No Result
View All Result

୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ରୋଟାରୀ ଜିଲ୍ଲା ୩୨୬୨ ତରଫରୁ ଆୟୋଜିତ ଜିଲ୍ଲା ପରିବେଶ ସେମିନାର ନୟାଗଡ଼ ରୋଟାରୀ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୦୮ଟା ସମୟରେ ରୋଟାରୀ କ୍ଳବ୍ ପରିସରରେ ଏକ ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଓ ସମ୍ମାନିତ ଅତିଥି ଭାବେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଯୋଗଦେଇ ଉଦଘାଟନ କରିବା ସହିତ ଏକ ପରିବେଶ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହାପରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ନିର୍ମାଣ କରାଯାଉଥିବା ତୁଳସୀ ବଗିଚାରେ ଜିଲ୍ଲା ଗଭର୍ଣ୍ଣର ଶ୍ରୀମତୀ ମହାନ୍ତି ଓ ରୋଟାରୀ ଜିଲ୍ଲା ୩୨୬୨ର ଫାଷ୍ଟ ଜେଣ୍ଟିଲମ୍ଯାନ୍ ତନ୍ମୟ ମହାନ୍ତି ତୁଳସୀ ଚାରା ରୋପଣ କରି ତୁଳସୀ ବଗିଚା ଉଦଘାଟନ କରିଥିଲେ। ସକାଳ ୧୦ଟା ସମୟରେ ଡିଆରଡିଏ ସ୍ରୁଜନ ହଲରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପରିବେଶ ସେମିନାର ଆରମ୍ଭ ହୋଇ ଥିଲା। ମୁଖ୍ଯ ଅତିଥି ଭାବେ ରେରା ଅଧ୍ଯକ୍ଷ ତଥା ଆଇଏଫ୍ଏସ୍ ସିଦ୍ଧାନ୍ତ ଦାସ ଯୋଗଦେଇ ପରିବେଶକୁ ସୁରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ସୂତ୍ର ବିଷୟରେ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲା ବେଳେ ରୋଟାରୀ ୩୨୬୨ ଜିଲ୍ଲା ପରିବେଶ ବିଭାଗ ଅଧ୍ଯକ୍ଷ ଶିବବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଟାରୀ ପରିବାର ତରଫରୁ ଅନୁଷ୍ଠିତ ହେଉଥିବା ବିଭିନ୍ନ ପରିବେଶ ସୁରକ୍ଷା ସମ୍ପର୍କୀତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ସେମିନାର ଅଧ୍ଯକ୍ଷ ସୁବୋଧ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲା ବେଳେ କ୍ଳବ୍ ସଭାପତି ଅବଦୁଲ ଆରିଫ୍ ଖାନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବର୍ଯ୍ୟବସ୍ତୁର ସୁବିନିଯୋଗ କରିବା,

ଜଙ୍ଗଲ ପୋଡି ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ ନେବା, ପ୍ରଚୁର ଗଛ ଲଗାଇବା ଓ ପ୍ଳାଷ୍ଟିକ୍ ତଥା ପଲିଥିନ୍ ବ୍ଯବହାରକୁ ବର୍ଜନ କରିବା ଆଦି ଦିଗରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ବିଷୟରେ ସମ୍ମାନିତ ବକ୍ତା ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ଓ ପୌରପରିଷଦ କାର୍ଯ୍ଯନିର୍ବାହୀ ଅଧିକାରୀ ସୁଶ୍ରୀ ସ୍ବାତୀ ମିଶ୍ର ବହୁ ଆଲୋଚନା କରିଥିଲେ। ଏହିପରିପ୍ରେକ୍ଷୀରେ ଦୁଇ ଜଣ ପରିବେଶ ସୁରକ୍ଷା ଦିଗରେ କାମ କରୁଥିବା ପରିବେଶ ପ୍ରେମୀ ଅନାଦି ଚରଣ ମହାନ୍ତି ଓ ଗଛସାରେ ଅନ୍ତର୍ଯ୍ୟାମୀ ସାହୁ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା ।

ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ପୋଷ୍ଯକନ୍ଯା ଭାବେ ଗ୍ରହଣ କରାଯାଇଥିବା ଦୁଇ ଜଣ ଗରୀବ ମେଧାବୀ ଛାତ୍ରୀ ଲିପିନା ବିଶି ଓ ସୋନାଲୀ ମହାରଣାଙ୍କୁ ସେମାନଙ୍କର ଶିକ୍ଷା ଅଧ୍ଯୟନ ଖର୍ଚ୍ଚ ନିମିତ୍ତ ୧୦ ହଜାର ଟଙ୍କା ଲେଖାଏଁ ଦୁଇଟି ଚେକ୍ ଜିଲ୍ଲା ଗଭର୍ଣ୍ଣର ପ୍ରଦାନ କରିଥିଲେ। ଏହି କର୍ଯ୍ୟକ୍ରମ ସହିତ ଛେନାପୋଡ଼ କାଟି ରୋଟାରୀ କ୍ଳବ୍ ନୟାଗଡ଼ ର ପ୍ରତିଷ୍ଠା ଦିବସ ପାଳନ କରାଯାଇ ଥିଲା । ଏହି ସେମିନାର ରେ ପ୍ରାକ୍ତନ ଜିଲ୍ଲା ଗଭର୍ଣ୍ଣର ଦେବାଶିଷ ମିଶ୍ର ଓ ରବିନାରାୟଣ ନନ୍ଦଙ୍କ ସମେତ ସମଗ୍ର ଓଡିଶାର ବିଭିନ୍ନ କ୍ଳବ୍ ର ୧୦୦ ରୁ ଉର୍ଦ୍ଧ୍ବ ରୋଟାରିଆନ୍ ମାନେ ଯୋଗଦେଇ ଥିଲେ ।

ରୋଟାରୀ କ୍ଳବ୍ ନୟାଗଡ଼ ର ସମସ୍ତ ସଦସ୍ଯ ମାନେ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲା ବେଳେ ରୋଟାରିଆନ୍ ରୀନା ରବିଚନ୍ଦ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ପରିଶେଷରେ ରୋଟାରୀ କ୍ଳବ୍ ନୟାଗଡ଼ ର ସମ୍ପାଦକ ରୋଟାରିଆନ୍ ଶ୍ରୀଧର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ । ରୋଟାରୀ କ୍ଳବ୍ ସହଯୋଗରେ ପରିଚାଳିତ ସମର୍ପଣ ବୃଦ୍ଧାଶ୍ରମକୁ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଓ ରୋଟାରିଆନ୍ ମାନେ ପରିଦର୍ଶନ କରିଥିଲେ ।


No Result
View All Result