No Result
View All Result
୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ(ଗଜପତି) ମିଳିତ ଆନୁକୁଲ୍ୟରେ କୁମାର ଉତ୍ସବ-୨୦୨୩ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଅନୁଷ୍ଠିତ ହୋଇସାରିଛି । ସୁଶ୍ରୀ ପ୍ରତୀକ୍ଷା ପାଣିଗ୍ରାହୀ ସ୍ବାଗତ ସମ୍ଭାଷଣ ପରେ ପ୍ରଗତିର ସଭାନେତ୍ରୀ କଳ୍ପନା ପଟନାୟକ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଭାଗବତ ପାଢ଼ୀ ପରିଚୟ ପ୍ରଦାନ ପରେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ସଭା ,ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି ।

ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ପ୍ରାକ୍ ସୂଚନା ଦେବାପରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଗଜପତି, ବିରେନ୍ଦ୍ର କୁମାର ଦାସ, ବିଶିଷ୍ଠ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର, ମୁଖ୍ୟ ବକ୍ତା ଅଧ୍ୟକ୍ଷ ବିନୋଦିନୀ କନିଷ୍ଠ ବିଦ୍ୟାଳୟ, ପଦ୍ମପୁରର ମନୋଜ କୁମାର ପଟ୍ଟନାୟକ , ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ,ପ୍ରଗତିର ଉପ ସଭାପତି ଲୋକନାଥ ମିଶ୍ର ମଞ୍ଚାସିନ ହୋଇ କୁମାର ଉତ୍ସବ ପାଳନର ତାତ୍ୱିକ ଆଲୋଚନା କରିଥିଲେ ।

ଝୋଟି, ପୁଚି,ହୁଳହୁଳି, ତର୍କ,ମେହେନ୍ଦି,କାକରା ପ୍ରସ୍ତୁତି , ମଣ୍ଡା ପିଠା ପ୍ରସ୍ତୁତି ପ୍ରତିଯୋଗିତାର ବିଜୟୀ ଗୃହିଣୀ ଓ ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।ସଭା ଶେଷରେ ଶ୍ରୀଜଗନ୍ନାଥ ଓଡ଼ିଶୀ କଳlକେନ୍ଦ୍ର, ସମଲେଇ ନୃତ୍ୟ କଳା ପରିଷଦର ଛାତ୍ରୀ ମାନେ ଓଡ଼ିଶୀ ସମ୍ବଲପୁରୀ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥଲେ । ମୁରଲୀଧର ପରିଚ୍ଛା,ଶରତ ପ୍ରଧାନ,ମାନସୀ ପଣ୍ଡା,ପ୍ରଫୁଲ୍ଲ ବେବର୍ତ୍ତା, ପଣ୍ଡିତ ନରସିଂହ ଗୌଡ଼, ତ୍ରିପତି ପଣ୍ଡା,ବିଷ୍ଣୁ ପଣ୍ଡା,ନିତ୍ୟାନନ୍ଦ ଚୌଧୁରୀ,ପ୍ରଭୃତି କର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପିକା ଡି.ପ୍ରିୟଙ୍କା ଧନ୍ୟବାଦ ଦେଇଥିଲେ ।

No Result
View All Result