-
ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ସହ ଜୀବନରେ ପରିବର୍ତନ ଆଣିଛି ହେଫର୍ ଇଂଟରନ୍ୟାଶନାଲ ଓ କାର୍ଗିଲ୍ର ହ୍ୟାଚିଙ୍ଗ୍ ହୋପ୍ ଅଭିଯାନ
୧୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ହେଫର୍ ଇଂଟରନ୍ୟାଶନାଲ ବିଶ୍ୱ ଅଣ୍ଡା ଦିବସ ଅବସରରେ ପୋଲ୍ଟ୍ରି ବା କୁକଡା ଚାଷ ଉପରେ କେନ୍ଦ୍ରିତ ଏହାର ପରିବର୍ତନଶୀଳ ଅଭିଯାନକୁ ଓଡିଶାରେ ଗର୍ବର ସହ ପ୍ରଦର୍ଶିତ କରିଛି । କାର୍ଗିଲ୍ ସହିତ ଓଡିଶାରେ ହେଫର୍ର ଫ୍ଲାଗ୍ସିପ୍ ଅଭିଯାନ, ଦ ହ୍ୟାଚିଙ୍ଗ୍ ହୋପ୍ ପ୍ରୋଜେକ୍ଟ କୁକୁଡା ଉତ୍ପାଦନ, ଉପଯୋଗ ଓ ପ୍ରୋତ୍ସାହନ ମାଧ୍ୟମରେ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ୧୦୦ ମିଲିୟନ ଲୋକଙ୍କର ପୋଷଣ ଓ ଅର୍ଥନୈତିକ ଜୀବିକାକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି । ଭାରତରେ ଏହି ପ୍ରୋଗ୍ରାମ ଏହାର ୫ମ ବର୍ଷରେ ପରିଚାଳନା କରୁଛି ଏବଂ ଏହା କୁପୋଷଣକୁ ଦୂର କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି କରିଛି । ଏହା ଗ୍ରାମାଂଚଳର ମହିଳାମାନଙ୍କୁ ତାଲିମ୍ ଓ ସଂଶାଧନ ପ୍ରଦାନ କରି ସଶକ୍ତ କରୁଛି ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ପରିବେଶ ପ୍ରଭାବକୁ ୍ହ୍ରାସ କରୁଥିବା ଦକ୍ଷ କୁକୁଡା ଉତ୍ପାଦନ ଅଭ୍ୟାସ ଶିଖାଉଛି । କାର୍ଗିଲ୍ ଦ୍ୱାରା ସମର୍ଥିତ ହ୍ୟାଚିଙ୍ଗ୍ ହୋପ୍ ଭାରତର ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ପରିଚାଳିତ ହେଉଛି ଏବଂ ୨୦୧୮ରେ ଲଂଚ୍ ପରଠାରୁ ଉଲ୍ଲେଖନୀୟ ପ୍ରଗତି କରିଛି ।
ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ୩୦,୦୦୦ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିଛି, ୧୦ଟି ହାଚେରି ଓ ୩୦ଟି ଫିଡ୍ ମିଲ୍କୁ ସହଯୋଗ କରିବା ସହିତ ୩୦୦୦ ମଡେଲ ପୋଲ୍ଟ୍ରି ହାଉସ୍ର ବିକାଶ ଏବଂ ଓଡିଶାରେ ୨୦୦ରୁ ଅଧିକ କମ୍ୟୁନିଟି ଆଗ୍ରୋ ଭେଟେନାରୀ ଏଂଟ୍ରପ୍ରେନ୍ୟୋର୍ଙ୍କ ଏକ ଗୋଷ୍ଠୀକୁ ପ୍ରଶିକ୍ଷିତ କରିବାରେ ସହଯୋଗ କରିଛି । କାର୍ଗିଲ୍ରେ କର୍ପୋରେଟ୍ ଦାୟିତ୍ୱ ଓ ସ୍ଥାୟୀ ବିକାଶ ବିଭାଗ (ଏସିଆ ପାସିଫିକ୍)ର ଆଂଚଳିକ ନିର୍ଦ୍ଦେଶକ ଦୀପନ୍ୱିତା କହିଛନ୍ତି, “କ୍ଷୁଦ୍ର ଚାଷି ମହିଳା ଗୋଷ୍ଠୀଙ୍କ ପାଇଁ ଆତ୍ମ-ନିର୍ଭରଶୀଳ ମଡେଲ ନିର୍ମାଣ ଦିଗରେ କାର୍ଗିଲ କିପରି ବିନିଯୋଗ କରୁଛି ତାହାର ଏକ ଉତମ ଉଦାହରଣ ହେଉଛି ହ୍ୟାଚିଙ୍ଗ ହୋପ ଭଳି ଗ୍ଲୋବାଲ ପଦକ୍ଷେପ କାର୍ଯ୍ୟକ୍ରମ । ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ହେଫର ସହିତ ଆମର ସହଭାଗୀତା କ୍ଷୁଦ୍ର ଚାଷିମାନଙ୍କୁ ସେମାନଙ୍କ ଜୀବନଧାରଣର ଆୟରେ ଉନ୍ନତି ଆଣିବାର ଲକ୍ଷ୍ୟ ସହିତ ସେମାନଙ୍କୁ ସ୍ଥାୟୀ କୁକୁଡ଼ା ପାଳନ ଅଭ୍ୟାସ ଉପରେ ପ୍ରଶିକ୍ଷଣ ପ୍ରଦାନ କରି ତଥା ବଜାର ପହଂଚ ପ୍ରଦାନ କରି ସେମାନଙ୍କର ସୁଗମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି ।
ଏହି ପଦକ୍ଷେପରେ ଗ୍ରାମୀଣ ମହିଳା କୃଷକମାନଙ୍କର ଅଂଶଗ୍ରହଣ ହେଉଛି ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ପ୍ରମୁଖ ଉପାଦାନ ଏବଂ ଆମେ ଅତ୍ୟନ୍ତ ଆନନ୍ଦିତ ଯେ ଅର୍ଥନୈତିକ ସ୍ୱାଧିନତା ସହିତ ଅନେକ ମହିଳା କୃଷକ ନିଜ ପାଇଁ ଏବଂ ସେମାନଙ୍କ ପରିବାର ପାଇଁ ପୋଷଣ ଏବଂ ସେମାନଙ୍କର ପିଲାମାନଙ୍କ ପାଇଁ ଉନ୍ନତ ଶିକ୍ଷା ପାଇଁ ଉନ୍ନତ ବିକଳ୍ପ ଚୟନ କରିବାରେ ସକ୍ଷମ ହୋଇଛନ୍ତି ।” ହେଫର୍ ଇଣ୍ଡିଆର କଂଟ୍ରି ଡାଇରେକ୍ଟର ରିନା ସୋନି କହିଛନ୍ତି, “ହେଫର୍ ଇଂଟରନ୍ୟାଶନାଲରେ ଆମର ଲକ୍ଷ୍ୟ ହେଉଛି ପୃଥିବୀର ଯତ୍ନ ନେବା ସହିତ କ୍ଷୁଧା ଓ ଦାରିଦ୍ର୍ୟତା ଦୂର କରିବା । ଦ ହ୍ୟାଚିଙ୍ଗ୍ ହୋପ୍














