• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରେସ୍ ଇସ୍ତାହାର ‘ଆଜାଦ୍ ହିନ୍ଦ୍ ସରକାର’ ର ୮୦ ତମ ପ୍ରତିଷ୍ଠା ଦିବସ ପାଳିତ ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଠନ ପାଇଁ ଆଉ ଏକ ସ୍ୱାଧିନତା ସଂଗ୍ରାମ ଲଢ଼ିବାକୁ ହେବ : ଫରୱାର୍ଡ଼ ବ୍ଲକ୍‌

Proprietor Abhimanyu Maharana by Proprietor Abhimanyu Maharana
October 22, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ପ୍ରେସ୍ ଇସ୍ତାହାର ‘ଆଜାଦ୍ ହିନ୍ଦ୍ ସରକାର’ ର ୮୦ ତମ ପ୍ରତିଷ୍ଠା ଦିବସ ପାଳିତ ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଠନ ପାଇଁ ଆଉ ଏକ ସ୍ୱାଧିନତା ସଂଗ୍ରାମ ଲଢ଼ିବାକୁ ହେବ : ଫରୱାର୍ଡ଼ ବ୍ଲକ୍‌
Share on FacebookShare on TwitterWhatsapp

୨୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତର ପ୍ରଥମ ସ୍ୱାଧୀନ ସରକାର ‘ଆଜାଦ୍ ହିନ୍ଦ ସରକାର’ର ୮୦ ତମ ପ୍ରତିଷ୍ଠା ଦିବସ ଅବସରରେ ନେତାଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌’ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ୮୦ ତମ ପ୍ରତିଷ୍ଠା ଦିବସ ସମାରୋହ ଭୁବନେଶ୍ୱର ୟୁନିଟ୍‌-୬ ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁ୍େ‌ଠିତ ଏହି ସମାରୋହରେ ‘ନେତାଜୀ ସୁଭାଷଙ୍କ ସ୍ୱପ୍ନ – ଭାରତୀୟଙ୍କ ଦାୟୀତ୍ୱ’ ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି ।

ଫରୱାର୍ଡ଼ ବ୍ଲକ୍ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ରଙ୍କ ପ୍ରାରମ୍ଭିକ ସୂଚନା ସହ ଆରମ୍ଭ ହୋଇଥିବା ଏହି ସମାରୋହ ଓ ଆଲୋଚନା ଚକ୍ରକୁ ଫରୱାର୍ଡ଼ ବ୍ଲକ୍‌ର ସର୍ବଭାରତୀୟ ସମ୍ପାଦକ କମ୍ରେଡ଼୍ ଜି. ଦେବରାଜନ୍‌ ନେତାଜୀଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଏହି ସମାରୋହକୁ ଉଦ୍‌ଘାଟନ କରି ଆଜାଦ୍ ହିନ୍ଦ୍ ସରକାର ଗଠନ କଲା ବେଳେ ଭାରତରୁ ବ୍ରିଟିଶ ଶାସନର ଅନ୍ତ ଘଟାଇ ଭାରତୀୟତା ଆଧାରରେ ଭାରତକୁ ସମାଜବାଦୀ ଦେଶ ଭାବରେ ଗଢ଼ିତୋଳିବା ଏବଂ ଭାରତରେ ଜନତାଙ୍କର ଶାସନ ପ୍ରତିଷ୍ଠା କରିବା ନେତାଜୀଙ୍କ ମୂଳ ଲକ୍ଷ ଥିଲା ବୋଲି ନିଜର ଉôଦଘାଟନୀ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ମଣିପୁର ହିଂସା, ସଂଖ୍ୟାଲଘୁ ଓ ଦଳିତଙ୍କ ଉପରେ ଆକ୍ରମଣ, ମହିଳା ନିର୍ଜାତନା ସାରା ଦେଶରେ ବଢ଼ି ଚାଲିଥିବା ବେଳେ ଦେଶର ଶାସକ ନିରବଦ୍ରଷ୍ଟା ସାଜିବା ର୍ଦୁଭାଗ୍ୟଜନକ ବୋଲି ପ୍ରକାଶ କରିଥିଲେ । ନେତାଜୀ ସୁଭାଷଙ୍କ ସଂଗ୍ରାମୀ ଇତିହାସକୁ ରୋମନ୍ଥନ କରି ସ୍ୱାଧିନତାର ୭୭ ବର୍ଷ ପରେ ମଧ୍ୟ ଭାରତବର୍ଷର ଜନଗଣ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତାରୁ ବଂଚିତ ବୋଲି ଅଭିଯୋଗ କରିଥିଲେ । ଦେଶର ସମ୍ବିଧାନ, ଗଣତାନ୍ତ୍ରିକ ମୂଲ୍ୟବୋଧ କେନ୍ଦ୍ରର ମୋଦୀ ସରକାର ଅମଳରେ ବିପନ୍ନ ହୋଇପଡ଼ିଛି ବୋଲି ଅଭିଯୋଗ କରିଥିଲେ । ସରକାରଙ୍କ ବିଭିନ୍ନ ବୈଚାରିକ ଅସଙ୍ଗତି ବିରୋଧରେ ପ୍ରଶ୍ନ କଲେ ସମ୍ବାଦିକଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସରକାରୀ ଦମନର ଶିକାର ହେଉଛନ୍ତି ।

ଏଭଳି ସ୍ଥଳେ ନେତାଜୀ ସୁଭାଷଙ୍କ ସ୍ୱପ୍ନର ଭାରତବର୍ଷ ଗଠନ ପାଇଁ ଭାରତୀୟମାନଙ୍କୁ ଆଉ ଏକ ସ୍ୱାଧିନତା ସଂଗ୍ରାମ ଲଢ଼ିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ଶ୍ରୀ ଦେବରାଜନ୍ ନିଜ ବକ୍ତବ୍ୟରେ ଆହ୍ୱାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଆମ ସମାଜରେ ଜାତି, ଧର୍ମର ବୈଷମ୍ୟତା ରହିବା କାରଣରୁ ସାମାଜିକ ଓ ଅର୍ଥନୈତିକ ଭାବରେ ଅନଗ୍ରସର ବ୍ୟକ୍ତିମାନଙ୍କର ବିକାଶ ସମ୍ଭବପର ହୋଇପାରୁ ନାହିଁ ବୋଲି ନିଜ ବକ୍ତବ୍ୟରେ ଅଭିଯୋଗ କରିଥିଲେ । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଉତ୍କଳ ଜନନୀର ସମ୍ପଦ ଆଜି ସମୂର୍ଣ୍ଣଭାବେ କିଛି କମ୍ପାନୀମାନଙ୍କ ଅକ୍ତିଆରକୁ ଚାଲିଯିବା ଫଳରେ ରାଜ୍ୟରେ ବେକାରୀ, ଦାଦନ ଆଦି ସମସ୍ୟା ଉଗ୍ରରୂପ ନେଇଛି ବୋଲି ପ୍ରକାଶ କରିବା ସହ ନେତାଜୀ ସୁଭାଷଙ୍କ ମାର୍ଗରେ ରାଜ୍ୟର ଯୁବପିଢ଼ୀ ସାମାଜିକ ବୈଷମ୍ୟତା ଦୂର କରିବା ସହ ପ୍ରାକୃତିକ ସମ୍ପଦର ସଫଳ ବିନିଯୋଗ କରି ବେକାରୀର ବିଲୁପ୍ତି ଦାବୀରେ ଜନଆନ୍ଦୋଳନ ଗଢ଼ୀତୋଳିବାକୁ ଆହ୍ୱାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସି.ପି.ଆଇ. ନେତା ଆଶିଷ କାନୁନ୍‌ଗୋ, ସି.ପି.ଏମ୍‌. ନେତା ସୁରେଶ ପାଣିଗ୍ରାହୀ, ସି.ପି.ଆଇ. (ଏମ୍‌.ଏଲ୍‌.) ଲିବରେଶନ୍ ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ସମତାକ୍ରାନ୍ତୀ ଦଳର ରାଜ୍ୟ ସମ୍ପାଦକ ପ୍ରଭାସ ସାମନ୍ତରାୟ, ସି.ପି.ଆଇ. (ଏମ୍‌. ଏଲ୍‌) ରେଡ଼ଷ୍ଟାର ର ରାଜ୍ୟ ସମ୍ପାଦିକା କମ୍ରେଡ଼୍‌ ପ୍ରମିଳା , ଏନ୍‌.ସି.ପି. ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ ପ୍ରମ୍ମୁଖ ବକ୍ତବ୍ୟ ରଖି ସୁଭାଷବାଦୀ ଦର୍ଶନ ହିଁ ଦେଶକୁ ଦୁର୍ଦ୍ଦଶାରୁ ରକ୍ଷାକରି ପାରିବ ବୋଲି ପ୍ରକାଶ କରିବା ସହ ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଠନ ପାଇଁ ଯୁବ ବର୍ଗ ସଙ୍କଳ୍ପବଦ୍ଧ ହେବାକୁ ନିଜ ବକ୍ତବ୍ୟରେ ଆହ୍ୱାନ କରିଥିଲେ ।

ଆଜି ମିଥ୍ୟା ଦେଶପ୍ରେମର ଦ୍ୱାହୀ ଦେଇ ଆମ ଦେଶର ସରକାର ରାଷ୍ଟ୍ରାୟାତ ଉଦ୍ୟୋଗଗୁଡିକୁ ଶାଗମାଛ ଦରରେ ଦେଶୀବିଦେଶୀ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଛନ୍ତି । ଯାହା ଫଳରେ ଦେଶର ଜନଗଣ ଆଉ ଏକ ପରାଧିନତା ଆଡକୁ ମୁହାଁଉଛନ୍ତି ବୋଲି ପ୍ରକାଶ କରିଥିଲେ । ସମାରୋହର ପ୍ରାରମ୍ଭରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ନେତାଜୀ ଭବନରେ ପହଂଚି ନେତାଜୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ । ଫରୱାର୍ଡ଼ ବ୍ଲକ୍ ର ରାଜ୍ୟ ନେତା ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ପ୍ରତ୍ୟୁଷରେ ଫରୱାର୍ଡ଼ ବ୍ଲକ୍ ଓ ଆଜାଦ୍ ହିନ୍ଦ୍ ବାହିନୀର ସାଥୀମାନେ ରସୁଲଗଡ଼ ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

August 23, 2026
ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

August 23, 2026
India’s First Women Mount Yunam Expedition Team Meets Assembly Speaker

India’s First Women Mount Yunam Expedition Team Meets Assembly Speaker

August 23, 2026
ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

August 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

August 23, 2026
ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

August 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version