା ବ୍ୟତୀତ ଓୟୁଟିଆର, ଭୁବନେଶ୍ୱର, ଆଇଟିଆଇ ବ୍ରହ୍ମପୁର ଓ ଗଭର୍ଣ୍ଣମେଂଟ ଅପଗ୍ରେଡେଡ୍ ହାଇସ୍କୁଲ୍‌, ଏମ୍‌ଭି୧୫, ମାଲ୍‌କାନଗିରିରେ ଆଉ ୩ଟି ବୁଟକ୍ୟାମ୍ପର ଆୟୋଜନ କରାଯାଇଛି ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଉତ୍ସାହଜନକ ଚିନ୍ତାଧାରା ଉପସ୍ଥାପନ ସେମାନଙ୍କ ମଧ୍ୟରେ ଥିବା ଉତ୍ସାହ ଓ ଆଗ୍ରହକୁ ସୂଚିତ କରୁଛି । ଷ୍ଟାର୍ଟଅପ ଓଡିଶା ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୃଣମୂଳ ସ୍ତରର ନବସୃଜନ ଭାବନା ବିକଶିତ କରୁଛି ଏବଂ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରୁଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ପ୍ରଫେସର ଚଣ୍ଡୀ ଚରଣ ରଥ, ସିପିିଜିସି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଦୂର୍ଗା ପ୍ରସାଦ ଗୌଡ, ସିଓଓ ଏଆଇସି-ଏନଆଇଟିଏଫ, ସୋନି ସାମଲ, ପ୍ରତିଷ୍ଠାତା ୭୨ ଡିପିଆଇ ସ୍କିଲ୍‌ସ ଏବଂ ରଶ୍ମିରଞ୍ଜନ ସାହୁ, ବରିଷ୍ଠ କର୍ମକର୍ତା ଷ୍ଟାର୍ଟଅପ ଓଡ଼ିଶା ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version