No Result
View All Result
୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡି ଗସ୍ତ ସମୟରେ ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ବିଷୟରେ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଅବଗତ ହୋଇଥିଲେ । ଏହା ପରେ ଶ୍ରୀଯୁକ୍ତ ପଟ୍ଟନାୟକ ରେଳ ଷ୍ଟେସନ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।ଶ୍ରୀଯୁକ୍ତ ପଟ୍ଟନାୟକ ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ଓ ଏହାର ଉନ୍ନତିକରଣ ନିମନ୍ତେ ୨୪.୧୦.୨୦୨୩ ତାରିଖ ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବଙ୍କ ସହ ଫୋନ ଯୋଗେ କଥାହୋଇ ଥିଲେ। ପାରଳାଖେମୁଣ୍ଡି ରେଳ ଷ୍ଟେସନର ଅବସ୍ଥା ଅତ୍ୟତ ଶୋଚନୀୟ ଥିବା କଥା ଶ୍ରୀଯୁକ୍ତ ପଟ୍ଟନାୟକ ରେଳ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଯାହାର ଫଳ ସ୍ବରୁପ ଏହା ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାଇଥିଲେ । ଷ୍ଟେସନ୍ ର ସମସ୍ୟା ବିଷୟରେ ଅଭିଯୋଗ କରିବା ସହ ଯଥା ଶୀଘ୍ର ସ୍ଥିତି ଅନୁଧ୍ୟାନ କରି ସମସ୍ୟାର ସମାଧାନ କରିବା ପାଇଁ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ତେବେ ଏହି ଘଟଣାର ଦୁଇଦିନ ପରେ ଅର୍ଥାତ ଆଜି ଏହି ରେଳ ଷ୍ଟେସନ୍ର ଉନ୍ନତିକରଣ କରିବା ପାଇଁ ରେଳ ବିଭାଗର ପୂବର୍ତଟ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ସହ ଏକ ଟିମ୍ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ପହଞ୍ଚି ନିର୍ମାଣଧିନ କାର୍ଯ୍ୟର ତଦାରଖ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।
ଷ୍ଟେସନ୍ ଦାଇତ୍ବରେ ଥିବା ଅଧିକାରୀ ମାନଙ୍କ ସହ ସମସ୍ତ କାର୍ଯ୍ୟ ବିଷୟରେ ପଚାରି ବୁଝିବା ସହ ଯଥା ଶୀଘ୍ର କାର୍ଯ୍ୟ ସମାପ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଥିବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ।ତେବେ ଅନେକ ଦିନ ଧରି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଅବହେଳିତ ଓ ଅନୁନ୍ନତ ଅବସ୍ଥାରେ ଥିବା ବେଳେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକଙ୍କ ପ୍ରୟାସ ପରେ ଖୁବ୍ କମ୍ ଦିନ ମଧ୍ୟରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଏକ ନୂଆ ରୂପ ନେବାକୁ ଯାଉଛି।ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକଙ୍କ ଏଭଳି ପ୍ରାୟାସରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ପାରଳାଖେମୁଣ୍ଡିର ବିକାଶ ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ପୂର୍ଣ୍ଣ ସମର୍ପିତ ଓ ସଂକଳ୍ପବଦ୍ଧ .

No Result
View All Result