• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵ ଥିଲେ

Proprietor Abhimanyu Maharana by Proprietor Abhimanyu Maharana
October 20, 2023
in ଓଡ଼ିଶା, ମହାନଗର, ହୋମ୍
0
ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵ ଥିଲେ
Share on FacebookShare on TwitterWhatsapp

ସ୍ବର୍ଗତଃ ଇଂଜିନିୟରଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

୧୯ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଇଞ୍ଜିନିୟର ସ୍ବର୍ଗତଃ ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତାଙ୍କର ମହତ ଜୀବନ ଏବଂ ଉତ୍ତମ ଆଦର୍ଶ ଯୁଗ ଯୁଗ ପାଇଁ ଆମର ଭବିଷ୍ୟତ ପୀଢ଼ି କୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇ ଚାଲିଥିବ । ଏକାଧାରରେ ସେ ଜଣେ ସରଳ, ନିଷ୍ଠାପର, ସଚ୍ଚୋଟ, କର୍ମଠ, କର୍ତ୍ତବ୍ୟନିଷ୍ଠ, ସତ୍ୟବାନ, ଦାୟୀତ୍ୱଶୀଳ, ଶୃଙ୍ଖଳିତ, ଧାର୍ମିକ, ପରୋପକାରୀ, ଦରଦୀ ଏବଂ ମିଷ୍ଟଭାଷୀ ମଣିଷ ଥିଲେ । ନିଜକୁ ସେ ସୁସ୍ଥ, ସଂଯତ ଓ ସକ୍ଷମ ରଖି ତାଙ୍କ ପରିବାରର ଉଚ୍ଚକୋଟିର ଲାଳନ ପାଳନ କରିବା ସାଙ୍ଗକୁ ସାହି ପଡିଶା ଓ ସମାଜ ପ୍ରତି ତାଙ୍କର ଉତ୍ତରଦାୟୀତ୍ୱକୁ ଖୁବ ନିଷ୍ଠାର ସହିତ ନିର୍ବାହ କରି ଆସିଥିଲେ । ବିପଦ, ଆପଦ ଓ ପ୍ରାକୃତିକ ଦୁର୍ବିପାକ ସମୟରେ ସେ ସଦାସର୍ବଦା ଦୁର୍ଦ୍ଦଶାଗ୍ରସ୍ତ ତାଙ୍କର ଗ୍ରାମବାସୀମାନଙ୍କ ପାଖରେ ଛିଡ଼ା ହେଉଥିଲେ ଓ ଯଥାସମ୍ଭବ ସେମାନଙ୍କୁ ସହାୟତା ପ୍ରଦାନ କରୁଥିଲେ । ସ୍ବର୍ଗତଃ ରଥ ୧୯୩୭ ମସିହା ଅପ୍ରେଲ ୨୫ ତାରିଖରେ କଟକ ଜିଲ୍ଲାର ଆଠଗଡ ତହସିଲ ଅନ୍ତର୍ଗତ କଟିକିଆ ସାହି ଗ୍ରାମ ପଞ୍ଚାୟତରର ପାଟେଣି ଗାଁ ରେ ଜନ୍ମ ଗ୍ରହଣ କରିଥିଲେ ।

ବାଳୁତ ଅବସ୍ଥାରେ ପିତାଙ୍କ ଅକାଳ ବିୟୋଗ ଯୋଗୁଁ ସେ ନାନା ପ୍ରକାର ପ୍ରତିବନ୍ଧକର ସାମ୍ନା କରିଥିଲେ। କିନ୍ତୁ ନିଜର ଏକନିଷ୍ଠ ଅଧ୍ୟବସାୟ, ଦୁଇବଡ଼ ଭାଈ ଓ କକାଙ୍କର ସହାୟତା ଫଳରେ ସେ ତାଙ୍କର ପାଠ ପଢିବା ଚାଲୁ ରଖିଥିଲେ । ୧୯୫୯ ମସିହାରେ ପୂର୍ଣ୍ଣଚନ୍ଦ୍ର ନିଜ ଗାଁର ପ୍ରଥମ ଛାତ୍ର ଭାବରେ ଉଭୟ ବିଜ୍ଞାନ ଓ ସିଭିଲ ଇଂଜିନିୟରିଂ ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ଜଣେ କୁଶଳୀ ଯନ୍ତ୍ରୀ ଭାବରେ ଓଡ଼ିଶା ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କରି ବହୁଭାବେ ପ୍ରଶଂସା ଭାଜନ ହୋଇଥିଲେ । ୧୯୬୫ ମସିହାରେ ସେ ବିଶିଷ୍ଟ ନାରୀ ନେତ୍ରୀ ଏବଂ ଯଶସ୍ୱୀ ସମାଜସେବୀ ଦୟାମୟୀ ରଥ ଙ୍କୁ ଵିଵାହ କରିଥିଲେ। ଶ୍ରୀମତୀ ଦୟାମୟୀ କେବଳ ତାଙ୍କର ଜୀବନ ସାଥି ଥିଲେ ତାହା ନୁହେଁ, ସେ ଆଠଗଡ ଇଲାକା ପାଇଁ ତାଙ୍କ ସହିତ ମିଶି ଆଲୋକ ବର୍ତ୍ତିକାର ସ୍ୱରୂପ ସାଜିଥିଲେ ।

ସିଭିଲ ଇଂଜିନିୟରିଂ ଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କୁ ଓଡ଼ିଶାର ଘରେ ଘରେ ପଂହୁଞ୍ଚାଇବା ପୂର୍ଣ୍ଣ ଚନ୍ଦ୍ର ଙ୍କର ପରମ ଲକ୍ଷ୍ୟ ଥିଲା। ତାଙ୍କ ଦ୍ୱାରା ରଚିତ “ବାସକଳା” ପୁସ୍ତକ ସାଧାରଣ ଓଡ଼ିଆଙ୍କ ପାଇଁ ସ୍ବଗୃହ ନିର୍ମାଣରେ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରାଯିବା ଦିଗରେ ଏକ ପକ୍କା ମାର୍ଗ ଦର୍ଶକ ଭାବରେ ପ୍ରସିଦ୍ଧି ହାସଲ କରିଛି । ବୋଧଗମ୍ୟ ଓଡ଼ିଆ ଭାଷାରେ ଲିଖିତ ଏହି କାଳଜୟୀ ପୁସ୍ତକ ଯୁଗାନ୍ତକାରୀ ଆଖ୍ୟା ଅର୍ଜ୍ଜନ କରିଛି । ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ରଥ ଙ୍କର ପାଣ୍ଡିତ୍ୟ କେବଳ ଇଂଜିନୀୟରିଂ ବିଦ୍ୟା ମଧ୍ୟରେ ସୀମିତ ନ ଥିଲା । ଓଡ଼ିଶାର ଇତିହାସ, ଭାରତୀୟ ସଂସ୍କୃତି ଏଵଂ ଐତିହ୍ୟ ତଥା ବିଶ୍ଵସ୍ତରୀୟ ସୃଜନଶୀଳ କଳା ଉପରେ ମଧ୍ୟ୍ୟ ସେ ବେଶ ଅନୁସନ୍ଧାନ ଓ ଅନୁଶୀଳନ କରିଥିଲେ। ଜଣେ ପ୍ରଖ୍ୟାତ ଲେଖକ ହେବା ସାଙ୍ଗକୁ ସେ ଜଣେ ସୁଦକ୍ଷ ଚିତ୍ରଶିଳ୍ପୀ ମଧ୍ୟ ଥିଲେ। ପ୍ରକୃତରେ ନିଜର ନାମର ଯଥାର୍ଥତା କୁ ପ୍ରମାଣ କରି ପୂର୍ଣ୍ଣ ଚନ୍ଦ୍ର ଗୁଣ, ଜ୍ଞାନ ଓ ଗାରିମା ରେ ପୂର୍ଣ୍ତତା ଅର୍ଜ୍ଜନ କରିଥିଲେ I

୨୦୨୦ ମସିହା ଅକ୍ଟୋବର ୧୫ ତାରିଖରେ ୮୪ବର୍ଷ ବୟସରେ ଇଂ. ପୂର୍ଣ୍ଣଚନ୍ଦ୍ର ରଥ ଇହଲୀଳା ସମ୍ବରଣ କରିଛନ୍ତି। ସୁଖର କଥା ଯେ ସମାଜ ପ୍ରତି ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ରଥଙ୍କର ଅମୂଲ୍ୟ ଓ ଅତୁଳନୀୟ ଯୋଗଦାନ ତଥା ସେ ଛାଡ଼ିଥିବା ସ୍ବର୍ଣ୍ଣାଭ ପରମ୍ପରା କୁ ତାଙ୍କର ସୁଯୋଗ୍ୟ ଦାୟାଦ ଜ୍ୟେଷ୍ଠ ପୁତ୍ର ପ୍ରସିଦ୍ଧ ଶିକ୍ଷାବିତ ଡ଼ଃ.ପ୍ରଭାତ କୁମାର ରଥ, ଆବୁଧାବୀରେ ଅବସ୍ଥାପିତ କନିଷ୍ଠ ପୁତ୍ର ସୁନାମଧନ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥ, ସୁପୁତ୍ରୀ ଡ଼ଃ.ପଦ୍ମାଲୟା ରଥ, ପୁତ୍ରବଧୁ ପ୍ରିୟମ୍ବଦା ରଥ, ବହ୍ନିପ୍ରଭା ରଥ ଓ ଜ୍ୱାଇଁ ଡ଼ଃ ଶିବ ନାରାୟଣ ପ୍ରମୁଖ ସକ୍ରୀୟ ଭାବେ ବଜାୟ ରଖିଛନ୍ତି । ସ୍ବର୍ଗତଃ ପୂର୍ଣ୍ଣ ଚନ୍ଦ୍ର ରଥଙ୍କର ଜୀବ ଶରୀର ଆଜି ଆମ ନିକଟରେ ନାହିଁ, କିନ୍ତୁ ତାଙ୍କର ଜୀବନ୍ତ ସ୍ମୃତି ଆମ ମାନସ ପଟରେ ସଦାସର୍ବଦା ଅବିସ୍ମରଣୀୟ ହୋଇ ରହିଛି ଏବଂ ରହିଥିବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ପୋଲିସ୍ କୁ ମିଳିଛି ବଡ଼ ସଫଳତା..

ପାରଳାଖେମୁଣ୍ଡି ପୋଲିସ୍ କୁ ମିଳିଛି ବଡ଼ ସଫଳତା..

August 23, 2026
ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

August 23, 2026
ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

August 23, 2026
India’s First Women Mount Yunam Expedition Team Meets Assembly Speaker

India’s First Women Mount Yunam Expedition Team Meets Assembly Speaker

August 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ପୋଲିସ୍ କୁ ମିଳିଛି ବଡ଼ ସଫଳତା..

ପାରଳାଖେମୁଣ୍ଡି ପୋଲିସ୍ କୁ ମିଳିଛି ବଡ଼ ସଫଳତା..

August 23, 2026
ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

ଆଳନ୍ଦିଆ ଗାମୁଛାର ଐତିହ୍ୟ ସୁରକ୍ଷା ସହ ବୁଣାକାରଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱ

August 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version