No Result
View All Result
୨୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ :- ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ଗ୍ରାମସ୍ଥିତ ଦୁର୍ଗା ମଣ୍ତପ ପରିସରରେ ହର ପାର୍ବତୀ ନାଟ୍ୟ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଘାଟନ ହୋଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ସୁଦର୍ଶନ ମାଣିକଙ୍କ ଅଧ୍ୟକ୍ଷତାରେ ମଣ୍ତଳ ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ସାହୁ ମୁଖ୍ୟ ଅତିଥି, ଖୋର୍ଦ୍ଧା ଜିଲ୍ଲା ଏଆରସିସି ଅନନ୍ତ କୁମାର ନାୟକ ମୁଖ୍ୟବକ୍ତା, ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ସମାଜସେବୀ ଦିଲ୍ଲୀପ କୁମାର ପରିଡ଼ା,ସରପଞ୍ଚ ଲତା ସେଠୀ, ସମିତି ସଭ୍ୟ ଅଲେଖ ବେହେରା ଓ ଗାୟକ ଅଳଙ୍କାର ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନାଟକ ଭାଇଚାରା ସଂସ୍କୃତିକୁ ଉଜ୍ଜୀବିତ କରିଥାଏ ବୋଲି ମତ ପ୍ରକାଶ କରିଥିଲେ ।

ସଭାର ପ୍ରାରମ୍ଭରେ ସଦସ୍ୟା ବାଉରୀ ଶ୍ରୀ ଚନ୍ଦନ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ପରେ ସମ୍ପାଦକ ରାମଚନ୍ଦ୍ର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ପଠାଣି କୁମାର ସାହୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସଦସ୍ୟ କାର୍ତ୍ତିକ ଜେନା, ସୁରେନ୍ଦ୍ର ନାଥ ସାହୁ ଓ ହର ପ୍ରସାଦ ପ୍ରଧାନ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ।ପରେ ଭୁବନେଶ୍ୱର ସାମନ୍ତରାପୁରସ୍ଥିତ ଆମ ନାଟକ ଅନୁଷ୍ଠାନ ପକ୍ଷରୁ କେତେ କାନ୍ଦିବୁରେ କଳା କହ୍ନେଇ ମଞ୍ଚସ୍ଥ ହୋଇଥଲା ।

ଏତଦ ବ୍ୟତୀତ ଦ୍ଵିତୀୟ ଦିନ ଭୁବନେଶ୍ଵର ପଟିଆସ୍ଥିତ ମା ଭୈରବୀ କ୍ଲବ ପକ୍ଷରୁ ଧର୍ମ ସହିଲେ ହେଲା, ତୃତୀୟ ଦିନ ସିକୋ ଗୋଡା ରାଇମୂଳ କପିଳେଶ୍ୱର ଦେବ କଳା ସଂସଦ ପକ୍ଷରୁ ରାମ ଦେବେ ଆଜି ଅଗ୍ନି ପରୀକ୍ଷା ଓ ଚତୁର୍ଥ ଦିନ ସ୍ଥାନୀୟ ଗ୍ରାମ୍ୟ ଅନୁଷ୍ଠାନ ପକ୍ଷରୁ ସୁଖ ଆସିଥିଲା ଭଗାରୀ ହୋଇ ନାଟକ ପରିବେଷଣ କରାଯିବ। ଏହି ନାଟକ ପ୍ରତିଯୋଗିତାରେ ବିଜୟୀ ପ୍ରଥମ, ଦ୍ଵିତୀୟ ଓ ତୃତୀୟଙ୍କୁ ଯଥାକ୍ରମେ ୩୦ ହଜାର,୨୫ହଜାର ଓ ୨୦ହଜାର ନଗଦ ଅର୍ଥ ସହ ଟ୍ରଫି ପ୍ରଦାନ କରାଯିବ।

No Result
View All Result