୧୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ :-> ଵେଗୁନିଆ ଵ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ଛତ୍ର ପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରୀନିବାସ ବାଘସିଂହ ଙ୍କ ସଭପତିତ୍ବରେ ଅନୁଷ୍ଠିତ ସଭା ରେ ନୂତନ ମୋ ସ୍କୁଲ କମିଟି ଗଠନ କରାଯାଇଛି । ଉକ୍ତ ସଭାରେ ପ୍ରାୟ ଶହେ ରୁ ଅଧିକ ପୂର୍ବତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଆଗାମୀ ଏକ ବର୍ଷ ପାଇଁ କର୍ମକର୍ତା ଚୟନ କରିଥିଲେ ।
ସଭାପତି ଭାବରେ ପଦ୍ମଚରଣ ମଙ୍ଗରାଜ, ଉପସଭାପତି ଶ୍ରୀନିବାସ ବାଘ ସିଂହ,ସମ୍ପାଦକ ସୁନୀଲ କୁମାର ସୁନ୍ଦରାୟ, ଆବାହକ ଶଶାଙ୍କ ଶେଖର ଦାସ, ସଭ୍ୟ ଅକ୍ଷୟ କୁମାର ଚମ୍ପ ତି, ସଭ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକ, ସଭ୍ୟା ବନିତା ସାମନ୍ତରାୟ, ଜଣେ ଶିକ୍ଷକ, ଜଣେ ପରିଚାଳନା କମିଟି ର ସଦସ୍ୟ,
ମୋଟ ନଅ ଜଣ ଦାୟିତ୍ଵ ନିର୍ବାହ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ପ୍ରୀତିଶ ବେଉରା, ଖେଳ ଶିକ୍ଷକ ଧନେଶ୍ଵର ଦଳାଇ ତଥା ପ୍ରତାପ ଚନ୍ଦ୍ର ମହାପାତ୍ର ଉକ୍ତ ସଭାରେ ସହଯୋଗ କରିଥିଲେ ।














