No Result
View All Result
୨୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ପୂର୍ତ ବିଭାଗର ସବ୍ଡିଭିଜନ ଅଫିସ ନାହିଁ ନାହିଁରେ ଚାଲୁଛି ଏହି ସବ୍ଡିଭିଜନ ଅଫିସ ଅଧିନରେ ୩ଟି ସେକସନ ରହିଛି ସେ ଗୁଡିକ ହେଲା ରାମଗିରି, ଖଜୁରିପଦା ଓ ଆର,ଉଦୟଗିରି ସେକସନରେ ଜଣେ କନିଷ୍ଠ ଯନ୍ତୀ ରହିଛି । ସେହିପରି ସବ୍ଡିଭିଜନ ଅଫିସର ସହକାରୀ ନିର୍ବାହୀ ଯନ୍ତୀଙ୍କ ମଧ୍ୟ କିଛି ମାସ ହେଲା ବଦଳି ହୋଇଯାଇଛି । ତାଙ୍କ ବଦଳରେ କିଏ ଯନ୍ତୀ ନ ଆସିବାରୁ ରାମଗିରି ସେସନର କନିଷ୍ଠ ଯନ୍ତୀ ସମସ୍ତ ଦାୟତ୍ବ ତୁଲାଇଆସୁଛନ୍ତି । ଏହି ଅଫିସରେ କୀରାନୀ ଓ କେସିୟର ପଦବୀ ଦୀଘ୍ର ବର୍ଷ ଧରି ଖାଲି ପଡିଛି । ଏହି ସବବ୍ଡିଭିଜନ ଅଫିସରେ ଛେଳିଗଡରୁ ରାମଗିରି, ରାମଗିରି ରୁ ମଣ୍ଡଳସାହି ରାସ୍ତା କାମ, ଆର,ଉଦୟଗିରି ରୁ ସମ୍ବଲପୁର, ଖଜୁରିପଦା ରୁ ନୁଆଗଡ, ନୁଆଗଡ ରୁ ସେରଙ୍ଗ, ଆର,ଉଦୟଗିରି ରୁ ରାମଗିରି ରାସ୍ତା କାମ ପରିମଳ ଆଦର୍ଶ, ଛେଳିଗଡ ଓ ମାଳବା ୫-ଟିରେ ବିଦ୍ୟାଳୟ ରୁପାନ୍ତରିତ କାମ ପୂର୍ତ ବିଭାଗ ଦ୍ବାରା ଚାଲୁଛି ।
ଏହି କାମ ଗୁଡିକରେ ଭଗବାନଙ୍କ ଭରଷାରେ ସବୁ କାମ ଚାଲୁଛି । ଏହି ସମସ୍ତ କାମକୁ କିପରି ତଦାରଖ କରିପାରିବେ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି । ଏହି ବିଭାଗରେ ଯେ ସବୁ ରାସ୍ତାକାମ ମରାମତି ଓ ଅନ୍ୟ କାମ ଗୁଡିବକୁ ଚାଲୁଛି ଯେଉଁ ଠିକାଦାରଙ୍କ ପିଚୁକାମ କରିବା ଅଭିଜ୍ଞତା ନଥିବା ଠିକାଦାର ମାନଙ୍କୁ କାମ କରିବାକୁ ଦିଆଯାଇଥିବା ଯୋଗୁଁ ରାସ୍ତା ମରାମତି କାମ ଅତିନିମ୍ନମାର ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ଆର,ଉଦୟଗିରି ପୂର୍ତ ବିଭାଗ ସବ୍ଡିଭିଜନ ଅଧିନ ଏକ ବର୍ଷ ମଧ୍ୟ ଯେଉଁ ସବୁ କାମ କରାଯାଇଛି ସମସ୍ତ କାମ ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଲୋକ ଲୋଚନ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି । ଏହି ସବ୍ଡିଭିଜନ ବିଭାଗରେ କୌଣସି ଯନ୍ତୀ ନଥିବାରୁ ରାମଗିରି ଯନ୍ତୀ ଏକଛାତ୍ର ଶାସନ କରୁଛନ୍ତି । କୌଣସି ତଥ୍ୟା ନିମନ୍ତେ ଆର,ଉଦୟଗିରି ସବ୍ଡିଭିଜନକୁ ଯନ୍ତୀ ଯୋଗାଯୋଗ କରିବାକୁ ଅଫିସକୁ ସାମ୍ବାଦିକ ଗଲେ ସେ ନଥିବାରୁ ଅଫିସ ଫୋଟ ଉଠାଇବା ଯନ୍ତୀ ସୁଣି ସେ ଉତେଜେନା ହୋଇ କର୍ମଚାରୀଙ୍କୁ କାହିଁକି ଭିତରକୁ ସାମ୍ବାଦିକଙ୍କୁ ପରାଇଲ ବୋଲି ଅପିନକୁ ଗିଳିଗୁଲଜ କରିବା ଆଉ କେବେ ଆସିଲେ ଅଫିସ ଭିତରେକୁ ନ ପୂରାଇବକୁ ଚାଗିଦି କରୁଛନ୍ତି । ଯନ୍ତୀଙ୍କୁ କୌଣସି ଥତ୍ୟା ମାଗିଲେ ମୁଁ ଦେଇପାରିନାହିଁ କହନ୍ତି । ଏହି ସବ୍ଡିଭିଜନ ଅଫିସରେ କିଛି ପିଅନ ନେଇ ଚାଲୁଛି ।

No Result
View All Result