No Result
View All Result
୧୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆଗ, ଉଦୟଗିରି :-> ନୁଆଗଡ ବ୍ଳକ ସଦରମହକୁମା ସ୍ଥିତି ଲକ୍ଷ୍ମୀନୃସିଂହ ନୋଡାଲ ବିଦ୍ୟାପାଠ ପରିସରେ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓଡିଶା ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ଲୋକନାଥ ଶବର, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସରୋଜିନୀ ରଇତ, ସମିତିସଭ୍ୟ ସୁଚିତା ଭୂୟାଁ, ପ୍ରଧାନ ଶିକ୍ଷକ ଶୁସାନ୍ତ କୁମାର ବେହେରା, ମହେନ୍ଦ୍ର କୁମାର ସାହୁ ଏବଂ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ମଣ୍ଡଳ, ଏବିଇଓ ଲିଙ୍ଗରାଜ କାର୍ଜୀ ଯୋଗ ଦେଇଥିଲେ । ଆୟୋଜିତ ବିଭିନ୍ନ ପ୍ରତିଯୋଗିତା କୃତି ପ୍ରତିଯୋଗିଙ୍କୁ ପୁରସ୍କାର କରାଯାଇଥିଲା । ବ୍ଳକସ୍ତରରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲା ସ୍ତରିୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ପୂର୍ବରୁ ବ୍ଳକର ୯ଟି କ୍ଳଷ୍ଟରସ୍ତରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟେକ କ୍ଳଷ୍ଟରସ୍ତରରେ ଛାତ୍ରଛାତ୍ରୀଙ୍କୁ ନେଇ ବିତର୍କ,ପ୍ରବନ୍ଧ, କୁଇଜ, ଚିତ୍ରୀଙ୍କନ, ବକ୍ତୁତା,ସଙ୍ଗୀତ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ମିଲେ୍ଟ ମିଶନ ଏବଂ ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭଲି ମୋଟ ୧୨ଟି ବିଷୟରେ ପ୍ରତିଯୋଗିତା ହୋଇଥିଲା । କ୍ଳଷ୍ଟରସ୍ତରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିତାଙ୍କୁ ସାମଲ କରି ବ୍ଳକସ୍ତରରେ ୧୨ଟି ବିଷୟବସ୍ତୁକୁ ନେଇ ପ୍ରତିଯୋଗିତା କରାଯାଇଥିଲା । ବ୍ଳକସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ସିଆରସିସି ଶିକ୍ଷକ ପରିଚାଳନା କରିଥିଲେ । ଏବିଇଓ ଶ୍ରୀ କାଯୀ ମୁଖ୍ୟ ଆୟଜନ କରିଥିବା ବେଳେ ବିଇଓ ଅଫିସ କର୍ମଚାରୀ ଓ ସିଆରସିସି ସହଯୋଗ କରିଥିଲେ । ବ୍ଳକ ନୁତନ ଶିକ୍ଷକ ସଭାପତି ଶିକ୍ଷକ ଯଶୋବନ୍ତ ରଇତ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result