No Result
View All Result
୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଆର,ଉଦୟଗିରି ବ୍ଳକ ଛେଳିଗଡ ଜଳସେଚନ ପ୍ରକଳ୍ପ କ୍ଷେତି ଗ୍ରସ୍ତ ପରିବାରର ଯୁବକ ଓ ଯୁବତୀଙ୍କ ପାଇଁ ଛେଳିଗଡ ହାଇସ୍କୁଲ ପଡିଆରେ ବ୍ଳକ ପ୍ରଶାସନ ତରଫରୁ ଏକ ନିୟୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓ ଲରିମନ ଖର୍ସେଲ, ତହସିଲଦାର ଜ୍ୟୋତିମୟୀ ଦାସ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ଓ ଉପାଧ୍ୟକ୍ଷା ଉପସ୍ଥିତ ଥିଲେ । ଏହି ନିୟୁକ୍ତି ମେଳା ବୁଡି ଅଞ୍ଚଳବାସୀ ଓ ସଂଗ୍ରାମ ସମିତି ଏହାକୁ ବିରୋଧ କରି ବ୍ଳକ ପ୍ରଶାସନ ଅଧିକାରୀ ଏହି ମେଳା ନ କରିବାକୁ ଅନୁରୋଧ କରିଥିଲେ । ସେମାନଙ୍କର କଥା ବ୍ଳକ ପ୍ରଶାସନ ଅଧିକାରୀ ସୁଣିନଥିଲେ ।

ଏହାପରେ ବୁଡି ଅଞ୍ଚଳବାସୀ ଓ ସଂଗ୍ରାମ ସମିତି ସଦସ୍ୟ ଏକତ୍ରିତ ହୋଇ ଛେଳିଗଡ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରାଲି କରି ଗ୍ରାମ ପରିକ୍ରମା ପରେ ମେଳା ହୋଇଥିବା ସ୍ଥାନକୁ ପହଞ୍ଚି ମେଳାକୁ ବନ୍ଦ କରିବାକୁ ବିଡି ଅଞ୍ଚଳ ସଂଗ୍ରାମ ସମିତିର ସଦସ୍ୟମାନେ ଯଦିଧରି ବସି ଏହି ବିଷୟ ନେଇ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସଂଗ୍ରାମ ସମିତି କରିଥିଲେ ବୁଡି ଅଞ୍ଚଳବାସୀଙ୍କୁ ମେଳା ବିଷୟ ନେଇ କୌଣସି ଜଣାଇଥିଲେ । ବାହାରୁ ଯୁବକ ଓ ଯୁବତୀ ନେଇ ବୁଡି ଅଞ୍ଚଳବାସୀ ନାମରେ ନିୟୁକ୍ତି ମେଳା କରାଯାଇଥିଲା ।

ଏହି ନିୟୁକ୍ତି ମେଳା ତୁରନ୍ତ ବନ୍ଦ କରାଯାଉ ବୋଲି ବୁଡି ଅଞ୍ଚଳ ସଂଗ୍ରାମ ସମିତି ସଦସ୍ୟ ଦାବି କରିଥିଲେ । ଏହାପରେ ବ୍ଳକ ପ୍ରଶାସନ ବାଧ୍ୟ ହୋଇ ନିୟୁକ୍ତି ମେଳାକୁ ବନ୍ଦ କରିଥିଲେ । ସଂଗ୍ରାମ ସମିତିର ଦାବି ଗଜପତି ଜିଲ୍ଲାପାଳ ବୁଡି ଅଞ୍ଚଳୁ ଆସି ଅଞ୍ଚଳବାସୀ ସହ ଆଲୋଚନା ନକରିବା ପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟକ୍ରମ କରାଇଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଦରକାର ପଡିଲେ ଆଗାମୀ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସହ ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟକୁ ତାଲା ପକାଇବାକୁ ବାଧ୍ୟ ହେବୁ ବୋଲି ବୁଡି ଅଞ୍ଚଳ ସଂଗ୍ରାମ ସମିତି ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।

No Result
View All Result