• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରବି କାର୍ଯ୍ୟକ୍ରମ ୨୦୨୩-୨୪ ନିମନ୍ତେ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ

Proprietor Abhimanyu Maharana by Proprietor Abhimanyu Maharana
October 22, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରବି କାର୍ଯ୍ୟକ୍ରମ ୨୦୨୩-୨୪ ନିମନ୍ତେ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ
Share on FacebookShare on TwitterWhatsapp

 ଡାଲି ଓ ତୈଳବୀଜ ଫସଲକୁ ପ୍ରୋତ୍ସାହନ

 ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମିର ଉପଯୋଗ

 ରବି ୨୦୨୩-୨୪କୁ ପ୍ରାଥମିକତା ପ୍ରଦାନ

୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ୨୦୨୩-୨୪ ନିମନ୍ତେ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇଯାଇଛି । ଫସଲର କାର୍ଯ୍ୟାନ୍ୱୟନକୁ ସମୀକ୍ଷା ଓ ମୂଲ୍ୟାୟନ କରିବା ସହିତ କୃଷିକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ । ସମ୍ମିଳନୀରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ରାଜ୍ୟର କୃଷି ବିଶ୍ୱବିଦ୍ୟାଳୟ, ଆଇସିଏଆର୍‌ ଏବଂ ସିଜିଆଇଏଆର୍‌ ପ୍ରଭୂତି ପ୍ରତିଷ୍ଠାନର ପ୍ରତିନିଧିମାନେ ବିଭିନ୍ନ ବୈଷୟିକ ଦିଗ ସଂପର୍କରେ ଆଲୋଚନା କରିଥିଲେ ।

ସମ୍ମିଳନୀରେ ରବି କାର୍ଯ୍ୟକ୍ରମ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ରବି ୨୦୨୩-୨୪ କାର୍ଯ୍ୟକ୍ରମରେ ବିଭିନ୍ନ ଫସଲ ଅଧୀନରେ ଓଡ଼ିଶାରେ ପ୍ରାୟ ୨୮.୧୪ ଲକ୍ଷ ହେକଫର ଜମିରେ ରବିଚାଷ କରାଯିବ । ଏଥି ମଧ୍ୟରୁ ୧୪.୩୪ ଲକ୍ଷ ହେକଫର ଜମିରେ ଡାଲି ଜାତୀୟ ଫସଲ, ୩.୭୩ ଲକ୍ଷ ହେକଫର ଜମିରେ ତୈଳବୀଜ, ୫.୩୯ ହେକଫର ଜମିରେ ପନିପରିବା, ୧.୧୩ ଲକ୍ଷ ହେକଫର ଜମିରେ ମସଲା ଚାଷ ଏବଂ ୦.୩ ଲକ୍ଷ ହେକଫର ଜମିରେ ଆଖୁ ଚାଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ଦ୍ୱାରା ୧୯.୩୯ ଲକ୍ଷ ମେଟି୍ରକ୍‌ ଟନ ଖାଦ୍ୟଶସ୍ୟ, ୭.୫୩ ଲକ୍ଷ ମେଟି୍ରକ୍‌ ଟନ୍‌ ଡାଲି ଏବଂ ୪.୧୮ ଲକ୍ଷ ମେଟି୍ରକ୍‌ ଟନ୍‌ ତୈଳବୀଜ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ।

ରବି କାର୍ଯ୍ୟକ୍ରମର ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ହେଲା- ରବି କାର୍ଯ୍ୟକ୍ରମରେ ଜଳସେଚନର ବ୍ୟବହାରକୁ ବୃଦ୍ଧି କରିବା, ରାଇସ୍‌ ଫାଲୋ ମ୍ୟାନେଜ୍‌ମେଣ୍ଟ ମାଧ୍ୟମରେ ଧାନ ପରବର୍ତ୍ତୀ ପଡ଼ିଆ ଜମିରେ ଡାଲି ଓ ତୈଳବୀଜ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ଓ ଡେଲଟା କମାଣ୍ଡ ଅଞ୍ଚଳରେ ବ୍ଲକ୍‌ ନିମନ୍ତେ ନିର୍ଦ୍ଦିଷ୍ଟ କୃଷି କାର୍ଯ୍ୟ ଖସଡ଼ାକୁ ରୂପାୟିତ କରିବା । ସମ୍ମିଳନୀକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରବି କାର୍ଯ୍ୟକ୍ରମ ରାଜ୍ୟ ଅର୍ଥନୀତି ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଓ ଯୋଜନା ଯୋଗୁ ଓଡ଼ିଶା ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି । ଜଳବାୟୁର ପରିବର୍ତ୍ତନ ଓ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଫସଲର ବିବିଧିକରଣ, ସମନ୍ୱିତ କୃଷି, ରାଇସ୍‌ ଫାଲୋ ମ୍ୟାନେଜ୍‌ମେଣ୍ଟ, ଡାଲି ଓ ତୈଳବୀଜ, ପନିପରିବା ଆଦି ଅର୍ଥକରୀ ଫସଲ ଚାଷକୁ ଉତ୍ସାହିତ କରାଯାଉଛି ।

ରାଜ୍ୟରେ ଉପଲବ୍ଧ ଜଳସେଚନ ସୁବିଧାର ସମୁଚିତ ଉପଯୋଗ କରି ରବି ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ସଂପୃକ୍ତ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ପୂର୍ବରୁ ନିଅଣ୍ଟିଆ ରାଜ୍ୟ ଥିବା ଆମ ରାଜ୍ୟ ଓଡ଼ିଶା ଏବେ ପ୍ରମୁଖ ଖାଦ୍ୟଶସ୍ୟ ରପ୍ତାନୀକାରୀ ରାଜ୍ୟ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଧାନ ଚାଷ ସହିତ ଅଣଧାନ ଫସଲ ଯଥା- ଡାଲି ଓ ତୈଳବୀଜ ଜାତୀୟ ଫସଲ କରି ଫସଲ ବିବିଧିକରଣ ଏବଂ ଜଳବାୟୁ ପରବର୍ତ୍ତନକୁ ଦୃଷ୍ଟିରେ ରଖି କ୍ଲାଇମେଟ୍‌ ସ୍ମାର୍ଟ ଏଗ୍ରିକଲଚର କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ରାଜ୍ୟ ସରକାର ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରି ଜଳ ସଂରକ୍ଷଣ ଓ ଜଳସେଚନ ବ୍ୟବସ୍ଥା କରୁଛନ୍ତି । କୃଷି କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ପ୍ରତ୍ୟେକ ବୁନ୍ଦା ଜଳ ଯେପରି ଠିକ୍‌ ଭାବେ ବ୍ୟବହୃତ ହୁଏ, ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ରାଜ୍ୟ କୃଷି ନୀତି ‘ସମୃଦ୍ଧି’ କୃଷକମାନଙ୍କ ଆର୍ଥିକ ବିକାଶରେ ସହାୟକ ହୋଇଛି ଏବଂ ବୈଜ୍ଞାନିକ ପ୍ରଣାଳୀ ଓ ତଥ୍ୟଭିତ୍ତିକ ଉପଯୋଗରେ ଓଡ଼ିଶାର କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇପାରିଛି ।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ଆଦିର ବିକାଶ ପାଇଁ କୃଷକ, ସମସ୍ତ ଅଧିକାରୀ ଏବଂ ଅଂଶୀଦାରମାନଙ୍କ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧିକ ଉତ୍ପାଦିକତା ନିମନ୍ତେ ନିଶ୍ଚିତ ଜଳସେଚନ ଏକ ପ୍ରମୁଖ ଅଙ୍ଗ । ଏଥି ନିମନ୍ତେ ରବି କାର୍ଯ୍ୟକ୍ରମରେ ଏହାକୁ ପ୍ରାଥମିକତା ପ୍ରଦାନ କରାଯାଇଛି । ରବି କାର୍ଯ୍ୟକ୍ରମ ୨୦୨୩-୨୪ ଅନୁଯାୟୀ ଜଳସଂପଦ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଜଳସେଚନ ନିମନ୍ତେ ସଠିକ୍‌ ସମୟରେ ଓ ପର୍ଯ୍ୟାପ୍ତ ପରିମାଣର ଜଳଯୋଗାଣକୁ ସୁନିଶ୍ଚିତ କରାଯିବ । ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।

ରାଇସ୍‌ ଫାଲୋ ମ୍ୟାନେଜ୍‌ମେଣ୍ଟ ଅଧୀନରେ ୧,୩୦,୦୦୦ ହେକଫର ଜମିର ଅମ୍ଳ ମାଟିର ପରିଚାଳନା, ଏନ୍‌ଏଫ୍‌ଏସ୍‌ଏସ୍‌ ଯୋଜନାରେ ଡାଲି ଓ ତୈଳବୀଜ, ଜାତୀୟ ଉଦ୍ୟାନ କୃଷି ମିଶନ, ପଣସ ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ଓ ଆଇଆଇପିସିଆର୍‌ଏ ଯୋଜନାକୁ ଗୁରୁତ୍ୱ ପ୍ରଦାନ କରାଯିବା ସମେତରାଜ୍ୟ ସରକାରଙ୍କ ପରିଚାଳିତ କାର୍ଯ୍ୟକ୍ରମ ଓଡ଼ିଶା ମିଲେଟ୍‌ ମିଶନ, କୃଷି ଯାନ୍ତ୍ରିକୀକରଣ, ଜଳନିଧି ଓ ଅନ୍ୟ କାର୍ଯ୍ୟକ୍ରମ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯାଇ କୃଷକମାନଙ୍କର ଆୟବୃଦ୍ଧି କରିବାକୁ ଗୁରୁତ୍ୱ ଦିଆଯାଉଛି ।

ରାଜ୍ୟର କୃଷକମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ପ୍ରତି ଲୋକପି୍ରୟତା ବୃଦ୍ଧି ପାଉଛି । ଅଧିକ ସଂଖ୍ୟକ କୃଷକ ଉନ୍ନତ ଜ୍ଞାନକୌଶଳ ପଦ୍ଧତି ଅବଲମ୍ବନ କରୁଛନ୍ତି ଏବଂ ଅଧିକ ଆୟ ହେତୁ ଉଦ୍ୟାନ କୃଷି ଫସଲକୁ ଆପଣାଉଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଉଦ୍ୟାନ କୃଷି କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ପ୍ରମୁଖତା ପ୍ରଦାନ କରୁଛନ୍ତି । ବିଭିନ୍ନ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ଯଥା-ମିଶନ ଫର ଇଣ୍ଟିଗ୍ରେଟେଡ୍‌ ଡେଭ୍‌ଲପ୍‌ମେଣ୍ଟ ଅଫ୍‌ ହର୍ଟିକଲଚର (Mଔଉଓ) ଜାତୀୟ ଉଦ୍ୟାନ କୃଷି ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ନ୍ୟାସନାଲ୍‌ ମିଶନ୍‌ ଅନ୍‌ ଏଡିବୁଲ୍‌ ଅଏଲ୍‌-ଅଏଲ୍‌ ପାମ୍‌ (କ୍ତMଊକ୍ସ-କ୍ସP) ଏବଂ ରାଜ୍ୟ ଯୋଜନାର ଅନ୍ତର୍ଭୁକ୍ତ ଆଳୁ, ପନିପରିବା ଏବଂ ମସଲା ଓ ସ୍ୱତନ୍ତ୍ର ଫଳ ନିର୍ଦ୍ଦିଷ୍ଟ ଯୋଜନାକୁ ନିୟମିତ ପର୍ଯ୍ୟବେକ୍ଷଣ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି ।

କୃଷିର ବିକାଶ ଦିଗରେ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ । ଫାର୍ମ ପଣ୍ଡ ପ୍ଲସ୍‌, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌), ରେନ୍‌ଫେଡ୍‌ ଏରିଆ ଡେଭଲପ୍‌ମେଣ୍ଟ, ଓଡ଼ିଶା ମିନେରାଲ୍‌ ବିଅରିଂ ଏରିଆ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ୍‌ (କ୍ସMଇଅଉଈ) ଜିଲ୍ଲା ଖଣିଜ ପାଣ୍ଠି, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ଅଧୀନରେ ଜଳବିଭାଜିକା ଉନ୍ନୟନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଝୋଲାକୁଣ୍ଡି ଇତ୍ୟାଦି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ନିୟମିତ ପର୍ଯ୍ୟବେକ୍ଷଣ କରାଯାଉଛି ।

ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ରବି ଫସଲ ନିମନ୍ତେ ଜିଲ୍ଲାର କୃଷି ପରିବେଶ ଅନୁଯାୟୀ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବା ପାଇଁ ରବି ସର୍କୁଲାର ଜାରି କରାଯାଇଛି । ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ‘ରବି କାର୍ଯ୍ୟକ୍ରମ ୨୦୨୩-୨୪’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ । ଶେଷରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ବୈଷୟିକ ଅଧିବେଶନରେ ରବି କାର୍ଯ୍ୟକ୍ରମ ନେଇ ବିଭିନ୍ନ ବିଷୟ ଉପରେ ବିଶଦ ଆଲୋଚନା ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

August 23, 2026
ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

August 23, 2026
India’s First Women Mount Yunam Expedition Team Meets Assembly Speaker

India’s First Women Mount Yunam Expedition Team Meets Assembly Speaker

August 23, 2026
ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

August 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

August 23, 2026
ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

August 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version