୧୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ସାରା କଟକ ଜିଲ୍ଲା ରେ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିବା ବେଳେ ସାଧାରଣ ଲୋକଙ୍କ ପାଖରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମ ପାଇଁ ମାହାଙ୍ଗା ବ୍ଲକ କୁଆଁପାଳ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବିପୁଳ ଜନସମାଗମ ହୋଇଥିଲା । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ମାହାଙ୍ଗା ବ୍ଲକର ୩୭ ଟି ପଞ୍ଚାୟତର ୧୮ କୋଟି ୫୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକାଳରେ ୫ଶହ ୩୨ଟି ବିଭିନ ପ୍ରକଳ୍ପ ତିଆରି କରିବା ପାଇଁ ଯୋଜନା କରାଯାଇଛି ମାହାଙ୍ଗା ବ୍ଲକ କୁଆଁପାଳ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟମନ୍ତ୍ରୀଙ୍କ ଏହି ଅଭାସି କାର୍ଯ୍ୟକ୍ରମ କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ

ଏକ ବିଶାଳ ଏଲସିଡ଼ିର ବ୍ୟବସ୍ଥା କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ମାହାଙ୍ଗା ର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟl ଦୀପା ମଲ୍ଲିକ ଉପାଧ୍ୟାକ୍ଷ ସତ୍ୟନାରାୟଣ ମହାନ୍ତି ମାହାଙ୍ଗା ବ୍ଲକ ବିଡ଼ିଓ ଅମିୟ ରଞ୍ଜନ ପଣ୍ଡା ଚାରେଟି ଜୋନଂର ଜିଲ୍ଲାପରିଷଦ ଉପସ୍ଥିତ ଥିବା ବେଳେ ୩୭ ଟି ପଞ୍ଚାୟତର ସରପଞ୍ଚ, ପିଏସ୍ସ ମେମ୍ବର ଏବଂ ବିପୁଳ ସଂଖ୍ୟା ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ଓ ଜନ ସାଧାରଣ ଯୋଗ ଦେଇଥିଲେ.















