No Result
View All Result
୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ମାଧବ ମନ୍ଦିର ର ଗରୁଡ଼ ବାଟିକା ଓ ସିଧ୍ୟ ପୁରୁଷ ସାଧୁ ସଦା ଦାସ ଙ୍କ ତୋଟା ରେ ନିର୍ମାଣ କରାଯାଇଥିବା ସହିଦ ସ୍ମୃତି ଉଦ୍ୟାନ ଗତକାଲି ଉଦ୍ ଘାତିତ ହୋଇଯାଇଛି । ପ୍ରଥମେ ନିଆଳି ବିଧାୟକ ପ୍ରଫେସର ଡ଼ାକ୍ତର ପ୍ରମୋଦ କୁମାର ମଲ୍ଲିକ ମାଧବ ମନ୍ଦିର କୁ ଯାଇ ଶ୍ରୀ ଜିଉ ଙ୍କୁ ଦର୍ଶନ କରିବା ପରେ ମାଧବ ମନ୍ଦିର ର ଗରୁଡ଼ ବାଟିକା ଏବଂ ସହିଦ ସ୍ମୃତି ଉଦ୍ୟାନ କୁ ଉଦଘାଟନ କରି ଜନସାଧରଣ ଙ୍କ ଉଦ୍ଦେଶ୍ୟ ରେ ଲୋକାର୍ପିତ କରିଥିଲେ ।

ବିଧ୍ୟାୟକ ଶ୍ରୀ ମଲ୍ଲିକ ସହିଦ ସ୍ମୃତି ଉଦ୍ୟାନ ରେ ବୁଲିବା ସହ ଉଦ୍ୟାନ ରେ ଥିବା ସହିଦ ମାନଙ୍କୁ ମାଲ୍ୟାର୍ପଣ କରିଥିଲେ । ପରେ ସନ୍ଧ୍ୟା ରେ ମୁକ୍ତ ଆକାଶ ମଞ୍ଚ ରୁ ଜନ ସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ । ଏହି ଉଦଘାଟନ ଉତ୍ସବ ରେ ନିଆଳି ତହସିଲ ଦାର ବିଦ୍ୟାଧର ପତି , ସହିଦ ସ୍ମୃତି ଉଦ୍ୟାନ ର ଅଧ୍ୟକ୍ଷ ଆଦିତ୍ୟ ପାଣି ସମେତ ଅନେକ ମାନ୍ୟ ଗଣ ବ୍ୟକ୍ତି ଯୋଗ ଦେଇଥିଲେ ।

ସହିଦ ସ୍ମୃତି ଉଦ୍ୟାନ ଟି ୨୮ ଏକର ଜମି ରେ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ଉଦ୍ୟାନ ରେ ସାଧୁ ପୁରୁଷ ସଦା ଦାସ ଙ୍କ ପ୍ରତି ମୂର୍ତ୍ତି ସହ ଜାତିର ଜନକ ମହାତ୍ମା ଗାନ୍ଧୀ , ନେତାଜୀ ସୁବାଷ ଚନ୍ଦ୍ର ବୋଷ ସମେତ ବହୁ ସ୍ଵାଧୀନତା ସଂଗ୍ରାମୀ ଙ୍କ ପ୍ରତି ମୂର୍ତ୍ତି , ଦାଣ୍ଡି ଯାତ୍ରା ର ପ୍ରତି ମୂର୍ତ୍ତି ରହିଛି ।


No Result
View All Result