୨୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ଼ରେ ନୂତନ ତହସିଲଦାର ଭେବେ ରାଜକିଶୋର ପଟ୍ଟନାୟକ ଯୋଗ ଦେଇଛନ୍ତି l ଏଥି ପୁର୍ବରୁ ଥିବା ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ଗୁଣୁପୁର ତହସିଲଦାର ଭାବରେ ବଦଳି ହୋଇ ଯାଇଥିବା ଜଣାପଡିଛି l
ମୋଟ ୨୧ ଗୋଟି ପଞ୍ଚାୟତକୁ ନେଇ ରାୟଗଡ଼ ବ୍ଲକର ଲୋକେ ତହସିଲ ଅଫିସକୁ ଅନେକ କାର୍ଯ୍ୟ ନେଇ ଆସିଥାନ୍ତି ବର୍ତ୍ତମାନ ନୂତନ ତହସିଲଦାରଙ୍କ ଯୋଗଦାନ ପରେ ଲୋକଙ୍କ କାର୍ଯ୍ୟ ଅଧିକ ମାତ୍ରାରେ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଅଛି l














