୧୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର କାର୍ଯ୍ୟିିାଳୟ ଠାରେ ବ୍ଳକ ତଳଫରୁ ମିଶନ ଶକ୍ତି ସ୍କୁଟର ଯୋଜନାରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭାସୀ ମଧ୍ୟମରେ ସିଧାସଳଖ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞାତା ଜଣାଇଥିଲେ ମିଶନ ଶକ୍ତି କାର୍ଯ୍ୟରତ ମହିଳା । ଏହି କାର୍ଯ୍ୟକ୍ରମରେ ବିଡିଓ ଲରିମନ ଖର୍ସେଲ, ସିଡିପିଓ ଲଳିତା ପୂଜାରୀ, ସହକାରୀ ନିର୍ବାହୀ ଯନ୍ତୀ ଶ୍ରୀଧାର୍ଥ ତ୍ରିପାଠୀ, ମିଶନ ଶକ୍ତି ସଂଯୋଜକ,

ଓଡିଶା ଜୀବିକା ମିଶନ ବିପିଏମ୍ , ଏସ ବି ଆଇ ବ୍ୟାଙ୍କ ପରିଚାଳକ ସମେତ ବ୍ଳକର ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର,ବ୍ୟାଙ୍କ ମିତ୍ର, ପଞ୍ଚାୟତ ଓ ବ୍ଳକସ୍ତରୀୟ ସଂଘର ନେତୃବର୍ଗ ଉପସ୍ଥିତ ଥିଲେ । ଆର,ଉଦୟଗି ବ୍ଳକରେ ତିନୋଟି ବ୍ୟାଙ୍କରେ ୨୦ ଜଣ ମିଶନ ଶକ୍ତି ମହିଳା ଆବେଦନ କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮ଜଣ ଏମବିକେ, ସିଆରପି,କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଓ ଫେଡେରେଶନ ମହିଳା ସ୍କୁଟର ପାଇଥିବା ମିଶନ ଶକ୍ତି ବ୍ଳକ ସଂଯୋଜକ କହିଛନ୍ତି














