No Result
View All Result
୧୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଆର, ଉଦୟଗି ବ୍ଳକ ଛଛେଳିଗଡରେ ହେବାକୁଥିବା ଜଳ ପ୍ରକଳ୍ପକୁ ବିରୋଧ କରି ବୁଡି ଅଞ୍ଚଳର ବିସ୍ଥାପିତଙ୍କ ଓ ସଂଗ୍ରାମ ମଞ୍ଚ ତରଫରୁ ଏକ ମହାମେଳି ଚଡିଆପଦାରେ ଅନୁଷ୍ଠିତ ହୋଇଥିଲା । ଏହି ମେଲିରେ ୨୪ ଖଣ୍ଡ ଗ୍ରାମର ବିଡି ଅଞ୍ଚଳବାସୀ ଓ ଆଂଶିକ ବୁଡି ଅଞ୍ଚଳର ଶତାଧିକ ପୁରୁଷ ମହିଳା ଯୋଗଦେଇ ନିଜର ସମସ୍ୟା ଓ କିପରି ଏହାର ସମାଧାନ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ବିସ୍ଥାପିତଙ୍କୁ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଦେଇଥିବା ପ୍ରତିଶୃତି କେବଳ ପ୍ରତିଶୃତିରେ ସୀମିତ ରହିଛି । ଏପରିକି ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇ ଲୋକଙ୍କୁ ଦସ୍ତଖତ କରି ସେମାନଙ୍କ ସମସ୍ତ ଜମି ହାତେଇଥିବା ବିସ୍ଥାପିତ ମାନେ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ବୁଡି ଅଞ୍ଚଳବାସୀ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ବହୁବାର ଜିଲ୍ଲାପାଳଙ୍କୁ ସଂଗ୍ରାମ ସମିତିର ସଦସ୍ୟଙ୍କୁ ଡାକି ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । କିନ୍ତୁ ପରବର୍ତ ସମୟରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସଂଗ୍ରାମ ସମିତିର ସଦସ୍ୟାମାନେ ଅଭିଯୋଗ କରିଛନ୍ତି । ବିସ୍ଥାପିତଙ୍କୁ ସ୍ମାର୍ଟ କଲୋନୀ, ଘରପଟା ଓ ଜଗା ଦେଇଥିବା କୁହାଯାଉଛି କିନ୍ତୁ ତାହା ବିଳମ୍ବତ ହେଉଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ କିଛି କୁଜି ନେତା ସକ୍ରୀୟ ହୋଇ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି ବିସ୍ଥାପିତଙ୍କ ସମସ୍ୟାରେ କୌଣସି ପରିବର୍ତନ ହେଉନି

ଏହାର ଅତିଶୀଘ୍ର ଏହି ସମସ୍ତ ସମସ୍ୟା ସମାଧାନ ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ଯଦି କର୍ତୃପକ୍ଷ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ତାହା ହେଲେ ଏକ ବଡଧରଣର ସଂଗ୍ରାମ ଓ ଆନ୍ଦୋଳନ ହେବ ବୋଲି ବିସ୍ଥାପିତ ସଂଗ୍ରାମ ସମତିର ସଭପତି ଚୈତନ୍ୟ ସାହୁ,ଉପସଭାପତି ଦିବାକର ରଣସିଂ ନାୟକ, ସମ୍ପାଦକ ଈଶ୍ବର ରଇତ, ଉପ ସମ୍ପାଦକ ଦଳେଇ, ଉପ ଦେଷ୍ଟା ରାମଚନ୍ଦ୍ର ରଣସିଂ ନାୟକ ମୂଖ୍ୟ ପର୍ବତନ ସଭପତି ଗଉର୍ବଧ ନାୟକଙ୍କ ନେତୃତ୍ବରେ ଆଲୋଚନା ହୋଇଥିଲା । ସେମାନେ ଆହୁରି କହିଛନ୍ତି ଯଦି ଏହାର କୌଣସି ସମାଧାନ ନ ହୁଏ ତାହାହେଲେ ସଂଗ୍ରାମ ସମିତି ଜିଲ୍ଲାପାଳ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି ।



No Result
View All Result