No Result
View All Result
୧୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଅଞ୍ଚଳ ଏବଂ ବୃହତ୍ତମ ବ୍ଲକ ଅଟେ। ଓଡ଼ିଶା ର ରାଜଧାନୀ ଠାରୁ କୋରାପୁଟ ପର୍ଯ୍ୟନ୍ତ ଯିବାକୁ ହେଲେ ଏହି ରାସ୍ତା ଦେଇ ଯିବାକୁ ପଡ଼େ। ବହୁ ସମୟରେ ଏହି ଅଞ୍ଚଳରେ ଥିବା ଏସିଆ ମହାଦେଶର ସର୍ବବୃହତ ବୌଦ୍ଧ ଧର୍ମର ମନ୍ଦିର ଅଞ୍ଚଳରେ ଅବସ୍ଥିତ। ଅନେକ ସମୟରେ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି। ସେମାନଙ୍କ ସୁବିଧା ସହ ଯାତ୍ରୀ ମାନଙ୍କ ଖାଇବା ଏବଂ ରହିବା ପାଇଁ ସେପରି କୌଣସି ସୁବିଧା ନଥିଲା ।

ତାହାକୁ ଦୃଷ୍ଟିରେ ରଖି ମୋହନାର ହୋଟେଲ ବ୍ୟବସାୟୀ ରବି କୁମାର ସାମନ୍ତରା ଏକ ବିଳାସ ପୂର୍ଣ୍ଣ ହୋଟେଲ ଓ ଲର୍ଜ ଆରମ୍ଭ କରିଛନ୍ତି। ଆଜି ସାଂସଦ ଚନ୍ଦ୍ର ଶେଖର ସାହୁ ଆଡମ୍ବର ସହ ଉଦଘାଟନ କରିଛନ୍ତି। ଏହି ଉତ୍ସବ ରେ ବିଜେଡି ଜିଲ୍ଲା ଉପ ସଭାପତି ଦଣ୍ଡାସି ସାହୁ, ମୋହନାର ବିଶିଷ୍ଟ ବ୍ୟବସାୟୀ ପ୍ରକାଶ ଚନ୍ଦ୍ର ସାହୁ, ଯୋଗେନ୍ଦ୍ର ସାହୁ, ଫିରୋଜ ପଟ୍ଟନାୟକ, ମଧୁ ନାୟକ, ଜଗନ୍ନାଥ ଦାସଙ୍କ ସମେତ ବହୁ ଅତିଥି ମାନଙ୍କ ଉପସ୍ଥିତିରେ ଉନ୍ମୋଚନ ହୋଇଥିଲା।

No Result
View All Result