୨୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ପବିତ୍ର ବିଜୟାଦଶମୀ ଅବସରରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଜଟଣୀ ବାସୀଙ୍କର ପ୍ରିୟ କାର୍ଯ୍ୟକ୍ରମ ଶାରଦୀୟ ଉତ୍ସବ ଏବଂ ରାବଣ ପୋଡ଼ି ଉତ୍ସବ ମଙ୍ଗଳବାର ସନ୍ଧ୍ୟା ସମୟରେ ଜଟଣୀ ଥାନା ପଛ ଯାତ୍ରା ପଡ଼ିଆରେ କର୍ମ ମନ୍ଦିର ଆନୁକୂଲ୍ୟରେ ଇଣ୍ଡିଆନ୍ ଅଏଲ୍ ର ନିର୍ଦ୍ଦେଶକ ସୁଦୀପ୍ତ ରାୟଙ୍କ ତତ୍ତ୍ଵାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି ।

କର୍ମ ମନ୍ଦିରର ମୂଖ୍ୟ ସବିତା ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅର୍ଗସ୍ ନ୍ୟୁଜ ଚ୍ୟାନେଲ ସମ୍ପାଦକ ସଞ୍ଜୟ କୁମାର ଜେନା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତ୍ରୀ ପିଙ୍କି ପ୍ରଧାନ,

ଅବସର ପ୍ରାପ୍ତ ଇନକମ କମିଶନର ସମ୍ବିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବିଶାଳ ରାବଣ ପ୍ରତିମୂର୍ତ୍ତିକୁ ଅଗ୍ନିବାଣ ନିକ୍ଷେପ କରିଥିଲେlଏହି ପରିପ୍ରେକ୍ଷୀରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯାହାକୁ ଉପଭୋଗ କରିବା ପାଇଁ ଅଞ୍ଚଳର ହଜାର ହଜାର ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା I

ଏହି କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ପ୍ରଦୀପ ଜେନା, ପ୍ରଶାନ୍ତ କୁମାର ପ୍ରଧାନ, ମନୋଜ ମିଶ୍ର, ତିରୁପତି ଶତପଥୀ,ରଘୁନାଥ ନାୟକ,ରିନା ପଟ୍ଟନାୟକ ମହେଶ ମିଶ୍ରଙ୍କ ସମେତ କର୍ମ ମନ୍ଦିର ଅନୁଷ୍ଠାନର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ l














