No Result
View All Result
କାହାପାଇଁ ପଥ ଉତ୍ସବ…… ସଚେତନତା ନାଁରେ ସୀମିତ କାର୍ଯ୍ୟକ୍ରମ …… ଗାଁ ମାନଙ୍କ ରେ ଭୋଟର କାର୍ଡ ପାଇବାରୁ ବଞ୍ଚିତ ଯୁବ ଭୋଟର ।

୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ଗ୍ରାମାଞ୍ଚଳ ଭୋଟର ମାନଙ୍କୁ ସଚେତନ କରିବା ସହିତ ଯୋଗ୍ୟ ବ୍ୟକ୍ତି କେମିତି ଭୋଟର କାର୍ଡ ପାଇବାରୁ ବଞ୍ଚିତ ନହେବ ସେନେଇ ଅନେକ କ୍ଷେତ୍ର ରେ ସଚେତନ କରାଯାଉଛି |ଉପଖଣ୍ଡ ସ୍ତରରେ ଲକ୍ଷାଧିକ ଟଙ୍କା ଟଙ୍କା ଖର୍ଚ୍ଚ କରି ଏହାର ପ୍ରସାର ପ୍ରଚାର କରାଯାଇ ଆଜି ପଥ ଉତ୍ସବ ପାଳନ କରାଯାଉଛି |

ଏହି ଉତ୍ସବ ଆଜି ସ୍ଥାନୀୟ ହାଇସ୍କୁଲ ପଡିଆ ରେ ସୀମିତ ରହୁଥୁବା ଦେଖିବାକୁ ମିଳିଛି |କାରଣ ପାଟଣାଗଡ଼ ଉପଖଣ୍ଡ ର ଅନେକ ଲୋକ ଭୋଟର କାର୍ଡ ପାଇବାରୁ ବଞ୍ଚିତ ଥିବାବେଳେ ଅନେକ ଯୁବକ ଆବେଦନ କରିଥିଲେ ହିଁ ଭୋଟର କାର୍ଡ ମିଳିନଥିବା ଅଭିଯୋଗ ହେଉଛି |ଏଥିପାଇଁ କାହାପାଇଁ ଏହି ସଚେତନତା ବୋଲି ପ୍ରଶ୍ନ ଉଠୁଛି |

କେବଳ କାର୍ଯ୍ୟକ୍ରମ ସାରିବାରେ ପ୍ରଶାସନ ତତ୍ପର ଦେଖଉଥୁବା ଦେଖିବାକୁ ମିଳିଛି |ଏନେଇ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେମିତି କେହିଁ ଭୋଟର କାର୍ଡ ରୁ ବଞ୍ଚିତ ନହେବେ ସେଥିପାଇଁ ଆମେ ପଦକ୍ଷେପ ନେବୁ ବୋଲି କହିଛନ୍ତି |କିନ୍ତୁ ଏହାର କେତେ କାର୍ଯ୍ୟକାରୀ ହେଉଛି ତାହାକୁ ଅପେକ୍ଷା ।

No Result
View All Result